ମାଲକାନଗିରି,୧୯।୧୦ (ଡି.ଏନ୍.ଏ.)-
ଅକ୍ଟୋବର ୨ରୁ ସାରା ରାଜ୍ୟରେ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରଚାରପ୍ରସାର କରାଯାଇଛି। ମାଲକାନଗିରି ପୌର ପରିଷଦ, ଜିଲା ପ୍ରଶାସନ, ବନବିଭାଗ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲିଥିନ୍ ବର୍ଜନ ନେଇ ସହରରେ ଶୋଭାଯାତ୍ରା କରି ବ୍ୟବସାୟୀ, ଖାଉଟିଙ୍କୁ ସଚେତନ କରୁଛନ୍ତି। ଶୋଭାଯାତ୍ରାରେ ଜିଲାପାଳ, ଏସ୍ପି, ଡିଏଫ୍ଓ, ପୌର ନିର୍ବାହୀ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ଜନସାଧାରଣ କେତେକାଂଶରେ ସଚେତନ ହୋଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ବେପରୁଆ ମନୋଭାବ ଯୋଗୁ ମୁଖ୍ୟ ରାସ୍ତା କଡ଼ରେ ଜରି, ପଲିଥିନ୍ ଏବଂ ଅଦରକାରୀ କ୍ଷତିକାରକ ପ୍ଲାଷ୍ଟିକ ସାମଗ୍ରୀ ପକାଉଛନ୍ତି। ଏନେଇ ସହରବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି। ମାଲକାନଗିରି ବସ୍ଷ୍ଟାଣ୍ଡ ପରିସରରେ ଥିବା ଏକ ଅସ୍ଥାୟୀ କଲିକତା ବିଗ୍ ବଜାର ଅଦରକାରୀ ଜରି ମୁଣା ଏବଂ ପ୍ଲାଷ୍ଟିକ ବସ୍ତୁ ବସଷ୍ଟାଣ୍ଡ ପରିସରରେ ଗଦା କରୁଛି। ସେହିପରି ଟେଲିଫୋନ ଭବନ ସାମନାରେ ମଧ୍ୟ ଏପରି କୁଢକୁଢ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବସାୟୀମାନେ ଗଦା କରୁଛନ୍ତି। ସକାଳେ ବୁଲା ଗୃହପାଳିତ ପ୍ରାଣୀମାନେ ଏହିସବୁ ସାମଗ୍ରୀ ଖାଉଥିବାର ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଏମ୍. ନୀଳକଣ୍ଠ ନାଇଡୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସହରର ବ୍ୟବସାୟୀଙ୍କୁ ଏନେଇ ବାରମ୍ବାର ତାଗିଦ କରାଯାଇଛି। ଆଗାମୀ ଦିନରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା
Posted inHome Left, ମାଲକାନଗିରି, ରାଜ୍ୟ View All
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ସଲମାନଙ୍କ ଫଟା ଜୋତାର ଦାମ୍ ଜାଣିଲେ ଉଡିଯିବ ହୋଶ୍
ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…
ହାର୍ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍
ଓ୍ବାଶିଂଟନ୍,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
Archives

