ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର ବାହାର କରିବାର ୬ ଘଣ୍ଟା ଭିତରେ ଓ କିଡ୍‌ନୀ ବାହାର କରିବାର ୧୨ ଘଣ୍ଟା ମଧ୍ୟରେ ପ୍ରତିରୋପଣ କରିବା ଭଲ। ମେଡିକାଲ ସାଇନ୍ସ କୁହେ ଯେଉଁ ଅଙ୍ଗକୁ ଯେତେଶୀଘ୍ର ପ୍ରତିରୋପଣ କରାଯିବ ତାହା ସେତେ ଅଧିକ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଥାଏ। ହେଲେ ବୈଜ୍ଞାନିକମାନେ ଏବେ ଏମିତି ଏକ ମେଶିନ ତିଆରି କରିଛନ୍ତି ଯାହା ମଣିଷର ଲିଭରକୁ ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରଖିପାରିବ ବୋଲି କୁହାଯାଏ। ଇଟିଏଚ୍‌ ଜୁରିଚ୍‌ ଇନ୍‌ ସ୍ବିଜରଲାଣ୍ଡ(ETH Zurich in Switzerland)ର ବୈଜ୍ଞାନିକମାନେ କହିଛନ୍ତି ଏହି ମେଶିନ ଦ୍ୱାରା ଖରାପ ହୋଇଥିବା ଲିଭରର ଚିକିତ୍ସା ମଧ୍ୟ ସହଜ ହେବ। ଏହାଦ୍ୱାରା ଲିଭର ଶରୀର ବାହାରେ ମଧ୍ୟ ସୁସ୍ଥ ରହିପାରିବ ବୋଲି ଏମାନେ କହିଛନ୍ତି। ଏହି ମେଶିନ ସମ୍ପର୍କରେ journal Nature Biotechnologyରେ ଉଲ୍ଲେଖ କରାଯାଇଛି। ବିଶେଷଜ୍ଞମାନେ ଦାକି କରିଛନ୍ତି ଏହି ମେଶିନ ସାହାଯ୍ୟରେ କ୍ୟାନସର ପୀଡିତଙ୍କ ଚିକିତ୍ସା ମଧ୍ୟ କରାଯାଇ ପାରିବ। ଉକ୍ତ ଜର୍ଣ୍ଣାଲ ଏହି ମେଶିନକୁ complex perfusion system ଭାବେ ଅଭିହିତ କରିଛି। ଇଟିଏଚ୍‌ ଜୁରିଚ୍‌ର ବିଶେଷଜ୍ଞ Pierre Alain Clavien କହିଛନ୍ତି ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଏକ ଦଳ ୪ ବର୍ଷ ଧରି କାମ କରିବା ପରେ ଏହି ମେଶିନ ତିଆରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri