Posted inଖେଳ

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି ଭୟ ଲାଗୁଛି ବୋଲି ସେ କହିଛନ୍ତି। ବୋମା ବିସ୍ଫୋରଣ ଘଟଣାରେ ୩୨୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ୨୭ବର୍ଷୀୟ ଅଲରାଉଣ୍ଡର ଦିନକ ପୂର୍ବରୁ ଦୀର୍ଘ ପଥ ଯାତ୍ରା କରି ଘରକୁ ଫେରିଥିବାରୁ କ୍ଳାନ୍ତ ହୋଇ ପଡ଼ିଥିଲେ। ଫଳରେ ଇଷ୍ଟରସଣ୍ଡେ ଦିନ ସେ ସେଣ୍ଟ୍‌ ସେବାଷ୍ଟିଆନ୍ସ ଚର୍ଚ୍ଚକୁ ସେ ପ୍ରାର୍ଥନା କରିବା ଲାଗି ଯାଇପାରି ନ ଥିଲେ, ଯାହା ଫଳରେ ସେ ବର୍ତ୍ତି ଯାଇଥିଲେ। ଆତ୍ମଘାତୀ ବୋମା ବିସ୍ଫୋରଣକାରୀମାନେ ସେ ଦିନ ୬ଟି ଚର୍ଚ୍ଚ ଏବଂ ହୋଟେଲକୁ ଟାର୍ଗେଟ କରିଥିଲେ। ଏଥିରେ ୩୨୦ରୁ ଅଧିକ ଆହତ ହୋଇଥିବାବେଳେ ଶତାଧିକ ଆହତ ହୋଇଥିଲେ। ଏହି ଆକ୍ରମଣ ପଛରେ ଇସଲାମିଷ୍ଟ ଆତଙ୍କବାଦୀଙ୍କ ହାତ ଥିବା ସ୍ଥାନୀୟ ସରକାର ଅନୁମାନ କରୁଛନ୍ତି।  ଶାନକା କହିଛନ୍ତି, ରବିବାର ସକାଳେ ମୁଁ ନିଜ ବାସଭବନରେ ଥିବାବେଳେ ବୋମା ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥିଲି। ଚର୍ଚ୍ଚରେ ବୋମା ବିସ୍ଫୋରଣ ହୋଇଥିବା ମୁଁ ଲୋକମାନଙ୍କଠାରୁ ଶୁଣିବାକୁ ପାଇଥିଲି। ଘଟଣାସ୍ଥଳକୁ ଯାଇ ଲୋମହର୍ଷଣକାରୀ ଦୃଶ୍ୟ ଦେଖିଲି ତାହା ଭୁଲି ହେବ ନାହିଁ। ଚର୍ଚ୍ଚଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। ଲୋକେ ତନ୍ମଧ୍ୟରୁ  ମୃତାହତଙ୍କୁ ବାହାର କରିବାରେ ଲାଗିଥିଲେ। ଘଟଣାସ୍ଥଳକୁ ଦେଖିଲେ କେହି ଜୀବିତ ଥିବା କଥା କହିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri