ବୃଦ୍ଧା ମା’ ସାଜିଛି ଦୃଷ୍ଟିହୀନ ପୁଅର ସାହାରା, ଭିକ୍ଷାବୃତ୍ତି କରି ପୋଷୁଛନ୍ତି ପେଟ

ଯାଜପୁର ଟାଉନ,୧୧।୮(ଡିଏନଏ)- ଅନେକ ସ୍ଥାନରେ ପୁଅ ବୃଦ୍ଧ ମା’ବାପାଙ୍କୁ ନ ପଚାରିବା ଓ ଘରୁ ତଡ଼ି ଦେଉଥିବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି। ମାତ୍ର ଯଦି ସନ୍ତାନ ଅସହାୟ ଥାଏ, ସେଠାରେ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସନ୍ତାନ ସନ୍ତତିଙ୍କ ସାହାରା ପାଲଟିଥାନ୍ତି ମା’ବାପା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। ଏହି ବ୍ଲକ ଅନ୍ତର୍ଗତ ତରେଇ ସାହିର ଜଣେ ୮୦ ବର୍ଷୀୟ ବୃଦ୍ଧା ମା’ ନିଜ ଦୃଷ୍ଟିହୀନ ପୁଅର ସାହାରା ପାଲଟିଛନ୍ତି। ବୃଦ୍ଧା ଜଣକ ହେଉଛନ୍ତି ଜାନୁ ଖଟୁଆ (୮୦)। ଯେଉଁ ବୟସରେ ସେ ଅନ୍ୟର ସାହାରା ଲୋଡ଼ିବା କଥା, ସେଭଳି ସ୍ଥିତିରେ ସେ ନିଜେ ପୁଅ ଅମର ଖଟୁଆ (୫୨)ଙ୍କ ସାହାରା ପାଲଟିଛନ୍ତି। ବୟସର ଅପରାହ୍ନରେ ଥକି ଯାଇନି ତାଙ୍କ ପାଦ। ପ୍ରତ୍ୟେକ ଦିନ ଯାଜପୁର ସହରକୁ ଆସି ବୃଦ୍ଧା ମା’ ଓ ଦୃଷ୍ଟିହୀନ ପୁଅ ଲୋକଙ୍କଠାରୁ ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଅମର ଖଟୁଆ ପୂର୍ବରୁ ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ। ହଠାତ୍‌ ୨୦୦୫ରେ ତାଙ୍କ ଆଖି ଖରାପ ହେବାକୁ ଲାଗିଲା। ଅନେକ ଚିକିତ୍ସା ପରେ ତାଙ୍କର ୨ଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ସେ ଏବେ ଦୃଷ୍ଟିହୀନ ପାଲଟି ଯାଇଛନ୍ତି। ଅମରଙ୍କ ପରିବାରରେ ୬ଜଣ କୁଟୁମ୍ବ ଥିବାବେଳେ ସ୍ତ୍ରୀ, ୨ଟି ବଡ଼ ଝିଅ ଓ ଗୋଟିଏ ୧୦ବର୍ଷର ପୁଅ ଅଛି। ୨୦୧୦ରେ ଅମରଙ୍କ ବାପା ଗୋକୁଳାନନ୍ଦ ମୃତ୍ୟୁବରଣ କରିବା ପରେ ପରିବାର ପ୍ରତିପୋଷଣ କରିବା ପାଇଁ କୌଣସି ପନ୍ଥା ନ ଥିଲା। ଅମରଙ୍କ ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ ମାସିକ ୫ଶହ ଟଙ୍କା ଭତ୍ତା ଓ ଚାଉଳ ମିଳୁଥିବାବେଳେ ବୃଦ୍ଧା ମା’କୁ ୫ଶହ ଟଙ୍କା ଭତ୍ତା ମିଳୁଛି। ମାତ୍ର ଏତିକିରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉନାହିଁ। ଦୈନିକ ଭିକ୍ଷାବୃତ୍ତି କରି ୧ଶହରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ନିଜ ପରିବାରକୁ ଦାନା ଯୋଗାଇଥାନ୍ତି। ବୃଦ୍ଧା ମା’ ବ୍ଲକକୁ ବାରମ୍ବାର ଦୌଡି ଚଳିତ ବର୍ଷ ତାଙ୍କୁ ପ୍ରଶାସନ ପକ୍ଷରୁ ଏକ ଇନ୍ଦିରାଆବାସ ଯୋଗାଇ ଦିଆଯାଇଛି। ଏବେ ବୃଦ୍ଧା ମା’ ତାଙ୍କ ନାତୁଣୀଙ୍କ ବାହାଘର ପାଇଁ ଜିଲାପାଳଙ୍କୁ ନିବେଦନ କରିବା ପାଇଁ ଆସୁଥିଲେ ହେଁ ଏଯାବତ୍‌ ଦେଖା କରିପାରି ନାହାନ୍ତି। ସହରର ଦୋକାନ ଦୋକାନ ବୁଲି ମା’ ପୁଅ ଭିକ୍ଷା ସଂଗ୍ରହ କରି ଘରକୁ ଫେରିଥାନ୍ତି। ମାତ୍ର ସେମାନେ ଅନେକ ସମୟରେ ଭିକ୍ଷା ପାଇଁ ଆସିପାରୁ ନ ଥିବା ମଧ୍ୟ କହିଛନ୍ତି। ସେମାନଙ୍କୁ ପ୍ରଶାସନ ତରଫରୁ କିଛି ସହାୟତା ମିଳି ପାରିଲେ ଏହି ପରିବାର ଭଲରେ ଚଳି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri