ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ଲାଭ

ନୂଆଦିଲ୍ଲୀ,୧୭।୫ : ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦକ୍ଷ ଏୟାରସ୍ପେସ୍‌ ମ୍ୟାନେଜମେଣ୍ଟ ଲାଗି ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା କମ୍ପାନୀଙ୍କୁ ପ୍ରାୟ ୧୦୦୦ କୋଟି ଟଙ୍କା ଲାଭ ମିଳିବ ବୋଲି ଜଣାପଡିଛି। ବର୍ତ୍ତମାନ ୬୦% ଭାରତୀୟ ଏୟାରସ୍ପେସ୍‌ ମାଗଣାରେ ଉପଲବ୍ଧ କରାଯାଇଛି। ଏହି କ୍ଷେତ୍ରରେ ରହିଥିବା କଟକଣାକୁ କୋହଳ କରାଯିବା ଯୋଗୁ ଏହାର ଲାଭ କମ୍ପାନୀଗୁଡିକୁ ମିଳିବ। କମ୍ପାନୀ ଏୟାରସ୍ପେସ୍‌କୁ ସର୍ବୋତ୍ତମ ଭାବେ ବ୍ୟବହାର କରିପାରିବେ। ଫଳରେ ସେମାନଙ୍କ ଇନ୍ଧନ ଏବଂ ସମୟ ବଞ୍ଚିବ। ବ୍ୟବସାୟ ପାଇଁ ଏହା ଭଲ ବାତାବରଣ ସୃଷ୍ଟି କରିବ ବୋଲି ଜଣାପଡିଛି।
ଅଧିକ ବିଶ୍ୱସ୍ତରୀୟ ବିମାନ ବନ୍ଦର
ବିମାନ ବନ୍ଦର ପରିଚାଳନାରେ ଘରୋଇ ସହଭାଗିତା ବଢ଼ାଇବା ଲାଗି ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ୬ ବିମାନ ବନ୍ଦର ଘରୋଇକରଣ କରିବେ। ଏଥିଲାଗି ଶୀଘ୍ର ପ୍ରକ୍ରିୟା ଜାରି କରାଯିବ। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ଘରୋଇ ଅଂଶୀଦାରମାନେ ପ୍ରାୟ ୧୩ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି। ତୃତୀୟ ପର୍ଯ୍ୟାୟ ନିଲାମରେ ଆଉ ୬ ବିମାନ ବନ୍ଦରକୁ ନିଲାମ କରାଯିବ।
ଏମ୍‌ଆର୍‌ଓରେ ବିଶ୍ୱସ୍ତରୀୟ ହେବ ଭାରତ
ବିମାନ ମରାମତି, ପରିଚାଳନା ଏବଂ ଓଭରହଲିଂ (ଏମ୍‌ଆର୍‌ଓ) କ୍ଷେତ୍ରରେ ଭାରତକୁ ଗ୍ଲୋବାଲ ହବ୍‌ରେ ରୂପାନ୍ତରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ଇକୋ ସିଷ୍ଟମରେ ଟିକସ ହାର କମ୍‌ କରାଯିବ। ଗତ ୩ ବର୍ଷରେ ସାରା ଦେଶରେ ଏହି ଶିଳ୍ପ ୮୦୦ କୋଟି ଟଙ୍କାରୁ ୨୦୦୦ କୋଟି ଟଙ୍କାକୁ ବଢିଛି। ବିଶ୍ୱସ୍ତରୀୟ କମ୍ପାନୀଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଅଧିକ କମ୍ପାନୀ ଆସିଲେ ବିମାନ କମ୍ପାନୀଙ୍କ ପରିଚାଳନା ଖର୍ଚ୍ଚ କମ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri