ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଗତ ଏପ୍ରିଲ ୨୮ ତାରିଖରେ ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଣ୍ଟିଥିଲେ। ଏହା ପିଇବା ଦ୍ୱାରା ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଊର୍ଦ୍ଧ୍ୱ ଲୋକ ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ୨ମାସ ବିତିଥିଲେ ମଧ୍ୟ ଏଯାବତ୍ ପୋଲିସ କେବଳ ଜଣକୁ ଗିରଫ କରି ଚୁପ ବସିଯାଇଛି। ଏହି ଘଟଣାର ମୁଖ୍ୟ ଦୋଷୀଙ୍କୁ ପୋଲିସ ଗିରଫ ନ କରି ସୁରକ୍ଷା ଯୋଗାଉଛି ବୋଲି ଭାଜପା ଅଭିଯୋଗ କରିଛି। ଏହି ଘଟଣାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଭାଜପା ଦର୍ଶାଉଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା କରି ଏ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଦାନ କରିନାହାନ୍ତି। ତୁରନ୍ତ ଦୋଷୀକୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଭାଜପା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାନବ ଅଧିକାର କମିଶନଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ମଙ୍ଗଳବାର ଅନୁରୋଧ କରିଛନ୍ତି।
ଭାଜପା ପ୍ରତିନିଧି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ବିଜେଡି ଚାନ୍ଦବାଲିରେ ଲୋକଙ୍କୁ ବିଷାକ୍ତ ମଦ ଏବଂ ଟଙ୍କା ବାଣ୍ଟିଥିଲା। ୪୮ ଘଣ୍ଟାର ନିର୍ବାଚନ କଟକଣା ଲାଗିବା ସତ୍ତ୍ୱେ ଏହି ସମୟରେ ମଦ ବଣ୍ଟାଗଲା ଏବଂ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏଥିରେ ସମ୍ପୃକ୍ତ ଶାସକ ଦଳ ନେତା ଏବଂ କର୍ମକର୍ତ୍ତାମାନଙ୍କ ବିରୋଧରେ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏହି ମଦ କିଛି ମାଫିଆଙ୍କ ଦ୍ୱାରା ତିଆରି ହୋଇ ବଣ୍ଟାଯାଇଥିଲା ବୋଲି ମନମୋହନ ଅଭିଯୋଗ କରିଛନ୍ତି। ଶାସକ ଦଳ ଚାପରେ ପୋଲିସ ଓ ଗୃହ ବିଭାଗ ବିଜେଡି ବିଧାୟକ, ବିଜେଡି କର୍ମୀ ଏବଂ ମଦ ମାଫିଆଙ୍କୁ ଘଣ୍ଟ ଘୋଡାଯାଉଛି। ଏଥିରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବାକୁ ମାନବ ଅଧିକାର କମିଶନଙ୍କ ଆଗରେ ପ୍ରତିନିଧି ଦଳ ଦାବି କରିଛି। ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ଭାଜପା ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ତଥା ଗୃହ ସଚିବ, ଅବକାରୀ କମିଶନର, ଅବକାରୀ ବିଭାଗ କମିଶନର ତଥା ସଚିବ, ଭଦ୍ରକ ଜିଲାପାଳ, ଏସପି, ପୋଲିସ ଡିଜି ଏବଂ ଆଇଜିଙ୍କ ପାଖରେ ଅଭିଯୋଗ କରିଥିଲା। ମାତ୍ର ରାଜ୍ୟ ସରକାର କାହିଁକି ମଦ ମାଫିଆଙ୍କ ଉପରେ ଏତେ ନରମ ମନୋଭାବ ପୋଷଣ କରୁଛନ୍ତି, ତାହା ବୁଝିହେଉନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ବ୍ୟୋମକେଶଙ୍କ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା।
ଭଦ୍ରକ ମଦ ମୃତ୍ୟୁ ମାମଲା: ବିଧାୟକ ବ୍ୟୋମକେଶଙ୍କ ବିରୋଧରେ ଏନ୍ଏଚ୍ଆରସିରେ ଫେରାଦ ହେଲା ଭାଜପା
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍ ଜରିଆରେ ଜାଣିହେବ ଗତିବିଧି
ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...
ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…
ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...
ସ୍କୁଲ୍ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍ ଭଡ଼ା
ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...
ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…
ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...
ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍, କେଜିଏ ସୁନା
ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...
ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ
ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...
Archives


