Posted inଫୁରସତ

ବ୍ୟକ୍ତିତ୍ୱ: ଲେଖକ ଅମିତାଭ୍‌ ଘୋଷ

ଡେରାଡୁନ୍‌ର ‘ଦି ଡୁନ୍‌ ସ୍କୁଲ୍‌’ରେ ପଢୁଥିବା ବେଳେ ଅମିତାଭ୍‌ ଘୋଷଙ୍କର ସମସାମୟିକଙ୍କ ମଧ୍ୟରେ ଥିଲେ ଲେଖକ ବିକ୍ରମ୍‌ ସେଠ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା। ସ୍କୁଲ୍‌ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ଅମିତାଭ୍‌। ସେତେବେଳେ ସେ ଉଭୟ ଗପ ଓ କବିତା ଲେଖୁଥିଲେ। ସେସବୁ ଡୁନ୍‌ ସ୍କୁଲ୍‌ର ସାପ୍ତାହିକୀରେ ପ୍ରକାଶ ପାଉଥିଲା।

ଭାରତୀୟ ଇଂଲିଶ ଲେଖକମାନଙ୍କ ମଧ୍ୟରେ ଅମିତାଭ୍‌ ଘୋଷଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚିତି। ସେ ହେଉଛନ୍ତି ୫୪ତମ ଜ୍ଞାନପୀଠ ପୁରସ୍କାର ବିଜେତା। ତାଙ୍କର ଇଂଲିଶରେ ରଚିତ ଉପନ୍ୟାସ ସବୁ ବହୁ ଭାଷାକୁ ଅନୁଦିତ ଆଉ ଉଚ୍ଚ ପ୍ରଶଂସିତ ମଧ୍ୟ। ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ ରହିଛି ‘ଦ ସାର୍କଲ ଅଫ୍‌ ରିଜନ୍‌’, ‘ଦ ସ୍ୟାଡୋ ଲାଇନ୍ସ’, ‘ଦ କାଲକାଟା କ୍ରୋମୋଜମ୍‌’, ‘ଦ ଗ୍ଲାସ୍‌ ପ୍ୟାଲେସ୍‌’, ‘ଦ ହଙ୍ଗ୍ରି ଟାଇଡ୍‌’, ‘ରିଭର ଅଫ୍‌ ସ୍ମୋକ୍‌’, ‘ଫ୍ଲଡ ଅଫ୍‌ ଫାୟାର’ ଏବଂ ’ଗନ୍‌ ଆଇଲାଣ୍ଡ’। ସେହିଭଳି ତାଙ୍କର ନନ୍‌ ଫିକ୍ସନ୍‌ (ପ୍ରବନ୍ଧ) ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ଇନ୍‌ ଆନ୍‌ ଆଣ୍ଟିକ୍‌ ଲ୍ୟାଣ୍ଡ’, ‘ଡ୍ୟାନ୍ସିଂ ଇନ୍‌ କାମ୍ବୋଡ଼ିଆ ଆଣ୍ଡ ଆଟ୍‌ ଲାର୍ଜ ଇନ୍‌ ବର୍ମା’, ‘ଦ ଇମାମ୍‌ ଆଣ୍ଡ ଦ ଇଣ୍ଡିଆନ୍‌’, ‘ଇନ୍‌ସେଣ୍ଡିଆରୀ ସାରକ୍ୟୁମ୍‌ଷ୍ଟାନ୍‌ସେସ୍‌’ ଏବଂ ‘ଦ ଗ୍ରେଟ୍‌ ଡିରେଞ୍ଜମେଣ୍ଟ’।

ପ୍ରାଥମିକ ଜୀବନ : ୧୯୫୬ ମସିହା ଜୁଲାଇ ୧୧ ତାରିଖରେ କଲିକତାର ଏକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିଲେ ଅମିତାଭ୍‌ ଘୋଷ୍‌। ଡେରାଡୁନ୍‌ରେ ସେ ନିଜର ଶିକ୍ଷା ଶେଷ କରିଥିଲେ। ଡେରାଡୁନ୍‌ର ‘ଦି ଡୁନ୍‌ ସ୍କୁଲ୍‌’ରେ ପଢୁଥିବା ବେଳେ ତାଙ୍କର ସମସାମୟିକଙ୍କ ମଧ୍ୟରେ ଥିଲେ ଲେଖକ ବିକ୍ରମ୍‌ ସେଠ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା। ସ୍କୁଲ୍‌ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ଅମିତାଭ୍‌। ସେତେବେଳେ ସେ ଉଭୟ ଗପ ଓ କବିତା ଲେଖୁଥିଲେ। ସେସବୁ ଡୁନ୍‌ ସ୍କୁଲ୍‌ର ସାପ୍ତାହିକୀରେ ପ୍ରକାଶ ପାଉଥିଲା। ସେହି ସାପ୍ତାହିକୀର ସେତେବେଳର ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ ବିକ୍ରମ୍‌ ସେଠ୍‌। ସ୍କୁଲ୍‌ ତଥା କଲେଜ୍‌ ସମୟରେ ତାଙ୍କର ସାହିତ୍ୟ ସହିତ ସମ୍ପୃକ୍ତି ବହୁଭାବରେ ବୃଦ୍ଧି ପାଇଥିଲା। ରାମଚନ୍ଦ୍ର ଗୁହାଙ୍କ ସହିତ ମିଶି ସେ ଏକ ମାଗାଜିନ୍‌ ପ୍ରକାଶ କରିଥିଲେ ଯାହାର ନାମ ଥିଲା ‘ହିଷ୍ଟ୍ରି ଟାଇମ୍‌ସ ଏଲଙ୍ଗ୍‌’। ଡୁନ୍‌ରୁ ପଢ଼ା ସାରି ସେ ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଲେ। ପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ଡିଗ୍ରୀ ହାସଲ କଲେ। ଇନ୍‌ଲାକ୍‌ସ ଫାଉଣ୍ଡେଶନ୍‌ ସ୍କଲାରଶିପ୍‌ ପାଇ ସେ ଅକ୍ସଫୋର୍ଡ ୟୁନିଭର୍ସିଟି ଗଲେ ଓ ସେଠାରେ ଡି.ଫିଲ୍‌ କଲେ। ତାଙ୍କର ଜର୍ନାଲିଜିମ୍‌ ପ୍ରତି ଖୁବ୍‌ ଆଗ୍ରହ ଥିଲା। ସେ ନୂଆଦିଲ୍ଲୀ ଫେରିଆସି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରଥମ ଚାକିରି ଜୀବନ ଆରମ୍ଭ କଲେ।

କ୍ୟାରିୟର : ସମ୍ପ୍ରତି ନ୍ୟୁୟର୍କ ହେଉଛି ଅମିତାଭ୍‌ ଘୋଷ୍‌ଙ୍କ ବାସସ୍ଥାନ। ପରିବାର କହିଲେ ସେ, ସ୍ତ୍ରୀ ଦିବୋରା ବାକେର ଏବଂ ଦୁଇ ସନ୍ତାନ : ଲିଲା ଏବଂ ନୟନ। ଅମିତାଭ୍‌ଙ୍କ ପରି ଦିବୋରା ମଧ୍ୟ ଜଣେ ଲେଖିକା। ତାଙ୍କର ଏକ ଲୋକପ୍ରିୟ ବହିର ନାମ ‘ଇନ୍‌ ଏକ୍‌ଷ୍ଟ୍ରିମିସ୍‌’। ଏହା ହେଉଛି ପ୍ରଖ୍ୟାତ ଆମେରିକାନ୍‌ କବି, ସମାଲୋଚିକା, ଔପନ୍ୟାସିକା, ପ୍ରାବନ୍ଧିକା ତଥା କ୍ଷୁଦ୍ରଗଳ୍ପ ଲେଖିକାଙ୍କ ଆତ୍ମଜୀବନୀ। ୧୯୯୯ ମସିହାରେ ଅମିତାଭ୍‌ ଘୋଷ ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର କୁଇନ୍ସ କଲେଜ୍‌ ଫାକଲ୍‌ଟିରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ‘କମ୍ପେୟାରେଟିଭ୍‌ ଲିଟରେଚର୍‌’ର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଭାବରେ ନିଯୁକ୍ତି ଦିଆଯାଇଥିଲା। ୨୦୦୫ରେ ସେ ହାଓ୍ବାର୍ଡ ୟୁନିଭର୍ସିଟିର ଇଂଲିଶ ବିଭାଗରେ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟକରିଥିଲେ। ତେବେ ଏସବୁକୁ ଛାଡ଼ି ତାଙ୍କୁ ଶେଷରେ ଭାରତ ଫେରିଆସିବାକୁ ପଡ଼ିଲା। କାରଣ ସେ ଏକ ପୁସ୍ତକର ଟ୍ରାୟୋଲୋଜି ଉପରେ କାମ କରିବାକୁ ମନସ୍ଥ କରିଥିଲେ। ଏହି ଯୋଜନା କ୍ରମରେ ସେ ଲେଖିଥିଲେ ସି ଅଫ୍‌ ପପିଜ୍‌, ରିଭର ଅଫ୍‌ ସ୍ମୋକ୍‌ ଏବଂ ଫ୍ଲଡ ଅଫ୍‌ ଫାୟାର। ୨୦୦୭ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ସେହିଭଳି ସେ ୨୦୦୯ରେ ରୟାଲ ସୋସାଇଟି ଅଫ୍‌ ଲିଟରେଚର୍‌ର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ।

ଦ ସର୍କଲ ଅଫ୍‌ ରିଜନ : ‘ଦ ସର୍କଲ ଅଫ୍‌ ରିଜନ’ ହେଉଛି ଅମିତାଭ୍‌ ଘୋଷଙ୍କ ପ୍ରଥମ ଉପନ୍ୟାସ। ଏହାର ରଚନା କାଳ ୧୯୮୬ ମସିହା। ଉପନ୍ୟାସର ନାୟକ ‘ଆଲୁ’। ଆଲୁ ହେଉଛି ଏକ ଅନାଥ ପିଲା। ଆଲୁକୁ ଜଣେ ବ୍ୟକ୍ତି ପାଳିଛି। ଆଉ ତାକୁ ନେଇ ସେ ଏକ ବିଚିତ୍ର ସ୍ବପ୍ନ ଦେଖୁଛି। ସେ ଭାବୁଛି ଆଲୁ ବଡ଼ ହୋଇ ତା’ ପାଇଁ ଲଢ଼େଇ କରିବ। ଆଲୁକୁ ସେ ନିଜ ଯୁଦ୍ଧରେ ଜଣେ ସୈନିକ କରି ଠିଆ କରେଇବ। ତେବେ ଆଲୁର ପାଳକ ବାପା ଯେ ଜଣେ ଆତଙ୍କବାଦୀ – ଏଭଳି ଆଶଙ୍କା କରି ପୋଲିସ ସେମାନଙ୍କୁ ସନ୍ଦେହ ଘେରରେ ରଖୁଛି। ତେବେ ଏଭଳି ଏକ ପରିପ୍ରେକ୍ଷୀରେ ଆଲୁ ଦିନେ କୁଆଡ଼େ ଗାଏବ ହୋଇ ଯାଉଛି। ସେ କଲିକତା ଛାଡ଼ି ଗୋଆରେ ପହଞ୍ଚୁଛି। ଗୋଆରେ ଗୋଟିଏ ଫିଶିଂ ଟ୍ରଲରରେ ଯାଇ ବସି ଯାଉଛି ଯେଉଁ ଟ୍ରଲରଟି ବେଆଇନ୍‌ ଭାବରେ ଲୋକମାନଙ୍କୁ ଆଫ୍ରିକା ସ୍ଥାନାନ୍ତର କରୁଛି। ଏଭଳି ଏକ କଥାବସ୍ତୁକୁ ନେଇ ରଚିତ ‘ଦ ସର୍କଲ ଅଫ୍‌ ରିଜନ’ ଉପନ୍ୟାସଟିକୁ ବେଶ୍‌ ପାଠକୀୟ ତଥା ସମାଲୋଚକୀୟ ପ୍ରଶଂସା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri