ବ୍ରହ୍ମଗିରିରେ ସେସୁର ବିଦ୍ୟୁତ୍‌ କାଟ୍‌ ଆରମ୍ଭ: ୧୦ଜଣଙ୍କ ଲାଇନ୍‌ କଟିଲା

ବ୍ରହ୍ମଗିରି,୧୮ା୧(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରେ ବକେୟା ବିଦ୍ୟୁତ ବିଲ୍‌ ପୈଠ କରି ନ ଥିବା ଗ୍ରାହକଙ୍କର ବିଦ୍ୟୁତ୍‌ କାଟ୍‌ ଶୁକ୍ରବାରଠାରୁ ଆରମ୍ଭ କରିଛି ସେସୁ। ପ୍ରଥମେ ବ୍ୟବସାୟିକ ଅନୁଷ୍ଠାନଗୁଡିକର ବିଦ୍ୟୁତ୍‌ କାଟ୍‌ କରାଯାଉଥିବାବେଳେ ଦୁଇଦିନ ପରେ ଘରୋଇ ଗ୍ରାହକଙ୍କ ବିଦ୍ୟୁତ କାଟ୍‌ ଆରମ୍ଭ ହେବ ବୋଲି ଜଣାପଡିଛି। ବ୍ରହ୍ମଗିରି ଅଞ୍ଚଳରେ ପ୍ରାୟ ୨୭ ହଜାର ବିଦ୍ୟୁତ ଉପଭୋକ୍ତା ଥିବାବେଳେ ସେମାନଙ୍କ ଉପରେ ୨୭ କୋଟି ଟଙ୍କା ବକେୟା ପଡିଥିବା ସେସୁ ଅଧିକାରୀ ସୂର୍ଯ୍ୟକାନ୍ତ ମହାରଣା କହିଛନ୍ତି। ତେବେ ଗୁରୁବାର ସୁନାମୁହିଁଓ ବ୍ରହ୍ମଗିରି ସେକ୍ସନ୍‌ରେ ୨ ଦିନରେ ୨ଲକ୍ଷ ୭୦ ହଜାର ବକେୟା ଆଦାୟ ହୋଇଥିବାବେଳେ ୧୦ଜଣ ଗ୍ରାହକଙ୍କ ବିଦ୍ୟୁତ୍‌ କାଟ୍‌ କରାଯାଇଥିବା ଜଣାପଡିଛି।