Posted inଫୁରସତ

ବ୍ୟକ୍ତିତ୍ୱ: ସୁରିଲା ସିଙ୍ଗର ଅଲ୍‌କା ୟାଗ୍ନିକ୍‌

ହିନ୍ଦୀ ଚିତ୍ର ଦୁନିଆର ଏକ ଅତି ପରିଚିତ ନାମ ହେଉଛି ଅଲ୍‌କା ୟାଗ୍ନିକ୍‌। ଲତା ମଙ୍ଗେସ୍‌କରଙ୍କ ପରେ ତାଙ୍କୁ ଅନ୍ୟତମ ସୁରିଲା ସିଙ୍ଗର ଭାବେ ବିବେଚନା କରାଯାଇଥାଏ। ହିନ୍ଦୀ ସିନେମାରେ ସେ ତିନି ଦଶନ୍ଧିରୁ ଅଧିକ ସମୟ ପାଇଁ କାମ କରିଛନ୍ତି। ଏହି ସମୟକାଳ ମଧ୍ୟରେ ସେ ସହସ୍ରାଧିକ ଗୀତରେ କଣ୍ଠଦାନ କରିଛନ୍ତି। ସେ ହେଉଛନ୍ତି ଏମିତି ଜଣେ ଗାୟିକା, ଯାହାଙ୍କୁ ମିଳିଛି ସାତଥର ଫିଲ୍ମ ଫେୟାର ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର। ସେହିପରି ତାଙ୍କ ନାମକୁ ୩୬ଥର ଏହି ପୁରସ୍କାର ନିମନ୍ତେ ନୋମିନେଟ୍‌ ବା ମନୋନୟନ କରାଯାଇଛି। ସେତିକି ନୁହେଁ, ୧୯୯୪ ମସିହାରେ ସେ ଏହି ପୁରସ୍କାର ନିମନ୍ତେ ଥିଲେ ଏକକ ନୋମିନି। ତାଙ୍କୁ ଦୁଇଥର ନ୍ୟାଶନାଲ୍‌ ଫିଲ୍ମ ଆଓ୍ବାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ତାଙ୍କୁ ମିଳିଛି ଅଜସ୍ର ସମ୍ମାନ ଓ ସ୍ବୀକୃତି। ବିବିସି ଦ୍ୱାରା ପ୍ରସ୍ତୁତ ‘ଟପ୍‌ ଫର୍ଟି ବଲିଉଡ୍‌ ସାଉଣ୍ଡଟ୍ରାକ୍ସ’ରେ ତାଙ୍କର ଗୀତ କୋଡ଼ିଏଥର ସ୍ଥାନ ପାଇ ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ଲତା ମଙ୍ଗେସ୍‌କରଙ୍କ ପରେ ଅଲ୍‌କା ହେଉଛନ୍ତି ଏମିତି ଜଣେ ଗାୟିକା, ଯିଏ ତାଙ୍କ ବଲିଉଡ୍‌ କ୍ୟାରିୟର୍‌ରେ ସର୍ବାଧିକ ସୋଲୋ ସଙ୍ଗ୍‌ ବା ଏକକ କଣ୍ଠରେ ଗୀତ ରେକର୍ଡ କରିଛନ୍ତି।

ପ୍ରାଥମିକ ଜୀବନ : ୧୯୬୬ ମସିହା ମାର୍ଚ୍ଚ ୨୦ ତାରିଖରେ କଲିକତାର ଏକ ଗୁଜରାଟୀ ପରିବାରରେ ଜନ୍ମ ହୋଇଥିଲେ ଅଲ୍‌କା ୟାଗ୍ନିକ୍‌। ବାପାଙ୍କ ନାମ ଧର୍ମେନ୍ଦ୍ର ଶଙ୍କର। ମା’ ଶୋଭା ଶଙ୍କର ଥିଲେ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ। ଅଲ୍‌କାଙ୍କ ଭିତରେ ମା’ଙ୍କର ସଙ୍ଗୀତ ଗୁଣଟି ଭରପୂର ହୋଇ ରହିଥିଲା। ସେ ପିଲାଟି ବେଳୁ ଖୁବ୍‌ ସୁରିଲା ଗଳାରେ ଗୀତ ଗାଉଥିଲେ। ମାତ୍ର ୬ ବର୍ଷ ବୟସରେ ସେ କଲିକତା ଆକାଶବାଣୀର ଜଣେ ଶିଶୁ କଣ୍ଠଶିଳ୍ପୀ ଭାବେ ଗୀତ ଗାଇବା ଆରମ୍ଭ କରିଥିଲେ। ତେବେ ଏତିକିରେ ତାଙ୍କ ମା’ ସନ୍ତୁଷ୍ଟ ନ ଥିଲେ। ସେ ଅଲ୍‌କାଙ୍କୁ ନେଇ ଚାଲିଆସିଲେ ମୁମ୍ବାଇ। ସେତେବେଳକୁ ତାଙ୍କୁ ମାତ୍ର ୧୦ବର୍ଷ ବୟସ ହୋଇଥାଏ। ତେବେ ମୁମ୍ବାଇ ଆସିବା ପରେ ସମସ୍ତେ ଅଲ୍‌କାଙ୍କ ଗୀତ ଶୁଣିଲେ। ତେବେ ସେ ବଡ଼ହୋଇ ତାଙ୍କ କଣ୍ଠସ୍ବର ପରିପକ୍ୱ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି ତାଙ୍କୁ ସମସ୍ତେ ପରାମର୍ଶ ଦେଇଥିଲେ। ଶୋଭାଙ୍କୁ ଏହା ମଧ୍ୟ ସନ୍ତୁଷ୍ଟ କରିପାରି ନ ଥିଲା। ସେ ଯେମିତି ନିଷ୍ପତ୍ତି ନେଇସାରିଥିଲେ ଯେ, ଝିଅକୁ ଗାୟିକା କରିବା ପରେ ଯାଇ ବିଶ୍ରାମ ନେବେ। ଏତିକିବେଳେ ରାଜ କପୁରଙ୍କଠାରୁ ଅଲ୍‌କାଙ୍କୁ ନେଇ ଯିବା ଲାଗି ଏକ ପତ୍ର ଆସିଲା। ରାଜ୍‌ କପୁର ଅଲ୍‌କାଙ୍କୁ ଶୁଣିଲେ। ତାଙ୍କ କଣ୍ଠସ୍ବର ତାଙ୍କୁ ଖୁବ୍‌ ଭଲ ଲାଗିଲା ମଧ୍ୟ। ସେ ଗୋଟିଏ ଚିଠି ଲେଖି ଅଲ୍‌କାଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ (ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌)ଙ୍କ ନିକଟକୁ ପଠେଇଦେଲେ। ଲକ୍ଷ୍ମୀକାନ୍ତ ମଧ୍ୟ ଅଲ୍‌କାଙ୍କ ଭଏସ୍‌କୁ ପସନ୍ଦ କଲେ। ତେବେ ଶୋଭାଙ୍କ ନିକଟରେ ସେ ଦୁଇଟି ପ୍ରସ୍ତାବ ରଖିଲେ। ଅଲ୍‌କା ଡବିଂ ଗାୟିକା ଭାବରେ କାମ କରି ପରେ ଗାୟିକା ଭାବେ ବ୍ରେକ୍‌ ନବ ନା ସିଧାସଳଖ ଗାୟିକା ଭାବରେ ବ୍ରେକ ପାଇବ। ଶୋଭା ଚାହୁଁ ନ ଥିଲେ ଯେ, ତାଙ୍କ ଝିଅ ଆଉ କାହା ପାଇଁ ଗୀତ ଡବିଂ କରୁ। ପରେ ସେ ଗାୟିକା ହେଉ। ତାଙ୍କର ଇଚ୍ଛା ଥିଲା ସେ ସିଧାସଳଖ ଗାୟିକା ହେଉ। ତେଣୁ ସେ ଲକ୍ଷ୍ମୀକାନ୍ତଙ୍କ ଦ୍ୱିତୀୟ ପ୍ରସ୍ତାବକୁ ଗ୍ରହଣ କଲେ। ଅବଶ୍ୟ ସେଥିପାଇଁ ତାଙ୍କୁ କିଛିଦିନ ଅପେକ୍ଷା କରିବାକୁ ପଡ଼ିଲା।

କ୍ୟାରିୟର : ଅଲ୍‌କା ପ୍ରଥମଥର ପାଇଁ କଣ୍ଠଦାନ କରିଥିଲେ ଫିଲ୍ମ ‘ପାୟଲ କି ଝନ୍‌କାର’ରେ। ଏହା ଥିଲା ତାଙ୍କର ପ୍ରଥମ ବଲିଉଡ୍‌ ଗାୟନ। ଏହାର ଠିକ୍‌ ବର୍ଷକ ପରେ ଆସିଲା ଫିଲ୍ମ ‘ଲାଓ୍ବାରିସ୍‌’। ଏହି ଫିଲ୍ମରେ ସେ ଗାଇଥିବା ଗୀତଟି ଥିଲା ‘ମେରେ ଅଙ୍ଗନାମେଁ ତୁହ୍ମାରା କ୍ୟା କାମ୍‌ ହୈ’। ଅଲ୍‌କା ଯେ ଲତା ମଙ୍ଗେସ୍‌କରଙ୍କ ପରେ ବଲିଉଡ୍‌ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସେକଥା ଏହି ଗୀତରୁ ହିଁ ଜଣା ପଡ଼ିଯାଇଥିଲା। ଫିଲ୍ମର କ୍ରିଟିକ୍‌ମାନେ ତଥା ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କ ଭିତରେ ଥିବା ପ୍ରତିଭାକୁ ଦେଖିସାରିଥିଲେ। ତେବେ ଅଲ୍‌କାଙ୍କୁ ସେପରି ଆଖିଦୃଶିଆ ସଫଳତା ତଥାପି ମିଳି ନ ଥିଲା। ଆଉ ସେ ସେହିଭଳି ଏକ ସୁଯୋଗର ଅପେକ୍ଷାରେ ଥିଲେ। ଏତିକିବେଳେ ତାଙ୍କ ହାତକୁ ଆସିଲା ଫିଲ୍ମ ‘ତେଜାବ୍‌’। ତାଙ୍କ କଣ୍ଠରେ ଏହି ଫିଲ୍ମର ଯେଉଁ ଗୀତଟି ରେକର୍ଡିଂ ହେଲା ତାହା ତାଙ୍କୁ ରାତାରାତ୍‌ ସଫଳତା ଆଣିଦେଲା। ଗୀତଟି ଥିଲା ‘ଏକ୍‌ ଦୋ ତିନ୍‌’। ମାଧୁରୀଙ୍କ ଅଭିନୟ ଗୀତଟିକୁ ଜବରଦସ୍ତ ହିଟ୍‌ ଆଣିଦେଇଥିଲା। ଆଉ ଅଲ୍‌କାଙ୍କୁ ବନେଇ ଦେଇଥିଲା ଜଣେ ବ୍ୟସ୍ତ ଗାୟିକା। ଏହି ଗୀତ ପାଇଁ ସେ ପାଇଥିଲେ ତାଙ୍କ ପ୍ରଥମ ଫିଲ୍ମ ଫେୟାର ଆଓ୍ବାର୍ଡ। ଏହାପରେ ଅଲ୍‌କା କେବଳ ହିନ୍ଦୀ ଗୀତରେ ବାନ୍ଧିହୋଇ ରହିଲେ ନାହିଁ। ଅଧିକନ୍ତୁ ସମଗ୍ର ଭାରତର ଗାୟିକା ପାଲଟିଗଲେ। ଉର୍ଦ୍ଦୁ, ଅହମୀୟା, ବେଙ୍ଗଲି, ଗୁଜରାଟୀ, କନ୍ନଡ, ମାଲୟାଲମ୍‌, ମରାଠୀ, ପଞ୍ଜାବୀ, ଓଡ଼ିଆ, ତାମିଲ୍‌, ତେଲୁଗୁ ଆଦି ଭାଷାରେ ଗୀତ ଗାଇ ସେ ନିଜକୁ ଏକ ସ୍ବୟଂସମ୍ପନ୍ନା ଗାୟିକା ଭାବେ ପ୍ରତିଷ୍ଠା କରିଥିଲେ। ଓଡ଼ିଆ ଭାଷାରେ ସେ ଗାଇଥିବା ଏକ ସଫଳ ଗୀତ ହେଉଛି ‘ନାହିଁ ମୋ ପାଦେ ଆଜି ନୂପୁର’। ‘ଫୁଲଚନ୍ଦନ’ ଫିଲ୍ମ ପାଇଁ ନିଜାମ ଗୀତ ରଚନା କରିଥିବା ବେଳେ ଏହାର ସୁରକାର ଥିଲେ ସରୋଜ ପଟ୍ଟନାୟକ। ନିଜର ବ୍ୟସ୍ତତା ସମ୍ପର୍କରେ ସୂଚନା ଦେଇ ଏକଦା ଏକ ଇଣ୍ଟରଭ୍ୟୁରେ ଅଲ୍‌କା କହିଥିଲେ ଯେ, ସେ ଦିନକୁ ଅତିକମ୍‌ରେ ପାଞ୍ଚଟି ଗୀତ ରେକର୍ଡିଂ କରୁଥିଲେ। ଆଉ ସେତେବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଲତା ମଙ୍ଗେସ୍‌କର ଏବଂ ଆଶା ଭୋସ୍‌ଲେ।

ପାରିବାରିକ ଜୀବନ : ସିଲଂର ବିଜନେସମ୍ୟାନ୍‌ ନୀରଜ କପୁରଙ୍କ ସହିତ ଅଲ୍‌କା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ତାହା ଥିଲା ପ୍ରେମ ବିବାହ। ବିବାହ ପରେ ସେ ସାୟଶା ନାମ୍ନୀ ଗୋଟିଏ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ତେବେ ଏହା ପରେପରେ ନୀରଜଙ୍କ ସହିତ ତାଙ୍କର ମନୋମାଳିନ୍ୟ ହୋଇଥିଲା। ଉଭୟେ ପ୍ରାୟ ଚାରି ପାଞ୍ଚବର୍ଷ ପରସ୍ପରଠାରୁ ଦୂରେଇ ରହିଥିଲେ। ଅବଶ୍ୟ ପରେ ସେମାନଙ୍କର ମତାନ୍ତର ଦୂର ହୋଇଥିଲା। ଆଉ ସେମାନେ ପୁଣିଥରେ ଏକତ୍ର ରହିଥିଲେ। ଅଲ୍‌କା ସ୍ବୀକାର କରନ୍ତି ଯେ, ମା’ ହେଉଛନ୍ତି ତାଙ୍କର ପ୍ରଥମ ଗୁରୁ। ସେ ମା’ଙ୍କଠାରୁ ହିଁ ସଙ୍ଗୀତ ବ୍ୟାକରଣ ଶିକ୍ଷା ହାସଲ କରିଥିଲେ। ଏତଦ୍‌ବ୍ୟତୀତ କଲ୍ୟାଣଜୀ-ଆନନ୍ଦଜୀ ଏବଂ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ ତାଙ୍କୁ ପ୍ଲେବ୍ୟାକ୍‌ ଗାୟନ ଶିଖେଇଥିବା ଅଲ୍‌କାଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri