ବେଆଇନ ଭାବେ ଆମେରିକାରେ ରହୁଥିବା ୧୬୧ ଭାରତୀୟ ଫେରିବେ ସ୍ବଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୫: ଆମେରିକାରେ ବେଆଇନ ଭାବେ ରହୁଥିବା ୧୬୧ ଭାରତୀୟ ଚଳିତ ସପ୍ତାହରେ ସ୍ବଦେଶ ଫେରିବେ। ସେମାନେ ଆମେରିକାର ଦକ୍ଷିଣ ସୀମାରେ ଥିବା ମେକ୍ସିକୋ ଦେଇ ପ୍ରବେଶ କରିଥିବା କୁହାଯାଉଛି। ବେଆଇନ ଭାବେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଥିଲା। ଭାରତୀୟମାନେ ଏକ ସ୍ବତନ୍ତ୍ର ବିମାନ ଯୋଗେ ପଞ୍ଜାବର ଅମୃତସରରେ ପହଞ୍ଚିବେ। ସେମାନଙ୍କ ମଧ୍ୟରେ ହରିୟାଣାର ୭୬ ଜଣ, ପଞ୍ଜାବର ୫୬ ଜଣ, ଗୁଜରାଟର ୧୨ ଜଣ ଅଛନ୍ତି। ସେହିପରି ଉତ୍ତରପ୍ରଦେଶର ୫ ଜଣ, ମହାରାଷ୍ଟ୍ରରର ୪ ଜଣ ଥିବାବେଳେ କେରଳ, ତେଲଙ୍ଗାନା ଏବଂ ତାମିଲନାଡୁର ୨ ଜଣ ଲେଖାଏଁ ବାସିନ୍ଦା ରହିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ଗୋଆର ଜଣେ ଲେଖାଏଁ ବାସିନ୍ଦା ସେମାନଙ୍କ ମଧ୍ୟରେ ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ହରିୟାଣାର ୧୯ ବର୍ଷ ବୟସ୍କ ୨ ଯୁବକ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri