ବେଆଇନ ଖନନ ପ୍ରତିବାଦରେ କଂଗ୍ରେସର ଧାରଣା

ରସୁଲପୁର/ଧର୍ମଶାଳା,୧୫।୩(ଡିଏନଏ): ଯାଜପୁର ଜିଲାର ଲଘୁ ଖଣିଜ ହବ୍‌ଭାବେ ଜଣାଶୁଣା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଛାଖଣ୍ଡିରେ ବିରୋଧୀଙ୍କ ସ୍ବର ଶାଣିତ ହୋଇଛି । ଏହି ଅଞ୍ଚଳର ପାଣିଟାଙ୍କିଠାରେ ଶନିବାରଠାରୁ କଂଗ୍ରେସ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି ।

ଓଡ଼ିଶା କଂଗ୍ରେସ ମୁଖପାତ୍ର ସ୍ମୃତିରେଖା ପହିଙ୍କ ଡାକରାରେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ଶତାଧିକ ଜନସାଧାରଣ ଧାରଣାସ୍ଥଳରେ ରୁଣ୍ଡ ହୋଇ ବେଆଇନ ଲଘୁ ଖଣିଜ ଖନନକୁ ବିରୋଧ କରିବା ସହ ଅଦ୍ୟାବଧି ଖନନ ହୋଇଥିବା ଖଣିଜ ସମ୍ପଦର ହିସାବ ମାଗିଛନ୍ତି ା କଂଗ୍ରେସ କର୍ମୀ ଶରତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣାରେ ଏହି ଅଞ୍ଚଳରୁ ବର୍ଷବର୍ଷ ଧରି ଲଘୁ ଖଣିଜ ସାମଗ୍ରୀ ଲୁଟ୍‌ ହେଉଛି ବୋଲି ମତ ପ୍ରକାଶ ପାଇଥିଲା। ରାଜନେତା, କ୍ରଶର ମାଲିକ, ଖଣି ମାଲିକ, ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ଯୋଗୁ ମୁଷ୍ଟିମେୟ ଲୋକ ମାଲାମାଲ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ମୃତ୍ୟୁର କୂଅ ଭିତରକୁ ଠେଲି ଦେଉଛନ୍ତି। ଏହା ବିରୋଧରେ କଂଗ୍ରେସ ଶନିବାର ଆନ୍ଦୋଳନକୁ ଓହ୍ଲାଇଛି। ଖଣି ମାଲିକ, କ୍ରଶର ମାଲିକ ଜବରଦଖଲରେ ଥିବା ବେଆଇନ ଜମିଗୁଡିକୁ ତୁରନ୍ତ ଚିହ୍ନଟ କରାଯାଉ, ଲଘୁ ଖଣିଜ ସମ୍ପଦ ବିଭାଗ ଓ ପ୍ରଦୂଷଣ ବିଭାଗର ମିଳିତ ତଦନ୍ତ କରାଯାଉ, ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା, ବେଆଇନ ଭୂତଳ ବ୍ଲାଷ୍ଟିଂ ବନ୍ଦ ହେଉ ଆଦି ଦାବି କରିଛି କଂଗ୍ରେସ। ଉକ୍ତ ଧାରଣାରେ ୧୧ନଂ ଜୋନର କଂଗ୍ରେସ ସଭାପତି କାଳନ୍ଦି ପାଣି, ପୂର୍ବତନ ସରପଞ୍ଚ ବନମାଳି ରାଉତ, ଗୋବିନ୍ଦ ଚନ୍ଦ୍ର ସାମଲ, ବାସୁଦେବ ରାଉତ, ପୂର୍ବତନ ସମିତି ସଭ୍ୟ ହିମାଂଶୁ ମହାପାତ୍ର, ସତ୍ୟାନନ୍ଦ ରାଉତ, ଏକନ ମଲିକ, ବିପିନ୍‌ ସେଠୀ, ଧନେଶ୍ୱର ରାଉତ, ଲକ୍ଷ୍ମୀଧର ବାରିକ, ଅକ୍ଷୟ ସେଠୀ, ନରେଶ ସାହୁ, ସୁରେଶ ପ୍ରଧାନ, ଲକ୍ଷ୍ମୀଧର ରାଉତ, ମଙ୍ଗୁଳି ମଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଧାରଣା ସ୍ଥଳରେ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri