Posted inଖେଳ

ବୟସ ଜାଲିଆତି: ରାଜେଶ, କ୍ରୀଷ୍ଣାଙ୍କୁ ବାସନ୍ଦ କଲା ବିସିସିଆଇ

କଟକ ଅଫିସ,୨ା୧୧-ରାଜ୍ୟର ଦୁଇ ପ୍ରତିଭାବାନ କ୍ରିକେଟ ଖେଳାଳି ବୟସ ଜାଲିଆତିରେ ଫସିଛନ୍ତି। ସେମାନେ ହେଲେ ରାଜେଶ ମହାନ୍ତି ଓ କ୍ରୀଷ୍ଣା ପଲାଇ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଉଭୟଙ୍କୁ ୨ବର୍ଷ ନିମନ୍ତେ ବାସନ୍ଦ କରାଯାଇଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସୂଚନା ଦିଆଯାଇଛି। କ୍ରୀଷ୍ଣା ଏବେ ରାଜ୍ୟ ୨୩ ବର୍ଷରୁ କମ୍‌ ପୁରୁଷ ଦଳ ସହିତ ଡେରାଡୁନରେ ଥିବା ବେଳେ ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ଘୋଷିତ ରାଜ୍ୟ ପୁରୁଷ ସିନିୟର ଦଳରେ ରାଜେଶ ସ୍ଥାନ ପାଇଛନ୍ତି। ସେ ୨୦୧୬ରେ ଏକ ବର୍ଷ ନିମନ୍ତେ ମଧ୍ୟ ବିସିସିଆଇ ଦ୍ୱାରା ବାସନ୍ଦ ହୋଇଥିଲେ। ଉଭୟ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ମେଳ ଖାଉ ନ ଥିବାରୁ ବାସନ୍ଦ ହୋଇଛନ୍ତି ବୋଲି ଓସିଏ ପକ୍ଷରୁ କୁହାଯାଇଛି ।
ଓଡ଼ିଶା କ୍ରିକେଟ ଖେଳାଳିଙ୍କ ଉପରେ ବହୁଦିନ ପରେ ପୁଣି ଥରେ ବୟସ ଜାଲିଆତିର ଦାଗ ଲାଗିଛି। ଗତ କିଛିଦିନ ତଳେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ରାଜେଶଙ୍କ ନାମରେ ଅଭିଯୋଗ ଉଠିଥିଲା । ରାଜେଶ ଭିନ୍ନ ଭିନ୍ନ ଜନ୍ମ ପ୍ରମାଣପତ୍ର ଓସିଏରେ ଦାଖଲ କରିଛନ୍ତି ବୋଲି ସଙ୍ଗଠନର ଆବାହକ ଆଇନଜୀବୀ ସୁବ୍ରତ କୁମାର ନନ୍ଦ କହିଥିଲେ। ଏ ସମ୍ପର୍କରେ ସଙ୍ଗଠନ ପକ୍ଷରୁ ବିସିସିଆଇ ନିକଟକୁ ମଧ୍ୟ ଏକ ଅଭିଯୋଗ ପତ୍ର ପଠାଯାଇଥିଲା। ଉଭୟ କ୍ରୀଷ୍ଣା ଓ ରାଜେଶ ପୂର୍ବରୁ ଯେଉଁ ଜନ୍ମ ପ୍ରମାଣପତ୍ର ଦାଖଲ କରିଛନ୍ତି ସେସବୁରେ ଭିନ୍ନତା ଆସୁଛି ବୋଲି ଓସିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଡାହାଣହାତୀ ପେସ୍‌ ବୋଲର ରାଜେଶ ଗତ ୨୦୧୬ ମସିହାରେ ରାଜ୍ୟ ୧୯ ବର୍ଷରୁ କମ୍‌ ଦଳରେ ଥିବା ବେଳେ ବୟସ ଜାଲିଆତି ଅଭିଯୋଗରେ ଏକ ବର୍ଷ ବାସନ୍ଦ ହୋଇଥିଲେ। ସେହିବର୍ଷ ଓସିଏର ୧୯ଜଣ ଖେଳାଳିଙ୍କୁ ସମାନ ଅଭିଯୋଗରେ ବିସିସିଆଇ ଏକ ସଙ୍ଗରେ ବାସନ୍ଦ କରିଥିଲା। ଗତ ରଣ୍‌ଜୀ ସଂସ୍କରଣରେ ରାଜେଶ ସିନିୟର ଦଳରେ ପଦାର୍ପଣ କରିଥିଲେ। ଏବେ ସୁଦ୍ଧା ୯ଟି ପ୍ରଥମଶ୍ରେଣୀ, ୧୦ଟି ଲିଷ୍ଟ-ଏ ଓ ୭ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ରାଜେଶ। ଏହାଛଡ଼ା ୨୦୧୮ରେ ୧୯ ବର୍ଷରୁ କମ୍‌ ଏସିଆ କପ୍‌ରେ ସେ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ରାଜ୍ୟ ସିନିୟର ଦଳରେ ରାଜେଶ ଜଣେ ନିର୍ଭରଯୋଗ୍ୟ ପେସ୍‌ ବୋଲର। ତାଙ୍କ ଘର ନୟାଗଡ଼ରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ କ୍ଲବ ପକ୍ଷରୁ ଖେଳୁଛନ୍ତି। ସେହିପରି ରାଉରକେଲାରେ ଜନ୍ମିତ କ୍ରୀଷ୍ଣା ଜଣେ ବାମହାତୀ ସ୍ପିନ ବୋଲର। ଗତବର୍ଷ ସିନିୟର ଦଳରେ ପଦାର୍ପଣ କରିଥିବା କ୍ରୀଷ୍ଣା ମାତ୍ର ଗୋଟିଏ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ୧୯ ବର୍ଷରୁ କମ୍‌ ଓ ୨୩ ବର୍ଷରୁ କମ୍‌ ଦଳରେ ସେ ରାଜ୍ୟର ଜଣେ ନିୟମିତ ଖେଳାଳି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ଟି-୨୦ରେ ୧୬ ଛକା ମାରି କ୍ରିକେଟ୍‌ ଜଗତରେ ଚହଳ ପକାଇଲେ ଏହି କ୍ରିକେଟର୍‌ ମାତ୍ର ୬୩ ବଲ୍‌ରେ କଲେ…

ନୂଆଦିଲ୍ଲୀ,୮।୧୨: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ, ୨୦୦ରୁ ଅଧିକ ରନର ଟାର୍ଗେଟକୁ ବିଜୟୀ ଲକ୍ଷ୍ୟ ଭାବରେ ବିବେଚନା କରାଯାଏ। କିନ୍ତୁ ଗୋଟିଏ ମ୍ୟାଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri