Posted inଜାତୀୟ

ଭାଜପାର ନୂଆ ଗେମ୍‌ ପ୍ଲାନ୍‌: ଏଥର ଏକତରଫା ହେବ ନିର୍ବାଚନ!

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଭାଜପା ନୂତନ ଗେମ୍‌ ପ୍ଲାନ। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ମଙ୍ଗଳବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଛନ୍ତି। ରାଜ ଠାକରେ ଷ୍ଟସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ। ମଙ୍ଗଳବାର ସେ ଏକ ଘରୋଇ ହୋଟେଲରେ ଭାଜପା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭେଟିଥିଲେ।
ଏହି ବୈଠକ ଶେଷ ହେବା ପରେ ଏମଏନଏସ ମୁଖ୍ୟ ଅମିତ ଶାହାଙ୍କ ବାସଭବନରେ ତାଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ରାଜ ଠାକରେଙ୍କ ସହ ବିନୋଦ ତାୱଡେ ମଧ୍ୟ ଅମିତ ଶାହାଙ୍କୁ ଭେଟିବାକୁ ଆସିଥିଲେ।
ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସର୍କଲରେ ଚର୍ଚ୍ଚା ହେଉଛି ଯେ, ରାଜ ଠାକରେ ଏନଡିଏରେ ଯୋଗ ଦେଇପାରନ୍ତି। ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ଏବଂ ରାଜ୍ୟ ଭାଜପା ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ନୂଆଦିଲ୍ଲୀରେ ଉପସ୍ଥିତ ଅଛନ୍ତି।
ଦିଲ୍ଲୀରେ ପହଞ୍ଚିବା ପରେ ରାଜ ଠାକରେ କହିଛନ୍ତି, ମୋର କାର୍ଯ୍ୟସୂଚୀ କ’ଣ ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ। ମୋତେ କେବଳ ଦିଲ୍ଲୀ ଆସିବାକୁ କୁହାଯାଇଥିଲା ଏବଂ ମୁଁ ଦିଲ୍ଲୀ ଆସିଥିଲି।ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ଯଦି କୌଣସି ନିଷ୍ପତ୍ତି ନିଆଯାଏ ତେବେ ଆପଣଙ୍କୁ ସୂଚନା ଦିଆଯିବ। ରାଜ ଠାକରେଙ୍କ ଏମ୍‌ଏନ୍‌ଏସ୍‌ ଏନଡିଏରେ ପ୍ରବେଶ କରିପାରେ। ଭାଜପା ତାଙ୍କୁ ଶିନ୍ଦେଙ୍କ ଶିବସେନା କୋଟାରୁ ଆସନ ଦେଇପାରେ। ସୂଚନାନୁସାରେ, ରାଜ ଠାକରେ ଏନଡିଏରୁ ଦୁଇଟି ସିଟ ଦାବି କରୁଛନ୍ତି। ଯଦି ଏହା ହୁଏ, ତେବେ ମହାରାଷ୍ଟ୍ର ଭାଜପାର ପତିଆରା ବୃଦ୍ଧି ପାଇବା ସହ ଦଳ ଏଠାରେ ଏକତରଫା ବିଜୟ ହାସଲ କରିବ ବୋଲି ଚର୍ଚ୍ଚା ହେଉଛି।
ଭାଜପା ନେତୃତ୍ୱାଧୀନ ଏନଡିଏ ସହଯୋଗୀ ଦଳ ଏଥର ମହାରାଷ୍ଟ୍ରର ୪୮ ଟି ମଧ୍ୟରୁ ୪୫ଟି ଲୋକ ସଭା ଆସନ ଜିତିବାର ଲକ୍ଷ୍ୟ ରଖିଛି। କେନ୍ଦ୍ରରେ ଏନଡିଏ ୪୦୦ ରୁ ଅଧିକ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି ଏବଂ କେବଳ ଭାଜପା ୩୭୦ରୁ ଅଧିକ ସିଟ ଜିତିବାକୁ ଲକ୍ଷ୍ୟ ରଖିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri