ବୈତରଣୀରେ ବୁଡ଼ି ୨ ନାବାଳକ ମୃତ

ଆନନ୍ଦପୁର, ୯।୬(ସ୍ବ.ପ୍ର.)- କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ପଞ୍ଚୁପଲୀ ଗ୍ରାମ ନିକଟ ବୈତରଣୀ ନଦୀ ଘାଟରେ ବୁଡ଼ି ୨ ନାବାଳକଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ
ପଞ୍ଚୁପଲୀ ଗ୍ରାମର ସଞ୍ଜୟ ପଟ୍ଟନାୟକଙ୍କ ପୁଅ ସମ୍ବିତ (୧୫) ଓ ବାବୁ ପ୍ରସାଦ ଜେନାଙ୍କ ଭଣଜା ରୁଦ୍ର ପ୍ରସାଦ। ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ସେମାନେ ନଦୀକୁ ଗାଧୋଇବାକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରିଥିଲେ। ଉଭୟ ନଦୀକୁ ଯାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ସୂଚନା ପାଇ ପରିବାର ଲୋକେ ନଦୀ କୂଳରେ ଖୋଜାଖୋଜି କରିଥିଲେ। ଘାଟରେ ଉଭୟଙ୍କ ଡ୍ରେସ୍‌ ଓ ଚପଲ ଥିବା ଦେଖାଯାଇଥିଲା। ଉଭୟଙ୍କ ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ଆସି ଖୋଜାଖୋଜି କରିବାପରେ ରାତିରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।