Posted inଫୁରସତ

ବ୍ୟକ୍ତିତ୍ୱ: ରାମବୃକ୍ଷ ବେନିପୁରୀ

‘ପୁଷମାସର ସକାଳ। ଖଳାରେ ଧାନ ଗଦାହେଇ ପଡ଼ିଥିଲା। ଘର ଆଗରେ ଧୁନି ଜଳୁଥିଲା। ଚାରିଆଡ଼େ କୁହୁଡ଼ି ଛାଇଯାଇଥିଲା। ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ। ତେବେ ଏମିତି ଲାଗୁଥିଲା ଯେମିତି ସକାଳର କୁହୁଡ଼ିକୁ ଭେଦକରି ପୃଥିବୀକୁ ଆସିବା ପାଇଁ ବାଳସୂର୍ଯ୍ୟଙ୍କର କିରଣକୁ ବହୁ କଷ୍ଟ କରିବାକୁ ପଡୁଥିଲା। ଧୀରେ ଧୀରେ ପବନ ବହୁଥିଲା। ଦେହରେ ଥଣ୍ଡା ପବନ ବାଜି କଲିଜାକୁ ଥରେଇ ଦେଉଥିଲା।’

ଏମିତି ଅତ୍ୟନ୍ତ ସରଳ ତଥା ନିଷ୍କପଟ ଭାବରେ କାହାଣୀ ଆରମ୍ଭ କରୁଥିବା ଜଣେ ଭାରତୀୟ ସାହିତି୍ୟକ ହେଉଛନ୍ତି ରାମବୃକ୍ଷ ବେନିପୁରୀ। ଯେତେବେଳେ ଭାରତବର୍ଷରେ କାହାଣୀ ତଥା ଶୈଳୀକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇ ନ ଥିଲା ଠିକ୍‌ ସେତିକିବେଳେ ହିଁ ଲେଖା ଆରମ୍ଭ କରିଥିଲେ ରାମବୃକ୍ଷ। ଆଉ ନିଜର ସହଜ, ସରଳ, ଜୀବନ୍ତ ଶବ୍ଦ ସଂଯୋଜନା ପାଇଁ ସେ ପାଠକମାନଙ୍କ ହୃଦୟ ଜିତି ପାରିଥିଲେ।

ଜନ୍ମ ଓ ପ୍ରାଥମିକ ଜୀବନ: ବିହାରର ମୁଜାଫରପୁର ଜିଲାରେ ୧୯୦୨ ମସିହାରେ ଜନ୍ମ ହୋଇଥିଲେ ରାମବୃକ୍ଷ ବେନିପୁରୀ। ସେ ଥିଲେ ଜଣେ କୃଷକ ବାପାର ସନ୍ତାନ। ବାପାମା’ଙ୍କର ସ୍ନେହ ପାଇବାର ଭାଗ୍ୟ ତାଙ୍କର ନ ଥିଲା। କାରଣ ସେ ଅଳ୍ପ ବୟସର ହୋଇଥିବା ବେଳେ ବାପାମା’ଙ୍କ ଦେହାନ୍ତ ଘଟିଥିଲା। ଜଣେ ମାଉସୀ ତାଙ୍କୁ ଲାଳନପାଳନକରି ବଡ଼ କରିଥିଲେ। ପିଲାଟି ବେଳରୁ ମେଧାବୀ ଥିଲେ ରାମବୃକ୍ଷ। ତେବେ ଏହା ସେହି ସମୟର କଥା ଯେତେବେଳେ ସମଗ୍ର ଭାରତବର୍ଷରେ ସ୍ବରାଜ ଆନ୍ଦୋଳନର ପବନ ପ୍ରବାହିତ ହେଉଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ ସେତିକିବେଳେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ। ସେହି ଡାକରା ରାମବୃକ୍ଷଙ୍କୁ ଅତିମାତ୍ରାରେ ପ୍ରବାହିତ କରିଥିଲା। ଆଉ ସେ ପାଠପଢ଼ା ଛାଡ଼ି ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଗଲେ। ସେ ଖାଲି ଆନ୍ଦୋଳନରେ ସାମିଲ ହେଲେ ନାହିଁ, କିପରି ଅଧିକରୁ ଅଧିକ ଲୋକ ସ୍ବାଧୀନତା ସଂଗ୍ରାମରେ ଯୋଗଦେବେ ସେଥିଲାଗି ଅଣ୍ଟା ଭିଡ଼ି ଲାଗିପଡ଼ିଲେ। ଫଳରେ ତାଙ୍କୁ ବାରମ୍ବାର ଜେଲ ଯିବାକୁ ପଡ଼ିଲା। ସ୍ବାଧୀନତାପ୍ରାପ୍ତି ବେଳକୁ ସେ ପାଲଟିଯାଇଥିଲେ ଜଣେ ପୋଖତ ରାଜନେତା। ତେବେ ସେ ଯେ ପାଠପଢ଼ା ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ ସେକଥା ନୁହେଁ, ମଝିରେ ମଝିରେ ଅଧ୍ୟୟନ ଜାରି ରଖିଥିଲେ। ଆଉ ହିନ୍ଦୀରେ ବିଶାରଦ ପାଠ୍ୟକ୍ରମ ଶେଷ କରିଥିଲେ। ସ୍ବାଧୀନତା ପରେ ସେ ‘ସମାଜବାଦୀ ପାର୍ଟିରେ ଯୋଗଦେଲେ ଆଉ ବିଧାନସଭାକୁ ମଧ୍ୟ ନିର୍ବାଚିତ ହେଲେ।

‘ରାମଚରିତ ମାନସ’ରୁ ସାହିତ୍ୟ : ‘ରାମଚରିତ ମାନସ’ ଥିଲା ତାଙ୍କର ଅତି ପ୍ରିୟ ପୁସ୍ତକ। ତାହାକୁ ସେ ବାରମ୍ବାର ପାଠ କରୁଥିଲେ। ଆଉ ଚରମ ତୃପ୍ତି ହାସଲ କରୁଥିଲେ। ଏହି ‘ରାମଚରିତ ମାନସ’ ହିଁ ତାଙ୍କୁ ଜଣେ ସାହିତି୍ୟକ ହେବାର ପ୍ରେରଣା ଯୋଗାଇଥିଲା। ସାହିତ୍ୟ ତାଙ୍କ ପାଇଁ ଏକ ସେବା ସଦୃଶ ଥିଲା। ସେ ରାଜନୀତି କରି ମଧ୍ୟ ରାଜନୀତିରୁ କୌଣସି ପ୍ରାପ୍ତି ଆଶା କରୁ ନ ଥିଲେ। ସେଥିଲାଗି ରାଜନୀତିରୁ ସମୟ କାଟଛାଣ୍ଟକରି ସାହିତ୍ୟ ସର୍ଜନାରେ ଲାଗି ପଡ଼ିଥିଲେ। ସେ ସ୍ବାଧୀନତା ପୂର୍ବର ଭାରତବର୍ଷକୁ ଦେଖିଥିଲେ। ଆଉ ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷକୁ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଦେଖିଲେ। ସ୍ବାଧୀନତା ପାଇବା ପରେ ଲୋକମାନଙ୍କର ମାନସିକତା କିଭଳି ପରିବର୍ତ୍ତନ ହୋଇଗଲା, ଦେଶର ସାମାଜିକତାରେ କିଭଳି ପରିବର୍ତ୍ତନ ଘଟିଲା ତାହାକୁ ନେଇ ଖୁବ୍‌ ବ୍ୟଥିତ ହୋଇଥିଲେ ରାମବୃକ୍ଷ। କହିବା ବାହୁଲ୍ୟ ସେହି ସବୁକୁ ସେ ତାଙ୍କ ସାହିତ୍ୟର କଞ୍ଚାମାଲ ଭାବରେ ବ୍ୟବହାର କରିଥିଲେ।

ସଫଳ ଗଦ୍ୟ ଲେଖକ : ରାମବୃକ୍ଷ ବେନିପୁରୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ଗପ, ନାଟକ, ଉପନ୍ୟାସ, ରେଖାଚିତ୍ର, ସମାଲୋଚନା, ପ୍ରବନ୍ଧ, ଲଳିତ ନିବନ୍ଧ, ରମ୍ୟରଚନା ଲେଖି ଭାରତୀୟ ଭାଷା ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଛନ୍ତି। ପନ୍ଦରବର୍ଷ ବୟସରେ ସେ ତାଙ୍କର ଲେଖାଲେଖି ଆରମ୍ଭ କରିଥିଲେ। ମୁଖ୍ୟତଃ ଗଳ୍ପ ଲେଖୁଥିଲେ ରାମବୃକ୍ଷ। ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଯୋଗଦେବା ପରେ ପତ୍ରପତ୍ରିକା ସମ୍ପାଦନ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା। ସ୍ବାଧୀନତା ପରେ ସେ ମଧ୍ୟ କିଛିକାଳ ପାଇଁ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ଆଉ ଏହି ପତ୍ରିକା ସମ୍ପାଦନା ହିଁ ତାଙ୍କର ଲେଖିବାର ଝୁଙ୍କ୍‌କୁ ବଢ଼େଇ ଦେଇଥିଲା। ସେ ଗଦ୍ୟ ରଚନା ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଗଦ୍ୟ ବିଭାଗର ସମସ୍ତ ରଚନାରେ ହାତ ଦେଇ ଜଣେ ସଫଳ ଗଦ୍ୟ ଲେଖକର ମର୍ଯ୍ୟାଦା ହାସଲ କରିଥିଲେ।

ଅନ୍ୟ ଜଣେ ପ୍ରେମଚନ୍ଦ : ରାମବୃକ୍ଷଙ୍କୁ ହିନ୍ଦୀ ସାହିତ୍ୟରେ ଜଣେ ମୂର୍ଦ୍ଧନ୍ୟ ଲେଖକ ଭାବରେ ବିବେଚନା କରାଯାଏ। ତାଙ୍କର ଭାଷାଶୈଳୀ ଅତ୍ୟନ୍ତ ସରଳ ଥିଲା। ସେ ଛୋଟ ଛୋଟ ବାକ୍ୟରେ ଲେଖୁଥିଲେ। ଯଥାସମ୍ଭବ ତାଙ୍କର ଲେଖାକୁ ସେ ଦୃଶ୍ୟ ସମ୍ବଳିତ କରିବାର ପ୍ରୟାସ କରୁଥିଲେ। ତାଙ୍କର ସାହିତ୍ୟ ସମ୍ଭାରକୁ ପ୍ରେମଚନ୍ଦଙ୍କ ସାହିତ୍ୟ ସମ୍ଭାର ସହ ତୁଳନା କରାଯାଇଥାଏ। ପ୍ରେମଚନ୍ଦଙ୍କ ଭଳି ସେ ମାଟିର ମଣିଷମାନଙ୍କ କଥା ଲେଖୁଥିଲେ। ସେମାନଙ୍କର ଦୁଃଖ, ଦୁର୍ଦ୍ଦଶା, ଦୟନୀୟତାର ଚିତ୍ରକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରୁଥିଲେ। ଏସବୁ ବ୍ୟତୀତ, ରାମବୃକ୍ଷଙ୍କ ରଚନାରେ ଭରି ରହିଥିଲା କାରୁଣ୍ୟ। ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷର ବଦଳି ଯାଉଥିବା ଦୃଶ୍ୟକୁ ଦେଖି ସେ ନିଜ ଭିତରେ ଯେଉଁ ବ୍ୟଥା ତଥା ବେଦନା ଅନୁଭବ କରୁଥିଲେ ତାହାର ମାର୍ମିକ ଚିତ୍ରରୂପ ଦେଉଥିଲେ ନିଜର ଗଳ୍ପ, ଉପନ୍ୟାସ ତଥା ନାଟକରେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri