Posted inବୌଦ୍ଧ

ବୌଦ୍ଧରେ ସୀମିତ ସେବାୟତରେ ହେବ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା  

ବୌଦ୍ଧ,୪ା୬ (ସ୍ବ.ପ୍ର.)-କରୋନା ମହାମାରୀର ପ୍ରଭାବ ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଉପରେ ପଡିଛି। ଏଥର ବୌଦ୍ଧରେ ଗଡଜାତ ଅମଳରୁ ଚାଲି ଆସୁଥିବା ପରମ୍ପରା ଭଙ୍ଗ କରାଯାଇ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରାରେ କୌଣସି ଭକ୍ତଙ୍କୁ ସାମିଲ କରା ନ ଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଦେବତ୍ତୋର ଅଧିକାରୀ ତଥା ଉପଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କ ଉପସ୍ଥିତିରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କ ସହିତ ଏ ନେଇ ଗତ ଆଲୋଚନା କରାଯାଇଥିଲା ା ଏହି ସମୟରେ ପ୍ରଶାସନ ପକ୍ଷରୁ ମାତ୍ର ୨୫ ଜଣ ସେବାୟତ ସାମିଲ ହୋଇ ସ୍ନାନଯାତ୍ରା ପାଳନ କରାଯିବାକୁ ସ୍ଥିର ହୋଇଛି। ଏଥିସହିତ ଏଥର ଠାକୁରଙ୍କ ସ୍ନାନଯାତ୍ରାରେ ସ୍ବଳ୍ପ ସଂଖ୍ୟକ ସେବାୟତଙ୍କୁ ସାମିଲ କରାଯିବା ସହିତ ୧୦ ବର୍ଷରୁ କମ୍‌ ଓ ୬୫ବର୍ଷରୁ ଊର୍ଦ୍ଧ୍ୱ ସେବାୟତଙ୍କୁ ସାମିଲ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଠାକୁରମାନଙ୍କ ସ୍ନାନଯାତ୍ରା କେବଳ ଔପଚାରିକ ପୂଜାପଦ୍ଧତି ମଧ୍ୟରେ କରାଯାଇ ଶେଷ କରିବାକୁ ପରାମର୍ଶ ଦିଆଯାଇଛି। ସ୍ନାନଯାତ୍ରା ଦିନ ତିନି ଠାକୁରଙ୍କୁ ଭକ୍ତମାନେ ସ୍ନାନବେଦୀରେ ଗଜବେଶରେ ଦର୍ଶନ ପାଇଥାନ୍ତି। ଚଳିତବର୍ଷ ମନ୍ଦିରକୁ ଭକ୍ତମାନେ ଆସିବା ନେଇ ପୂର୍ବରୁ କଟକଣା ଜାରି କରାଯାଇ ଥିବା ବେଳେ ସ୍ନାନଯାତ୍ରାରେ ଗଜବେଶରେ ମଧ୍ୟ ଦର୍ଶନ ମିଳିବାର ସମ୍ଭାବନା ନାହିଁ। ସେହିପରି ବୌଦ୍ଧରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରେ ବୌଦ୍ଧ ଗଡଜାତର ରଥଯାତ୍ରାର ପ୍ରସିଦ୍ଧି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

ତେଲିବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ୨ ମୃତ, କାରକୁ ଘୋଷାଡ଼ି…

ବୋୖଦ୍ଧ, ୨୦ା୧( ଅଜିତ କୁମ୍ଭୀର ବାରିକ) – ​ବୌଦ୍ଧ ଜିଲା ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେଲିବନ୍ଧ ଛକ ନିକଟରେ…

ପୋଷ୍ଟ ଅଫିସ୍‌ ଜମାଖାତାରୁ ଟଙ୍କା ଗାଏବ: ଫେରାଇବା ଦାବିରେ ଜମାକାରୀ…

ବୌଦ୍ଧ,୮ା୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାଖାତାରୁ ଟଙ୍କା ଗାଏବ ହୋଇଥିବା ଜମାକାରୀମାନେ ଅଭିଯୋଗ କରିଛନ୍ତ। ଅଭିଯୋଗ…

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ ଜିଲା…

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ…

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ ଜିଲାରେ…

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି ୪୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri