ଭଦ୍ରକ ଅଫିସ,୨୦।୬: ଭଦ୍ରକ ଜିଲାରେ ଶନିବାର ପୁଣି ୫ କରୋନା ପଜିଟଭ୍ ଚିହ୍ନଟ ହୋଇଛନ୍ତି। ଏହାକୁୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ରେ ପହଞ୍ଚିଛି। ସେଥିମଧ୍ୟରୁ ୧୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମାତ୍ର ୧୮ଜଣ ଚିକିତ୍ସାଧିନ ରହିଛନ୍ତି। ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତ ସଙ୍ଗରୋଧ କେନ୍ଦ୍ରର ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


