Posted inଖେଳ

ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷା କରିବ ଭାରତ

ଇନ୍ଦୋର,୪ା୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କାର ଷ୍ଟାଡିୟମରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ଏହି ଟି୨୦ ସିରିଜ୍‌କୁ ଭାରତ ଆଗୁଆ ଜିତିନେଇଥିବା ବେଳେ ଅନ୍ତିମ ମ୍ୟାଚ୍‌ରେ ବେଞ୍ଚ୍‌ ଷ୍ଟ୍ରେଙ୍ଗ୍‌ଥ ପରୀକ୍ଷଣ କରିବ ଭାରତୀୟ ମ୍ୟାନେଜ୍‌ମେଣ୍ଟ। ଏହି ମ୍ୟାଚ୍‌ ପୂର୍ବରୁ ଭାରତ ବିରାଟ କୋହଲି ଏବଂ ଲୋକେଶ ରାହୁଲଙ୍କୁ ବିଶ୍ରାମ ଦେଇସାରିଛି। ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ବିଜୟ ପରେ ଭାରତର ଶ୍ରେଷ୍ଠ ବ୍ୟାଟର କୋହଲି ଏବଂ ଉପ ଅଧିନାୟକ ରାହୁଲଙ୍କୁ ଦଳ ବିଶ୍ରାମ ଦେଇଛି। ଉଭୟ ଖେଳାଳି ସିଧାସଳଖ ୬ ତାରିଖରେ ଅଷ୍ଟ୍ରେଲିଆ ଯିବାକୁ ଥିବା ଦଳ ସହିତ ମୁମ୍ବାଇରେ ଯୋଗଦେବେ। ବିରାଟଙ୍କ ସ୍ଥାନରେ ରିଜର୍ଭ ଖେଳାଳି ଭାବେ ଥିବା ଶ୍ରେୟସ ଆୟାରଙ୍କୁ ସୁଯୋଗ ମିଳିପାରେ। ସେହିପରି ରାହୁଲଙ୍କ ବଦଳରେ ରିଷଭ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ସେହିପରି ଅନ୍‌କ୍ୟାପ୍‌ଡ ଶାହବାଜ ଅହମଦ୍‌, ମହମ୍ମଦ ସିରାଜ ଓ ଉମେଶ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ।
ୟୁଏଇରେ ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ଭାରତୀୟ ଦଳ ଦୃଢ଼ ଭାବେ ପ୍ରତ୍ୟାବର୍ତ୍ତନ କରୁଛି। ଭାରତୀୟ ଟପ୍‌-୩ ବର୍ତ୍ତମାନ ବଢ଼ିଆ ଫର୍ମରେ ରହିଛନ୍ତି। ଏସିଆ କପ୍‌ ପରବର୍ତ୍ତୀ ସମୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ୧୪୦+ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସ୍କୋର କରୁଛନ୍ତି। ସେହିପରି ରୋହିତ ଶର୍ମା ମଧ୍ୟ ଉପଯୋଗୀ ବ୍ୟାଟିଂ କରୁଥିବା ବେଳେ ରାହୁଲ ତାଙ୍କ ଫର୍ମ ଫେରିପାଇବାରେ ସମର୍ଥ ହୋଇଛନ୍ତି। ୪ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ପନ୍ତ ଏହି ସିରିଜ୍‌ରେ ବ୍ୟାଟିଂ ପାଇ ନ ଥିବା ବେଳେ ଦୀନେଶ କାର୍ତ୍ତିକଙ୍କୁ ବ୍ୟାଟିଂ ପାଇଁ ମିଳିଛି ମାତ୍ର ୭ଟି ବଲ୍‌। ଏହି ଦୁଇ ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚାହିଁବ ମ୍ୟାନେଜ୍‌ମେଣ୍ଟ। ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ବେଶ୍‌ ଦୁର୍ବଳ ମନେହେଉଛି। ବିଶ୍ୱକପ୍‌ ଲାଗି ରିଜର୍ଭ ରହିଥିବା ଦୀପକ ଚହର ମଧ୍ୟ ବେଶ୍‌ ପ୍ରଭାବୀ ବୋଲିଂ କରିଛନ୍ତି। ଅନ୍ୟପକ୍ଷରେ ଅର୍ଶଦୀପଙ୍କ ବୋଲିଂ ମଧ୍ୟ ଭଲ ରହିଛି। କେବଳ ରବିବାର ମ୍ୟାଚ୍‌କୁ ବାଦ୍‌ ଦେଲେ ଡେଥ୍‌ ଓ ପ୍ରାରମ୍ଭିକ ଓଭରରେ ସେ ଚମତ୍କାର ବୋଲିଂ କରିଛନ୍ତି। ହର୍ଷଲ ପଟେଲଙ୍କ ବିବିଧତା ତାଙ୍କର ଶକ୍ତି ହୋଇଥିବା ବେଳେ ସେ ଆହତ ହୋଇ ଫେରିବା ପରେ ମଧ୍ୟ ତାଙ୍କ ବୋଲିଂ ଧାରହୀନ ମନେହେଉଛି। ରେଡ୍‌ ବଲ୍‌ ସ୍ପେଶାଲିଷ୍ଟ ଆର୍‌. ଅଶ୍ୱିନ ଗୋଟିଏ ବି ଉଇକେଟ ନେବାରେ ସମର୍ଥ ହୋଇନାହାନ୍ତି। ଆସାମର ଗୁଳୁଗୁଳିଆ ପରିବେଶରେ ବୋଲିଂ କରିବା ଲାଗି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ହୋଲ୍‌କାର ଷ୍ଟାଡିୟମରେ ସେହି ଅସୁବିଧା ରହିବ ନାହିଁ ବୋଲି ଆଶା କରାଯାଏ। ସିରିଜ୍‌ ହାରିଥିଲେ ହେଁ ଡେଭିଡ ମିଲର ଓ କ୍ୱିଣ୍ଟନ ଡିକକ୍‌ ଫର୍ମକୁ ଫେରିବା ଶୁଭସଙ୍କେତ ବୋଲି ଟିମ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri