ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ ବୋଲି ବଜାର ବିଶେଷଜ୍ଞ ଆକଳନ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବା ବେଳେ କମ୍ପାନୀଗୁଡିକ ଶୀଘ୍ର ଟ୍ରାକକୁ ଫେରିବା ନେଇ ମଧ୍ୟ କହି ହେଉ ନାହିଁ। ଏଭଳି ସ୍ଥିତିରେ କମ୍ପାନୀ ଋଣ ନ ଶୁୁଝି ପାରିଲେ ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ଏହାର ଚାପ ଆହୁରି ବଢିବ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଏନ୍‌ପିଏ ସମସ୍ୟା ସହ ଯୁଝୁଥିବା ଶିଳ୍ପକୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଆର୍‌ଟିଆଇ ଦ୍ୱାରା ମଗାଯାଇଥିବା ଏକ ତଥ୍ୟରେ ବ୍ୟାଙ୍କିଙ୍ଗ ଶିଳ୍ପରେ ଏନ୍‌ପିଏ କିଭଳି ବଢୁଛି ତାର ଏକ ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍‌ ବରୋଦାର ଏନ୍‌ପିଏ ଗତ ୬ ବର୍ଷରେ ୬ ଗୁଣାରୁ ଅଧିକ ବଢିଛି। ଏହା ୭୩,୧୪୦ କୋଟି ଟଙ୍କା ଛୁଇଁଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କର ଏନ୍‌ପିଏ ୪ ଗୁଣା ବଢି ୩୨,୫୬୧ କୋଟି ଟଙ୍କା ଟପିଥିବା ଜଣାପଡିଛି।
କୋଟାର ସୂଚନା ଅଧିକାର କର୍ମୀ ସୁଜିତ ସ୍ବାମୀଙ୍କୁ ଆରଟିଆଇରେ ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କ ଅଫ୍‌ ବରୋଦାର ଏନ୍‌ପିଏ ମାର୍ଚ୍ଚ ୨୦୧୪ରେ ୧୧,୮୭୬ କୋଟି ଟଙ୍କା ରହିଥିଲା। ଏହା ୨୦୧୯ ଡିସେମ୍ବରରେ ୭୩,୧୪୦ କୋଟି ଟଙ୍କାକୁ ବଢିଛି। ଏହି ସମୟରେ ବ୍ୟାଙ୍କର ଏନ୍‌ପିଏ ଖାତା ୨.୦୮ ଲକ୍ଷରୁ ୬.୧୭ ଲକ୍ଷକୁ ବଢିଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କ ଏନ୍‌ପିଏ ୨୦୧୪ ମାର୍ଚ୍ଚ ୩୧ରେ ୮୦୬୮ କୋଟି ଟଙ୍କା ରହିଥିବା ବେଳେ ଏହା ୨୦୨୦ ମାର୍ଚ୍ଚରେ ୩୨,୫୬୧ କୋଟି ଟଙ୍କାକୁ ବଢିଛି। ବ୍ୟାଙ୍କର ଏନ୍‌ପିଏ ଖାତା ୨.୪୮ ଲକ୍ଷରୁ ବଢି ୫.୬୪ ଲକ୍ଷକୁ ବଢିଛି। ଏହି ସମୟରେ ବ୍ୟାଙ୍କ ଅଫ ବରୋଦା ଏସ୍‌ଏମ୍‌ଏସ୍‌ ଆଲର୍ଟରୁ ୧୦୭ କୋଟି ଟଙ୍କା ଆୟ କରିଛି। ଏସ୍‌ବିଆଇ ଏବଂ ପିଏନ୍‌ବିକୁ ଏ ସମ୍ପର୍କିତ ତଥ୍ୟ ମଗାଯାଇଥିବା କୌଣସି ସୂଚନା ମିଳିପାରିନାହିଁ ବୋଲି ସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଏହି ବଡ଼ ବ୍ୟାଙ୍କ୍‌ ହୋଇଯିବ ବନ୍ଦ! ଆକାଉଣ୍ଟରେ ଟଙ୍କା ଥିଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ପ୍ରତିଦିନ ପେଟିଏମ୍ (Paytm) ଆପ୍‌ ଜରିଆରେ ୟୁପିଆଇ (UPI) ପେମେଣ୍ଟ, ମୋବାଇଲ୍ ରିଚାର୍ଜ କିମ୍ବା ବିଲ୍ ପରିଶୋଧ କରୁଛନ୍ତି, ତେବେ ଆପଣଙ୍କ…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri