ବ୍ୟାଙ୍କରେ ଶୂନ, କ୍ୟାଶ୍‌ବୁକ୍‌ରେ ସୁଧ ସହ ଅପ୍‌ଡେଟ୍‌: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ

ଅନୁଗୋଳ ଅଫିସ, ୧୫।୯ – ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ କରାଯାଇଛି। ୨୦୧୭ ଡିସେମ୍ବର ୧୫ରୁ ୨୦୧୮ ମେ ୩୧ ମଧ୍ୟରେ ତତ୍‌କାଳୀନ ଜିଲାପାଳ ଅନିଲ ସାମଲଙ୍କ ଦସ୍ତଖତ ଜାଲିଆତି କରାଯାଇ ଉକ୍ତ ଟଙ୍କା ଉଠାଇ ନିଆଯାଇଥିଲେ ହେଁ କ୍ୟାଶବୁକ୍‌ରେ କିନ୍ତୁ ସୁଧ ସହ ଅପଡେଟ୍‌ କରାଯାଉଥିବା ଚଳିତ ସେପ୍ଟେମ୍ବର ଅଡିଟରୁ ଧରାପଡ଼ିଛି। ବର୍ତ୍ତମାନର ଜିଲାପାଳ ମନୋଜ କୁମାର ମହାନ୍ତି ନିଜେ ଏହି ଠକେଇ ଧରିବା ପରେ ଘଟଣା ପଦାକୁ ଆସିଛି। ଏ ନେଇ ଜିଲାପାଳ ମହାନ୍ତି ଆକାଉଣ୍ଟ ଥିବା ବ୍ୟାଙ୍କର ତତ୍‌କାଳୀନ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କ ନାମରେ ଅନୁଗୋଳ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଶନିବାର ଅଭିଯୁକ୍ତ ତତ୍‌କାଳୀନ ମ୍ୟାନେଜର ଦାସଙ୍କୁ ଗିରଫ କରିଥିବା ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ୨୦୧୪-୧୫ରେ ଜିଲାପାଳଙ୍କ ନାମରେ ସ୍ଥାନୀୟ ଏକ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଥିଲା। ଟାଟା ସ୍ପଞ୍ଜ କମ୍ପାନୀ ଜିଲାରେ ଥିବା ଏକ ରାସ୍ତା ଓ ଗୃହର ଉନ୍ନୟନ ପାଇଁ ଦେଇଥିବା ୫୯ ଲକ୍ଷ ଟଙ୍କା ସେଥିରେ ଜମା କରାଯାଇଥିଲା। ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ଉକ୍ତ ଟଙ୍କା ଆକାଉଣ୍ଟରେ ପଡ଼ି ରହିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟ କ୍ୟାଶ୍‌ବୁକ୍‌ରେ ମଧ୍ୟ ଉକ୍ତ ଟଙ୍କା ସୁଧ ସହ ଥିବା ଉଲ୍ଲେଖ କରାଯାଉଥିଲା। ହେଲେ ଚଳିତମାସରେ ଅଡିଟ୍‌ ବେଳେ କ୍ୟାଶବୁକ୍‌ ଓ ଆକାଉଣ୍ଟ ଯାଞ୍ଚ ପରେ ଏଭଳି ଠକେଇ ଧରାପଡ଼ିଛି। ଠକେଇ କରିଥିବା ବ୍ୟାଙ୍କ ମ୍ୟାନେଜର ଜିଲାପାଳଙ୍କ ଦସ୍ତଖତ ଜାଲିଆତି କରିବା ସହ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟଙ୍କ ନାମରେ ନକଲି ସିଲ୍‌ ମାରିଛନ୍ତି। ସେହିପରି ଉକ୍ତ ପାଶ୍‌ବୁକ୍‌ର ଚେକ ବୁକ୍‌ ନ ଥିବାବେଳେ ବ୍ୟାଙ୍କ ମ୍ୟାନେଜର ୮ଟି ଚେକ୍‌ ଲଗାଇ ନଗଦ ଆକାରରେ ଟଙ୍କା ଉଠାଇ ନେଇଥିବା ଜିଲାପାଳ ଅଭିଯୋଗରେ ଦର୍ଶାଇଛନ୍ତି। ଉକ୍ତ ଅଭିଯୋଗ ପାଇବା ପରେ ଅନୁଗୋଳ ପୋଲିସ ନଂ. ୭୦୯/୧୯ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଶନିବାର କଟକ ଜିଲାରୁ ଅନୁଗୋଳ ଥାନାକୁ ଉଠାଇ ଆଣିଥିଲା। ଅପରାହ୍ନ ସାଢ଼େ ଚାରିଟାରେ ଏସ୍‌ପି ଜଗମୋହନ ମୀନା ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରା ଉଚରା କରିଥିଲେ। ଏସ୍‌ଡିପିଓ ଓ ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଏ ନେଇ ଏସ୍‌ପି କହିଛନ୍ତି, ସରକାରୀ ଆକାଉଣ୍ଟରୁ ଟଙ୍କା ହଡ଼ପ ନେଇ ଜିଲାପାଳ ଅଭିଯୋଗ କରିଥିଲେ। ଏଥିରେ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିବାରୁ ତାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏହି ଟଙ୍କା ହଡ଼ପ ଘଟଣା ପରେ ସମ୍ପୃକ୍ତ ମ୍ୟାନେଜର ଉକ୍ତ ବ୍ୟାଙ୍କ ଛାଡ଼ି ଅନ୍ୟ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ଜିଲାପାଳ ମହାନ୍ତି କହିଛନ୍ତି, ପ୍ରତି ବ୍ୟାଙ୍କରେ ସରକାରୀ ଟଙ୍କା ନେଣଦେଣ ସମୟରେ ଜିଲାପାଳ ଅନୁଗୋଳଙ୍କ ନାମରେ ସିଲ୍‌ ମରାଯାଇଥାଏ। ହେଲେ ଏହି ଠକେଇ କରିଥିବା ବ୍ୟାଙ୍କ ମ୍ୟାନେଜର ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟଙ୍କ ନାମରେ ସିଲ୍‌ ମାରିଛନ୍ତି। ଏହି ଘଟଣାରେ ଜିଲା କାର୍ଯ୍ୟାଳୟର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri