ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପୋତିଦେଲେ ଡ୍ରେନ୍‌:ଘରେ ପଶୁଛି ନର୍ଦ୍ଦମା ପାଣି

ଭୁବନ, ୪।୬(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଡ୍ରେନ୍‌ଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଥିବାରୁ ନର୍ଦ୍ଦମା ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି। କେତେକ ସ୍ଥାନରେ ବ୍ୟକ୍ତିଗତ ସ୍ବାର୍ଥସାଧନ ଲାଗି ନାଳ ପୋତି ଦିଆଯାଇଛି। ସାମାନ୍ୟ ବର୍ଷା ହେଲେ ଦୁର୍ଗନ୍ଧ ପଚାପାଣି ଘରେ ପଶୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ ଏନ୍‌ଏସି କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ଦୃଷ୍ଟି ଦେଉନାହିଁ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାବେଳେ ଏହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।
ଏନ୍‌ଏସିର ସବୁଠାରୁ ବ୍ୟସ୍ତବହୁଳ ୨ନଂ. ଓ୍ବାର୍ଡରେ ଶତାଧିକ ପରିବାର ବାସ କରୁଛନ୍ତି। କାଳୀବଜାର ଭଳି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଏହି ଓ୍ବାର୍ଡରେ ଅବସ୍ଥିତ। ଏହି କାରଣରୁ ଦୈନିକ ଜିଲା ତଥା ଜିଲା ବାହାରୁ ହଜାର ହଜାର ବ୍ୟବସାୟୀ ଏଠାକୁ ଆସିଥାନ୍ତି। ସେହିପରି କାଳୀବଜାରଠାରୁ ଅରବିନ୍ଦ ମାର୍ଗ ଦେଇ ଯାଇଥିବା ଡ୍ରେନ୍‌ ଆବର୍ଜନା ଜଳ ନିଷ୍କାସନର ବଡ଼ ମାଧ୍ୟମ। ହାପି ଅଟୋ ନିକଟରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ଡ୍ରେନ୍‌କୁ ମାଟି ପକାଇ ପୋତି ଦେଇଛନ୍ତି। ଫଳରେ ସାମାନ୍ୟ ବର୍ଷା ହେଲେ ଡ୍ରେନ୍‌ରୁ ପାଣି ଉଛୁଳି ଘରେ ପଶୁଛି। ଏଥିରୁ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟ ବାଦ୍‌ ପଡୁନି। ରାସ୍ତାରେ ନର୍ଦ୍ଦମା ଜଳ ଜମିରହି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଛାତ୍ରୀଛାତ୍ରମାନେ ଆବର୍ଜନା ପାଣି ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଶତ୍ରୁଘ୍ନ ପୃଷ୍ଟିଙ୍କ ନେତୃତ୍ୱରେ ଅଞ୍ଚଳବାସୀ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ଶନିବାର ଦାବିପତ୍ର ଦେଇଥିଲେ। ଏଥିପୂର୍ବରୁ ଏ ସମ୍ପର୍କରେ ଜିଲା ପ୍ରଶାସନର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଜନସାଧାରଣ ନର୍ଦ୍ଦମା ପାଣିରେ ଘାଣ୍ଟି ହେଉଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ତୁରନ୍ତ ପ୍ରତିକାର କରା ନ ଗଲେ ଏନ୍‌ଏସି କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଅଞ୍ଚଳବାସୀ କହିଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ ବରାଳ କୁହନ୍ତି, ଅଞ୍ଚଳର ଜଣେ ବ୍ୟକ୍ତି ମାଟି ପକାଇ ଡ୍ରେନ୍‌ ଅବରୋଧ କରି ରଖିଛନ୍ତି। ଏ ନେଇ ତାଙ୍କୁ ନୋଟିସ୍‌ କରାଯାଇଛି। କନିଷ୍ଠ ଯନ୍ତ୍ରୀ ଚେତାବନୀ ଦେବା ସତ୍ତ୍ୱେ ସେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଖୁବ୍‌ଶୀଘ୍ର ତାଙ୍କ ବିରୋଧରେ ଏତଲା ଦିଆଯିବ। ଏଥିସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri