ଭାଜପା ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ୱର, ୬ା୭(ବ୍ୟୁରୋ): ଗୁରୁବାର ନିର୍ବାଚନ କମିଶନ ପାଟକୁରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ରେ ପାଟକୁରାରେ ଭୋଟ ହେବାକୁ ଥିବାବେଳେ ୨୪ରେ ହେବ ଗଣତି। ଏହି ଆସନ ହାତେଇବାକୁ ବିଜେଡି ଓ ଭାଜପା ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଅପରପକ୍ଷେ କଂଗ୍ରେସ ମଧ୍ୟ ସମାନଭାବେ ନିଜର ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ବେଳେ ବିଜେଡି ଓ ଭାଜପା ବୁଝାମଣା କଥା ଉଠାଇ କଂଗ୍ରେସ ଲୋକମାନଙ୍କ ନିକଟତର ହେବା ପାଇଁ ଯୋଜନା ରଖିଥିବା ଜଣାପଡିଛି। ଏପରିସ୍ଥିତିରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇ ସାରିଥିବା ବେଳେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩୦୯ ବୁଥ୍‌ରେ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ ହୋଇସାରିଛି। ଏପରି କି ନିର୍ବାଚନରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କୁ ତାଲିମ ଦିଆଯାଇ ସାରିଛି। ତେବେ ନିର୍ବାଚନ ଲାଗି ବିଜେଡି ବହୁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଦେଇଛି। ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅରୁଣ ସାହୁ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ୩ଟି କମିଟି ଗଠନ କରାଯାଇଛି। ନିର୍ବାଚନକୁ ଆଉ ୧୫ଦିନରୁ କମ୍‌ ସମୟ ଥିବାବେଳେ ରବିବାର ସୁଦ୍ଧା ସବୁ ନେତାମାନଙ୍କୁ ପାଟକୁରାରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଦାୟିତ୍ୱ ପାଇଥିବା ନେତାମାନେ ନିଜ କର୍ତ୍ତବ୍ୟ କିପରି ଠିକ୍‌ ଢଙ୍ଗରେ ପାଳନ କରିବେ ସେନେଇ ପ୍ରୟାସ ଚଳାଇଛନ୍ତି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ପାଟକୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଶୁଣାଯାଉଛି। ଅନ୍ୟପଟେ ଭାଜପା ପକ୍ଷରୁ ମଧ୍ୟ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଛି। ଦଳର କେତେଜଣ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ଦିଆଯାଇଥିଲା। ସେହି ନେତାମାନେ ମଧ୍ୟ ସ୍ଥାନୀୟ ଅଞ୍ଚଳ ଗସ୍ତକରି ବୈଠକ କରିସାରିଛନ୍ତି। ୧୪୬ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାବେଳେ ଭାଜପା ନେତାଙ୍କ ପାଖରେ ଯେଉଁ ଆଗ୍ରହ ଏବଂ ଲଢୁଆ ମନୋଭାବ ଦେଖିବାକୁ ମିଳୁଥିଲା ତାହା ଏବେକା ସମୟରେ ଆଉ ନ ଥିବା ଚର୍ଚ୍ଚା ହେଉଛି। ଗୋଟିଏ ଶାସକ ଦଳ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାଇଁ ଆସନ ବୁଝାମଣା କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଭାଜପା ପାଇଁ ଯଦି ଶାସକ ବିଜେଡି ଗୋଟିଏ ରାଜ୍ୟ ସଭା ଆସନ ଛାଡିଦେଇ ପାରୁଛି ତେବେ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ଚର୍ଚ୍ଚା ହେବା ସ୍ବାଭାବିକ। ଏପରି ସ୍ଥିତିରେ ଭାଜପା କେତେଦୂର ବିଜେଡି ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରୁଛି, ତା’ଉପରେ ଲୋକଙ୍କ ନଜର ରହିଛି। ଦଳ ନିକଟରେ ମୁଖ୍ୟ ବିରୋଧୀ ଦଳ ଆସନ ଗ୍ରହଣ କରିଛି। ମାତ୍ର ବିଭିନ୍ନ ପ୍ରସଙ୍ଗରେ ନିର୍ବାଚନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ବହୁ ନେତା ନବୀନଙ୍କ ପ୍ରଶଂସା କରିଛନ୍ତି। ତେଣୁ ବର୍ତ୍ତମାନ କେଉଁ ପଦ୍ଧତିରେ ସେମାନେ ବିଜେଡି ବିରୋଧୀ ଆଭିମୁଖ୍ୟ ରଖି ନିର୍ବାଚନ ରଣାଙ୍ଗନ ଅତିକ୍ରମ କରିବେ ତାହା ମଧ୍ୟ ଦେଖିବା ସାପେକ୍ଷ। ସେପଟେ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ପାଟକୁରା ନିର୍ବାଚନ ନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେବ। ବୈଠକରେ ନେତାମାନଙ୍କୁ ଦାୟିତ୍ୱ ବଣ୍ଟାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri