ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ, ୩ ପ୍ରସଙ୍ଗରେ ଆଲୋଚନା

ଅନୁଗୋଳ ଅଫିସ,୩୧।୭: ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ଏମ୍‌ସିଏଲ୍‌ର ଉଚ୍ଚପଦସ୍ଥ ଅଧିକାରୀ, ପୋଲିସ, ତାଳଚେର ବିଧାୟକ, ପାଲଲହଡ଼ା ବିଧାୟକ, ମୃତକଙ୍କ ପରିବାର ଲୋକେ ଓ ତାଳଚେରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥିରେ ୩ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଓ କ୍ୱାର୍ଟର ପ୍ରଦାନ, କୋଇଲା ଖଣିର ସୁରକ୍ଷା ଯାଞ୍ଚ ଓ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନେଇ ଦାବି କରାଯାଇଛି। ତେବେ ମୃତକଙ୍କ ପରିବାରକୁ ସ୍ଥାୟୀ ନିଯୁକ୍ତି ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି। ଏଥି ସହ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ସେଫ୍ଟି ପ୍ରମାଣପତ୍ର ଦେବାପରେ ମାଇନିଂ ଅପରେଶନ ଜାରି ହେବ ବୋଲି ସେ କହିଛନ୍ତି। ସେଫ୍ଟିରେ କୌଣସି ସାଲିସ କରାଯିବ ନାହିଁ ବୋଲି ଜିଲାପାଳ ମହାନ୍ତି ପ୍ରକାଶ କରିଛନ୍ତି। ଏଥିସହ ଘଟଣାର ତଦନ୍ତ ଟେକ୍ନିକାଲ କମିଟି ଜାରି ରଖିଛି। ସିଏମ୍‌ଆର୍‌ଆଇ ଟେକ୍ନିକାଲ ଟିମ ଘଟଣାର ତଦନ୍ତ କରିବ ବୋଲି ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ: ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୦।୩: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଗୃହରେ ଏକ ବଡ଼ ବୟାନ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୯୩୦ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ଯୁଦ୍ଧ ଭିତରେ ଖସିଲା ସୁନାଦର; ଦେଢଲକ୍ଷରୁ ତଳକୁ ଖସିଲା ଭରିଏ ସୁନାର ମୂଲ୍ୟ!

ନୂଆଦିଲ୍‌ଲୀ,୨୦।୩: ଖସିଲା ସୁନା, ରୁପା ଦର । ସପ୍ତାହକ ମଧ୍ୟରେ ୨୦ ହଜାର ଟଙ୍କା ଖସିଲାଣି ସୁନା ଦର । ଦେଢ଼ ଲକ୍ଷରୁ ତଳକୁ ଖସିଲା ଭରିଏ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

ଆଫଗାନିସ୍ତାନକୁ ଯୁଦ୍ଧରେ ସାହାଯ୍ୟ କରୁଛି ଭାରତ! ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ…

ନୂଆଦିଲ୍‌ଲୀ,୨୦।୩: ଆଫଗାନିସ୍ତାନରେ ତାଲିବାନର ସର୍ୱୋଚ୍ଚ ନେତା ହିବାତୁଆଲ୍ଲାହ ଆଖୁନ୍ଦଜାଦା ପାକିସ୍ତାନ ସମ୍ପର୍କରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଇଦ-ଉଲ-ଫିତର ଅବସରରେ କାନ୍ଦାହାରର ଇଦଗାହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri