Odisha Elections 2024
Posted inଜାତୀୟ

ଭାଜପାରୁ ବ୍ରିଜଭୂଷଣଙ୍କର କଟିଲା ଟିକେଟ

ନୂଆଦିଲ୍ଲୀ,୨।୫: ମହିଳା କୁସ୍ତିଯୋଦ୍ଧାଙ୍କ ଉପରେ ଯୌନ ନିର୍ଯ୍ୟାତନା ଅଭିଯୋଗରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, କେସରଗଞ୍ଜରୁ ବ୍ରିଜ ଭୂଷଣ ସିଂଙ୍କୁ ଭାଜପା ଟିକେଟ ଦେବ ନାହିଁ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଲକ୍ଷ୍ନୌ ଗସ୍ତରେ ଅଛନ୍ତି ଏବଂ ଫୋନରେ ବ୍ରିଜ ଭୂଷଣଙ୍କୁ ଡାକିବେ କିମ୍ବା କଥା ହେବେ ଏବଂ ତାଙ୍କୁ କହିବେ ଯେ ଏଥର ତାଙ୍କୁ ଟିକେଟ ଦିଆଯିବ ନାହିଁ, କିନ୍ତୁ ତାଙ୍କ ସହମତି କ୍ରମେ ସେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଟିକେଟ ଦେବାକୁ ଚାହାଁନ୍ତି।

ସୂଚନାଯୋଗ୍ୟ, ଭାଜପା ଏମପି ତଥା ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ହେବା ପରେ ଅଡୁଆରେ ପଡ଼ିଛନ୍ତି। ଦଳ ତାଙ୍କୁ କେସିଆରଗଞ୍ଜ ଆସନରୁ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ନ ଦେବା ନେଇ ଆରମ୍ଭରୁ କଳ୍ପନାଜଳ୍ପନା ଚାଲିଥିଲା। ବର୍ତ୍ତମାନ ସୂତ୍ର ଏହା ନିଶ୍ଚିତ କରୁଛି ଏବଂ ତାଙ୍କୁ ସ୍ପଷ୍ଟ ଭାବେ କୁହାଯାଉଛି ଯେ ତାଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯିବ ନାହିଁ।

ଅନ୍ୟପକ୍ଷରେ ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ଶିବିରରେ ତାଙ୍କ ସାନ ପୁଅ ତଥା ଉତ୍ତରପ୍ରଦେଶ ରେସଲିଂ ଆସୋସିଏସନ ସଭାପତି କରଣ ଭୂଷଣ ଶରଣ ସିଂଙ୍କ ନାମ ଚର୍ଚ୍ଚାରେ ରହିଛି। ତାଙ୍କ ନାମ ସୋସିଆଲ ମିଡିଆରେ ତାଙ୍କ ସମର୍ଥକଙ୍କ ଦ୍ୱାରା ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ...

ଫୁଲମାଳ ପକେଇବା ବାହାନାରେ କହ୍ନେୟା କୁମାରଙ୍କୁ ମାଡ଼, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୫: କଂଗ୍ରେସର ଲୋକ ସଭା ପ୍ରାର୍ଥୀ କହ୍ନେୟା କୁମାରଙ୍କ ଉପରେ ହୋଇଛି ଆକ୍ରମଣ। ଉତ୍ତର ପୂର୍ବ ଦିଲ୍ଲୀରେ କହ୍ନେୟା ପ୍ରଚାର କରୁଥିବା ବେଳେ କିଛି ଯୁବକ...

ନିର୍ବାଚିତ ହେଲେ ଅମେଠି, ରାଏବରେଲିକୁ ସମାନ ଭାବେ ଦେଖିବି: ରାହୁଲ

ଅମେଠି,୧୭ା୫: ରାଏବରେଲିରୁ ନିର୍ବାଚିତ ହେଲେ ଉଭୟ ଅମେଠି ଓ ରାଏବରେଲିର ବିକାଶ ପାଇଁ ସମାନ ଧ୍ୟାନ ଦେବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।...

ଭାଜପାର ଏଜେଣ୍ଟ କହିବାରୁ ସ୍ବାତୀ ମାଲିଓ୍ବାଲଙ୍କ କାଉଣ୍ଟର, କେଜରିଓ୍ବାଲଙ୍କୁ କହିଲେ ଗୁଣ୍ଡା

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ଅଡ଼ୁଆ ବଢିବାରେ ଳାଗିଛି। କାରଣ ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ବିବାଦ ଏବେ ଉଗ୍ର ରୂପରେ ମୁଣ୍ଡ ଟେକିବାରେ...

ମମତାଙ୍କୁ ‘ଆପଣଙ୍କ ଦାମ କେତେ’ ପଚାରି ଅଡ଼ୁଆରେ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୭ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଭାଜପା ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ଦେଇଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନ (ଇସି) ତାଙ୍କୁ କାରଣ...

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri