ବେଆଇନ ମୋରମ ଚାଲାଣ:ମେଡିକାଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ, ତଦନ୍ତ ଦାବି

ରଣପୁର,୩୦।୮(ସ୍ବ.ପ୍ର.)-ରୟାଲ୍‌ଟି ନଁାରେ ୬ମାସ ଧରି ନୟାଗଡ଼ ଜିଲା ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲ ପରିସରରୁ ଚାଲିଥିଲା ବେଆଇନ ମୋରମ ଚାଲାଣ । ତେବେ ଗୁରୁବାର ତହସିଲଦାରଙ୍କ ଚଢ଼ାଉ ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ମିଛ ବୟାନ ଧରା ପଡ଼ିଯାଇଛି। ଘଟଣାସ୍ଥଳରୁ ୧ ଜେସିବି, ୩ ଟାକ୍ଟର ଜବତ କରାଯାଇଛି। ଏଥିରେ ମେଡ଼ିକାଲ କର୍ମଚାରୀଙ୍କର ସମ୍ପୃକ୍ତି ରହିଥିବା ସନ୍ଦେହ ହୋଇଛି। ତେଣୁ ଏହାର ଉପଯୁକ୍ତ ତଦନ୍ତ ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି। ତେବେ ମାଫିଆଙ୍କ ମୋରମ ଚାଲାଣ ଯୋଗୁ ମେଡିକାଲ ପରିସରରେ ୬ ମାସ ମଧ୍ୟରେ ପ୍ରାୟ ୪୦ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଏହାକୁ ତୁରନ୍ତ ପୋତା ନ ଗଲେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମତ ପ୍ରକାଶ ପାଇଛି। ପ୍ରକାଶ ଯେ, ୨୫ ଏକର ଜମିରେ ଗଢ଼ି ଉଠିଥିବା ବସନ୍ତ ମଞ୍ଜରୀ ସାଧାରଣ ମେଡିକାଲର ଉନ୍ନତୀକରଣ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ତେବେ ମେଡ଼ିକାଲ ପଛପାଖରେ ଥିବା ପଡ଼ିଆରୁ ୬ ମାସ ହେଲା ବିଭାଗୀୟ କର୍ମଚାରୀଙ୍କ ସହାୟତାରେ ମାଫିଆ ଜେସିବି, ଟ୍ରାକ୍ଟର ଲଗାଇ ଶହ ଶହ ଟ୍ରିପ ମୋରମ ଚୋରାଚାଲାଣ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା। ଦିନକୁ ଲକ୍ଷାଧିକ ଟଙ୍କାର ମୋରମ୍‌ ଚାଲାଣ ହେଉଥିଲେ ମଧ୍ୟ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ଏଭଳି ଖନନ ନେଇ ମେଡିକାଲ କର୍ମକର୍ତ୍ତା ସୂର୍ଯ୍ୟ ନାରାୟଣ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ରୟାଲିଟି ମାଧ୍ୟମରେ ମୋରମ ଚାଲାଣ ହେଉଛି। ହେଲେ ରୟାଲ୍‌ଟି କିଏ ନେଉଛି ସେ କହି ପାରି ନ ଥିଲେ । ରଣପୁର ତହସିଲଦାର ସୁଶାନ୍ତ କୁମାର ପତି କହିଥିଲେ, ମୁଁ ଆଜି ଚଢ଼ାଉ କରିଛି। ବିନା ରୟାଲ୍‌ଟିରେ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ୧ ଜେସିବି, ୩ ଟ୍ରାକ୍ଟର ଜବତ କରାଯିବା ସହ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି । ଦୋଷୀ କିଏ ଜଣାପଡିବା ପରେ ଆଇନଗତ ପଦକ୍ଷେପ ନିଆଯିବ । ଆଗକୁ ଚଢ଼ାଉ ତ୍ୱରାନ୍ବିତ ହେବ ବୋଲି ତହସିଲଦାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

ଗାଁରେ ଡକାୟତ ଆତଙ୍କ: ଜଣଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ...

ବୁଲେଟ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ବାଇକ୍‌ ଆରୋହୀଙ୍କ ଜୀବନ

ଓଡଗାଁ,୩୦।୯(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ୨୧ ନମ୍ବର ରାଜ୍ୟ ରାଜପଥ ଗୋଡିପଲି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ...

ଟିକା ନେଇ ଚାଲିଗଲା ୪ ମାସର ଶିଶୁଙ୍କ ଜୀବନ: ଡାକ୍ତରଖାନାରେ ଭଙ୍ଗାରୁଜା

ନୟାଗଡ଼,୨୫।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ୪ ମାସର ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri