Posted inଫୁରସତ

ବ୍ୟକ୍ତିତ୍ୱ: ରାମବୃକ୍ଷ ବେନିପୁରୀ

‘ପୁଷମାସର ସକାଳ। ଖଳାରେ ଧାନ ଗଦାହେଇ ପଡ଼ିଥିଲା। ଘର ଆଗରେ ଧୁନି ଜଳୁଥିଲା। ଚାରିଆଡ଼େ କୁହୁଡ଼ି ଛାଇଯାଇଥିଲା। ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ। ତେବେ ଏମିତି ଲାଗୁଥିଲା ଯେମିତି ସକାଳର କୁହୁଡ଼ିକୁ ଭେଦକରି ପୃଥିବୀକୁ ଆସିବା ପାଇଁ ବାଳସୂର୍ଯ୍ୟଙ୍କର କିରଣକୁ ବହୁ କଷ୍ଟ କରିବାକୁ ପଡୁଥିଲା। ଧୀରେ ଧୀରେ ପବନ ବହୁଥିଲା। ଦେହରେ ଥଣ୍ଡା ପବନ ବାଜି କଲିଜାକୁ ଥରେଇ ଦେଉଥିଲା।’

ଏମିତି ଅତ୍ୟନ୍ତ ସରଳ ତଥା ନିଷ୍କପଟ ଭାବରେ କାହାଣୀ ଆରମ୍ଭ କରୁଥିବା ଜଣେ ଭାରତୀୟ ସାହିତି୍ୟକ ହେଉଛନ୍ତି ରାମବୃକ୍ଷ ବେନିପୁରୀ। ଯେତେବେଳେ ଭାରତବର୍ଷରେ କାହାଣୀ ତଥା ଶୈଳୀକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇ ନ ଥିଲା ଠିକ୍‌ ସେତିକିବେଳେ ହିଁ ଲେଖା ଆରମ୍ଭ କରିଥିଲେ ରାମବୃକ୍ଷ। ଆଉ ନିଜର ସହଜ, ସରଳ, ଜୀବନ୍ତ ଶବ୍ଦ ସଂଯୋଜନା ପାଇଁ ସେ ପାଠକମାନଙ୍କ ହୃଦୟ ଜିତି ପାରିଥିଲେ।

ଜନ୍ମ ଓ ପ୍ରାଥମିକ ଜୀବନ: ବିହାରର ମୁଜାଫରପୁର ଜିଲାରେ ୧୯୦୨ ମସିହାରେ ଜନ୍ମ ହୋଇଥିଲେ ରାମବୃକ୍ଷ ବେନିପୁରୀ। ସେ ଥିଲେ ଜଣେ କୃଷକ ବାପାର ସନ୍ତାନ। ବାପାମା’ଙ୍କର ସ୍ନେହ ପାଇବାର ଭାଗ୍ୟ ତାଙ୍କର ନ ଥିଲା। କାରଣ ସେ ଅଳ୍ପ ବୟସର ହୋଇଥିବା ବେଳେ ବାପାମା’ଙ୍କ ଦେହାନ୍ତ ଘଟିଥିଲା। ଜଣେ ମାଉସୀ ତାଙ୍କୁ ଲାଳନପାଳନକରି ବଡ଼ କରିଥିଲେ। ପିଲାଟି ବେଳରୁ ମେଧାବୀ ଥିଲେ ରାମବୃକ୍ଷ। ତେବେ ଏହା ସେହି ସମୟର କଥା ଯେତେବେଳେ ସମଗ୍ର ଭାରତବର୍ଷରେ ସ୍ବରାଜ ଆନ୍ଦୋଳନର ପବନ ପ୍ରବାହିତ ହେଉଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ ସେତିକିବେଳେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ। ସେହି ଡାକରା ରାମବୃକ୍ଷଙ୍କୁ ଅତିମାତ୍ରାରେ ପ୍ରବାହିତ କରିଥିଲା। ଆଉ ସେ ପାଠପଢ଼ା ଛାଡ଼ି ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଗଲେ। ସେ ଖାଲି ଆନ୍ଦୋଳନରେ ସାମିଲ ହେଲେ ନାହିଁ, କିପରି ଅଧିକରୁ ଅଧିକ ଲୋକ ସ୍ବାଧୀନତା ସଂଗ୍ରାମରେ ଯୋଗଦେବେ ସେଥିଲାଗି ଅଣ୍ଟା ଭିଡ଼ି ଲାଗିପଡ଼ିଲେ। ଫଳରେ ତାଙ୍କୁ ବାରମ୍ବାର ଜେଲ ଯିବାକୁ ପଡ଼ିଲା। ସ୍ବାଧୀନତାପ୍ରାପ୍ତି ବେଳକୁ ସେ ପାଲଟିଯାଇଥିଲେ ଜଣେ ପୋଖତ ରାଜନେତା। ତେବେ ସେ ଯେ ପାଠପଢ଼ା ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ ସେକଥା ନୁହେଁ, ମଝିରେ ମଝିରେ ଅଧ୍ୟୟନ ଜାରି ରଖିଥିଲେ। ଆଉ ହିନ୍ଦୀରେ ବିଶାରଦ ପାଠ୍ୟକ୍ରମ ଶେଷ କରିଥିଲେ। ସ୍ବାଧୀନତା ପରେ ସେ ‘ସମାଜବାଦୀ ପାର୍ଟିରେ ଯୋଗଦେଲେ ଆଉ ବିଧାନସଭାକୁ ମଧ୍ୟ ନିର୍ବାଚିତ ହେଲେ।

‘ରାମଚରିତ ମାନସ’ରୁ ସାହିତ୍ୟ : ‘ରାମଚରିତ ମାନସ’ ଥିଲା ତାଙ୍କର ଅତି ପ୍ରିୟ ପୁସ୍ତକ। ତାହାକୁ ସେ ବାରମ୍ବାର ପାଠ କରୁଥିଲେ। ଆଉ ଚରମ ତୃପ୍ତି ହାସଲ କରୁଥିଲେ। ଏହି ‘ରାମଚରିତ ମାନସ’ ହିଁ ତାଙ୍କୁ ଜଣେ ସାହିତି୍ୟକ ହେବାର ପ୍ରେରଣା ଯୋଗାଇଥିଲା। ସାହିତ୍ୟ ତାଙ୍କ ପାଇଁ ଏକ ସେବା ସଦୃଶ ଥିଲା। ସେ ରାଜନୀତି କରି ମଧ୍ୟ ରାଜନୀତିରୁ କୌଣସି ପ୍ରାପ୍ତି ଆଶା କରୁ ନ ଥିଲେ। ସେଥିଲାଗି ରାଜନୀତିରୁ ସମୟ କାଟଛାଣ୍ଟକରି ସାହିତ୍ୟ ସର୍ଜନାରେ ଲାଗି ପଡ଼ିଥିଲେ। ସେ ସ୍ବାଧୀନତା ପୂର୍ବର ଭାରତବର୍ଷକୁ ଦେଖିଥିଲେ। ଆଉ ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷକୁ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଦେଖିଲେ। ସ୍ବାଧୀନତା ପାଇବା ପରେ ଲୋକମାନଙ୍କର ମାନସିକତା କିଭଳି ପରିବର୍ତ୍ତନ ହୋଇଗଲା, ଦେଶର ସାମାଜିକତାରେ କିଭଳି ପରିବର୍ତ୍ତନ ଘଟିଲା ତାହାକୁ ନେଇ ଖୁବ୍‌ ବ୍ୟଥିତ ହୋଇଥିଲେ ରାମବୃକ୍ଷ। କହିବା ବାହୁଲ୍ୟ ସେହି ସବୁକୁ ସେ ତାଙ୍କ ସାହିତ୍ୟର କଞ୍ଚାମାଲ ଭାବରେ ବ୍ୟବହାର କରିଥିଲେ।

ସଫଳ ଗଦ୍ୟ ଲେଖକ : ରାମବୃକ୍ଷ ବେନିପୁରୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ଗପ, ନାଟକ, ଉପନ୍ୟାସ, ରେଖାଚିତ୍ର, ସମାଲୋଚନା, ପ୍ରବନ୍ଧ, ଲଳିତ ନିବନ୍ଧ, ରମ୍ୟରଚନା ଲେଖି ଭାରତୀୟ ଭାଷା ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଛନ୍ତି। ପନ୍ଦରବର୍ଷ ବୟସରେ ସେ ତାଙ୍କର ଲେଖାଲେଖି ଆରମ୍ଭ କରିଥିଲେ। ମୁଖ୍ୟତଃ ଗଳ୍ପ ଲେଖୁଥିଲେ ରାମବୃକ୍ଷ। ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଡାକରାରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଯୋଗଦେବା ପରେ ପତ୍ରପତ୍ରିକା ସମ୍ପାଦନ ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା। ସ୍ବାଧୀନତା ପରେ ସେ ମଧ୍ୟ କିଛିକାଳ ପାଇଁ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ। ଆଉ ଏହି ପତ୍ରିକା ସମ୍ପାଦନା ହିଁ ତାଙ୍କର ଲେଖିବାର ଝୁଙ୍କ୍‌କୁ ବଢ଼େଇ ଦେଇଥିଲା। ସେ ଗଦ୍ୟ ରଚନା ପ୍ରତି ଆକୃଷ୍ଟ ହୋଇଥିଲେ ଏବଂ ଗଦ୍ୟ ବିଭାଗର ସମସ୍ତ ରଚନାରେ ହାତ ଦେଇ ଜଣେ ସଫଳ ଗଦ୍ୟ ଲେଖକର ମର୍ଯ୍ୟାଦା ହାସଲ କରିଥିଲେ।

ଅନ୍ୟ ଜଣେ ପ୍ରେମଚନ୍ଦ : ରାମବୃକ୍ଷଙ୍କୁ ହିନ୍ଦୀ ସାହିତ୍ୟରେ ଜଣେ ମୂର୍ଦ୍ଧନ୍ୟ ଲେଖକ ଭାବରେ ବିବେଚନା କରାଯାଏ। ତାଙ୍କର ଭାଷାଶୈଳୀ ଅତ୍ୟନ୍ତ ସରଳ ଥିଲା। ସେ ଛୋଟ ଛୋଟ ବାକ୍ୟରେ ଲେଖୁଥିଲେ। ଯଥାସମ୍ଭବ ତାଙ୍କର ଲେଖାକୁ ସେ ଦୃଶ୍ୟ ସମ୍ବଳିତ କରିବାର ପ୍ରୟାସ କରୁଥିଲେ। ତାଙ୍କର ସାହିତ୍ୟ ସମ୍ଭାରକୁ ପ୍ରେମଚନ୍ଦଙ୍କ ସାହିତ୍ୟ ସମ୍ଭାର ସହ ତୁଳନା କରାଯାଇଥାଏ। ପ୍ରେମଚନ୍ଦଙ୍କ ଭଳି ସେ ମାଟିର ମଣିଷମାନଙ୍କ କଥା ଲେଖୁଥିଲେ। ସେମାନଙ୍କର ଦୁଃଖ, ଦୁର୍ଦ୍ଦଶା, ଦୟନୀୟତାର ଚିତ୍ରକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରୁଥିଲେ। ଏସବୁ ବ୍ୟତୀତ, ରାମବୃକ୍ଷଙ୍କ ରଚନାରେ ଭରି ରହିଥିଲା କାରୁଣ୍ୟ। ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷର ବଦଳି ଯାଉଥିବା ଦୃଶ୍ୟକୁ ଦେଖି ସେ ନିଜ ଭିତରେ ଯେଉଁ ବ୍ୟଥା ତଥା ବେଦନା ଅନୁଭବ କରୁଥିଲେ ତାହାର ମାର୍ମିକ ଚିତ୍ରରୂପ ଦେଉଥିଲେ ନିଜର ଗଳ୍ପ, ଉପନ୍ୟାସ ତଥା ନାଟକରେ।


Enter your email to get our daily news in your inbox.

All Right Reserved By Dharitri.Com

New Year ୨୦୨୬: ନୂଆବର୍ଷର ପ୍ରଥମ ସନ୍ଧ୍ୟାରେ କରନ୍ତୁ ଏହି ବିଶେଷ ଉପଚାର, ଘରେ ଦେବୀ ଲକ୍ଷ୍ମୀଙ୍କ…

୨୦୨୬ ବର୍ଷ ଆରମ୍ଭ ହୋଇଛି। ଆଜି ନୂତନ ବର୍ଷର ପ୍ରଥମ ଦିନ। ସମସ୍ତେ ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି ।...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri