Posted inଫୁରସତ

ବ୍ୟକ୍ତିତ୍ୱ: ଔପନ୍ୟାସିକ କିରନ୍‌ ନାଗରକର

ସ୍ବାଧୀନୋତ୍ତର ଭାରତବର୍ଷର ସାହିତ୍ୟକୁ ଯେଉଁ କେତେଜଣ ଲେଖକ ବିଶ୍ୱ ସାହିତ୍ୟ ପରିସରରେ ପହଞ୍ଚାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ କିରନ୍‌ ନାଗରକର। ଜଣେ ଭାରତୀୟ ଇଂଲିଶ ଲେଖକ ଭାବରେ ତାଙ୍କର ସୁଖ୍ୟାତି କେବଳ ଭାରତରେ ସୀମିତ ନୁହେଁ; ଅଧିକନ୍ତୁ ଦେଶ ବିଦେଶରେ ମଧ୍ୟ ସମ୍ପ୍ରସାରିତ। କିରନ୍‌ ନାଗରକର ଏକାଧାରରେ ଜଣେ ଔପନ୍ୟାସିକ, ନାଟ୍ୟକାର ଏବଂ ଚିତ୍ରନାଟ୍ୟ ଲେଖକ। ସେତିକି ନୁହେଁ ସେ ଜଣେ ମିଡିଆ ଲେଖକ ମଧ୍ୟ। ଡ୍ରାମା ଏବଂ ଫିଲ୍ମ ଉପରେ ତାଙ୍କର ରହିଛି ଅନେକ ସମାଲୋଚନାମୂଳକ ପ୍ରବନ୍ଧ ଓ ନିବନ୍ଧ। ସେଥିଲାଗି ସ୍ବାଧୀନୋତ୍ତର ଭାରତୀୟ ଲେଖକ ଭାବରେ ନାଗରକରଙ୍କ ରଚନା ସବୁକୁ ସାହିତ୍ୟ ସମାଲୋଚକମାନେ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥାନ୍ତି। ତାଙ୍କର ରଚନାଗୁଡ଼ିକ ମଧ୍ୟରେ ରହିଛି ରାଓ୍ବନ୍‌ ଆଣ୍ଡ ଏଡି, କୁକୁଲ୍‌ଡ ଏବଂ ଆହୁରି ଅନେକ। ‘କୁକୋଲ୍‌ଡ’ ଉପନ୍ୟାସକୁ ତାଙ୍କର ଏକ ଏପିକ୍‌ ଉପନ୍ୟାସ ବୋଲି କୁହାଯାଇଥାଏ। ଏହି ଉପନ୍ୟାସ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ମୁଖ୍ୟତଃ ଇଂଲିଶ ଭାଷାରେ ଲେଖୁଥିବା ବେଳେ ତାଙ୍କର ରଚନାସବୁ ଜର୍ମାନ ଆଦି ଭାଷାକୁ ଅନୁଦିତ ହୋଇ ବେଶ୍‌ ପ୍ରଶଂସା ଲାଭ କରିଛି।

ପରିବାର : ୧୯୪୨ ଏପ୍ରିଲ୍‌ ୨ ତାରିଖରେ ମୁମ୍ବାଇ (ସେତେବେଳର ବମ୍ବେ)ର ଏକ ମଧ୍ୟବିତ୍ତ ମରାଠା ପରିବାରରେ କିରନ୍‌ ନାଗରକର ଜନ୍ମଗ୍ରହଣ କରିଥିଲେ। ବାପା କମଲକାନ୍ତ ନାଗରକର ଏବଂ ମା’ ସୁଲୋଚନା ନାଗରକର। ସେ ପରିବାରର ଥିଲେ ତୃତୀୟ ସନ୍ତାନ। ତାଙ୍କ ଜେଜେବାପା ବି.ବି.ନାଗରକର ଥିଲେ ଜଣେ ବେଦଜ୍ଞ ବ୍ରାହ୍ମଣ। ୧୮୯୩, ସିକାଗୋ ଠାରେ ବିଶ୍ୱର ବିଦ୍ୱାନମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଶ୍ୱ ଧର୍ମ ସମ୍ମିଳନୀରେ ସେ ଯୋଗଦାନ କରିଥିଲେ।

ପ୍ରାଥମିକ ଶିକ୍ଷା: ମୁମ୍ବାଇରେ ନାଗରକରଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପରେ ସେ ପୁଣେର ଫର୍ଗୁଶନ୍‌ କଲେଜ ଏବଂ ମୁମ୍ବାଇର ଏସ୍‌ଆଇଇଏସ୍‌ କଲେଜରୁ ଡିିଗ୍ରୀ ହାସଲ କରିଥିଲେ। ୧୯୬୪ରେ ସେ ସ୍ନାତକ ଏବଂ ୧୯୬୭ରେ ସେ ଇଂଲିଶ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପାଠପଢ଼ା ସରିବା ପରେ ସେ ଚାକିରି ସନ୍ଧାନରେ ଥିବା ଅବସରରେ ତାଙ୍କୁ ଏକ କପି ରାଇଟର ଚାକିରି ମିଳି ଯାଇଥିଲା। ସେ ଏକ ଆଡଭର୍ଟାଇଜିଂ ଅନୁଷ୍ଠାନରେ ୧୫ବର୍ଷ ଧରି କପି ରାଇଟର ଭାବେ କାର୍ଯ୍ୟ କରିଥିଲେ।

ସାହିତ୍ୟ ସୃଷ୍ଟି : ଭାରତୀୟ ସାହିତ୍ୟରେ ନାଗରକର ଏକ ଅତି ପରିଚିତ ନଁା। ସେ ମୁଖ୍ୟତଃ ଜଣେ ଭାରତୀୟ ଇଂଲିଶ ଲେଖକ ବୋଲି ବିବେଚିତ ହେଉଥିଲେ ମଧ୍ୟ ସେ ତାଙ୍କର ପ୍ରଥମ ବହି ଲେଖିଥିଲେ ମାତୃଭାଷା ମରାଠୀରେ। ବହିର ନାମ ଥିଲା ‘ସାତ ସକାମ ତ୍ରିଚାଲିଶ’। ଏହି ବହିକୁ ଇଂଲିଶରେ ଅନୁବାଦ କରିଥିଲେ ଶୁଭା ସ୍ଲି। ଇଂଲିଶ ଅନୁଦିତ ପୁସ୍ତକର ନାମ ଥିଲା ‘ସେଭେନ୍‌ ସିକ୍ସେସ୍‌ ଆର ଫର୍ଟି ଥ୍ରୀ’। ଏହି ପୁସ୍ତକକୁ ମରାଠୀ ଭାଷାର ଏକ ମାଇଲଷ୍ଟୋନ ବୋଲି କୁହାଯାଇଥାଏ। ତାଙ୍କର ଦ୍ୱିତୀୟ ପୁସ୍ତକ ‘ରାଓ୍ବନ୍‌ ଆଣ୍ଡ ଏଡି’କୁ ସେ ତ ମରାଠୀ ଭାଷାରେ ଆରମ୍ଭ କରିଥିଲେ। ମାତ୍ର ପରେ ସେ ତାହାକୁ ଇଂଲିଶରେ ହିଁ ଲେଖିଲେ ଆଉ ଶେଷ କଲେ। ଏହା ପରେ ସେ ତାଙ୍କର ସମସ୍ତ ପୁସ୍ତକ ସେ ଇଂଲିଶ ଭାଷାରେ ହିଁ ରଚନା କରିଥିଲେ। ପରେ ସେଗୁଡ଼ିକ ଅନ୍ୟାନ୍ୟ ଆଞ୍ଚଳିକ ତଥା ବିଦେଶୀ ଭାଷାକୁ ଅନୁଦିତ ହୋଇଥିଲା।

ଏପିକ୍‌ ନଭେଲ୍‌ : ନାଗରକରଙ୍କ ତୃତୀୟ ଉପନ୍ୟାସର ନାମ ‘କୁକୁଲ୍‌ଡ’। ମୀରାବାଈଙ୍କ ସ୍ବାମୀ ଭୋଜରାଜଙ୍କ ରହସ୍ୟମୟ ଜୀବନ କାହାଣୀକୁ ଆଧାର କରି ସେ ଏହି ଉପନ୍ୟାସ ରଚନା ଆରମ୍ଭ କରିଥିଲେ। ଏହାକୁ ଶେଷ କରିବା ପାଇଁ ତାଙ୍କୁ ପାଖାପାଖି ନ’ବର୍ଷ ଲାଗିଯାଇଥିଲା। ଏହି ଉପନ୍ୟାସ ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେହିଭଳି ଆଉ ଏକ ଉପନ୍ୟାସକୁ ତାଙ୍କର ମାଇଲଖୁଣ୍ଟ ବୋଲି କ୍ରିଟିକ୍‌ମାନେ ଦାବି କରନ୍ତି। ତାହା ହେଉଛି ‘ଗଡ୍ସ ଲିଟିଲ୍‌ ସୋଲଜର’। ଏକ ଉଦାରବାଦୀ ମୁସଲିମ୍‌ ବାଳକକୁ ନେଇ ରଚିିତ ଏହି ଉପନ୍ୟାସରେ ରୂଢ଼ିବାଦୀ ସମାଜକୁ ତୀବ୍ର ସମାଲୋଚନା କରାଯାଇଛି।

୨୦୧୯ ସେପ୍ଟେମ୍ବର ୨ ତାରିଖରେ ନାଗରକରଙ୍କ ପରଲୋକ ଘଟିଥିଲା। ସେ ମସ୍ତିଷ୍କ ପ୍ରଦାହର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ନ୍ତି ନାହିଁ

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ସେଥିରୁ ପ୍ରାୟ ୯୭ ପ୍ରତିଶତ ମହାସାଗରରେ ଲୁଣିଆ ପାଣି ରହିଛି। କେବଳ ତିନି ପ୍ରତିଶତ ପାଣି...

ଏମିତି ଏକ ଦେଶ ଯେଉଁଠି ଲୋକଙ୍କୁ ଦେବାକୁ ପଡେ ନାହିଁ ଇନକମ ଟ୍ୟାକ୍ସ, ଏସବୁ ମିଳେ ମାଗଣାରେ

ବନ୍ଦର ସେରି ବେଗାୱାନ,୮।୧୨: COVID-19 ମହାମାରୀ ପ୍ରାୟ ପ୍ରତ୍ୟେକ ଦେଶର ଅର୍ଥନୀତିକୁ ଏକ ଗମ୍ଭୀର ଆଘାତ ଦେଇଥିଲା। ଅନେକ ଦେଶରେ ସରକାର ଖର୍ଚ୍ଚ ବୃଦ୍ଧି କରିବାକୁ,...

ରହସ୍ୟମୟ ସମୁଦ୍ର: ଯେଉଁଥିରେ କେହି କେବେ ବୁଡ଼ିଯିବେ ନାହିଁ, କାରଣ ଜାଣିଲେ…

ପୃଥିବୀର ପ୍ରାୟ ୭୧ ପ୍ରତିଶତ ଅଞ୍ଚଳ ଜଳ ଆଚ୍ଛାଦିତ। ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀପୃଷ୍ଠର ପ୍ରାୟ ୯୭ ପ୍ରତିଶତ, ମହାସାଗରରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri