ବ୍ରହ୍ମ ତାଳଧ୍ୱଜ ରଥରେ ଯୋଡ଼ା ହେଉଛି ବରାନ୍ଦ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: ଆସନ୍ତା ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। କେନ୍ଦ୍ରାପଡାର ଇଚ୍ଛାପୁରସ୍ଥିତ ବ୍ରହ୍ମ ତାଳଧ୍ୱଜ ରଥରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉ ବିରାଜମାନ ହୋଇଥାନ୍ତି। ଚଳିତବର୍ଷ କରୋନା ସଂକ୍ରମଣ ପାଇଁ ରଥ ଗଡିବା ନେଇ ସନ୍ଦେହ ଥିଲେ ମଧ୍ୟ ଗତ ସ୍ନାନ ପୂର୍ଣ୍ଣିମାରେ ଚକ ଡେରାଲାଗି ହୋଇ ବରାନ୍ଦ ଯୋଡା ଆରମ୍ଭ ହୋଇଛି। ଆଷାଢ଼ କୃଷ୍ଣପକ୍ଷ ଏକାଦଶୀ ତିଥିରେ ନାହାକା ପୂଜାପୂର୍ବକ ଯୋଡା ହେବ ବୋଲି ରଥ ନିର୍ମାଣ ମୁଖ୍ୟ ରଘୁନାଥ ମହାରଣା କହିଛନ୍ତି। ସେ ସୂଚନା ଦେଇଛନ୍ତି, ଏହି ବିଶାଳ ରଥର ଉଚ୍ଚତା ୪୩ ହାତ ୧୦ ଆଙ୍ଗୁଳି। କଳସ ଓ ନେତକୁ ବାଦ ଦେଲେ କେବଳ ରଥର ଉଚ୍ଚତା ୬୫ ଫୁଟ ୬ ଇଞ୍ଚ ଓ ବ୍ୟାସ ୩୮ ଫୁଟ। ୧୭୨୮ ମସିହାରେ ମରହଟ୍ଟା ସନ୍ନ୍ୟାସୀ ସନ୍ଥ ଗୋପାଳ ଦାସ ତୁଳସୀ କ୍ଷେତ୍ରରେ ଅବସ୍ଥାନ ପରେ ଶ୍ରୀଜୀଉଙ୍କ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମିତ ହୋଇଥିଲା। ଏହି ମହାତ୍ମା ହିଁ ଉକ୍ତ ବିଶ୍ୱବିଖ୍ୟାତ ରଥର ପ୍ରବର୍ତ୍ତକ ବୋଲ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର ମତ ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଦ୍ୱିବିନ୍ଦ ଦାନବ ବଧ କାଳରେ ତାଳବନରେ ବ୍ରହ୍ମା ଶ୍ରୀ ବଳଦେବଜୀଉଙ୍କୁ ଏହି ତାଳଧ୍ୱଜ ରଥ ପ୍ରଦାନ କରିଥିଲେ। ବଳଦେବ ସ୍ବୟଂ ବାସୁଦେବ ଓ ଅନନ୍ତ। ସେ ପ୍ରଥମେ ତୁଳସୀ କ୍ଷେତ୍ରରେ ଏକାକୀ ପୂଜା ପାଉଥିଲେ। ପରବର୍ତ୍ତୀ କାଳରେ ତୁଳସୀଙ୍କ ପରିବର୍ତ୍ତେ ସୁଭଦ୍ରା ଓ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଉଛି। ରଥ ନିର୍ମାଣର ପାରମ୍ପରିକ ରୀତିନୀତି ସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କୁହନ୍ତି, ଦୋଳ ପୂର୍ଣ୍ଣିମା ପରଦିନ ଚୈତ୍ର କୃଷ୍ଣ ପ୍ରତିପଦ ଦିବସରେ ରଥନିର୍ମାଣ ନିମନ୍ତେ ନିର୍ଦ୍ଦିଷ୍ଟ ବୃକ୍ଷରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବନ୍ଧାଯାଇ ପୂଜା ପୂର୍ବକ ବୃକ୍ଷଚ୍ଛେଦନ କରାଯାଇଥାଏ। ଅକ୍ଷୟ ତୃତୀୟାରେ ଏହି କାଷ୍ଠ ପୂଜା ପାଇ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ। ରଥ କାଠ ସମ୍ପର୍କରେ ଟ୍ରଷ୍ଟି ଧୀରେନ ସାହୁ କୁହନ୍ତି, ଏହି ରଥ ନିର୍ମାଣ ପାଇଁ ବ୍ୟବହୃତ ରଥ କାଠ ଲାଗିଥାଏ। ତେବେ ଦୁଇଟି ନୂତନ ଚକ ଓ ଦୁଇଟି ଅଖ ବଦଳାଯିବା ବିଧାନ ରହିଛି। ଗତ ବର୍ଷର ବଳକା କାଠ ଚଳିତବର୍ଷ ରଥ ନିର୍ମାଣରେ ଲାଗିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri