Posted inଗଜପତି

ବୃଦ୍ଧଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କଲେ: ଗୁଣି ସନ୍ଦେହରେ ହତ୍ୟା, ମୋହନା ଅଞ୍ଚଳରେ ଚାଞ୍ଚଲ୍ୟ

ମୋହନା,୧୪ା୧୧(ଡି.ଏନ୍‌.ଏ.)-ଗଜପତି ଜିଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତ ଭାଲିଆସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହାଣି ହତ୍ୟା କରାଯାଇଛି। ସେ ହେଲେ ଉକ୍ତ ଗ୍ରାମର ଦାସୁ ମଳିକ (୬୫)। ମୃତଦେହର ଗଣ୍ଡି ମିଳିଥିବାବେଳେ ମୁଣ୍ଡ ମିଳୁନାହିଁ।
ପ୍ରକାଶ ଯେ, ଦାସୁ ବହୁଦିନ ହେଲା ଅଞ୍ଚଳର ଲୋକଙ୍କ ଦେହ ଖରାପ ହେଲେ ଚେରମୂଳି ଔଷଧ ଦେବା ସହ ଝଡାଫୁଙ୍କା କରିଥାନ୍ତି। ମାତ୍ର କିଛିଦିନ ତଳେ କେତେଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ସେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆପୋଷ ବୁଝାମଣା ପରେ ସମସ୍ୟାର ସମାଧାନ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ଦାସୁ ତାଙ୍କ ମକା କିଆରିକୁ କାମ କରିବାକୁ ଯାଇଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର ଖୋଜଖବର ମିଳି ନ ଥିଲା। ବୁଧବାର ସକାଳୁ ଦାସୁଙ୍କ ସ୍ତ୍ରୀ ଖୋଜିବାକୁ ମକା କିଆରିକୁ ଯାଇଥିବାବେଳେ ସେଠାରେ ତାଙ୍କ ମୁଣ୍ଡବିହୀନ ମୃତଦେହ ପଡିଥିବା ଦେଖିଥିଲେ। ଗଁାକୁ ଆସି ଘଟଣା ସମ୍ପର୍କରେ କହିବା ପରେ ଦାସୁଙ୍କ ପୁଅ ପ୍ରେମାନନ୍ଦ ମୋହନା ଥାନାରେ ଜଣାଇଥିଲେ। ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ପହଞ୍ଚତ୍ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବା ସହ ମୁଣ୍ଡବିହୀନ ମୃତଦେହ ଜବତ କରିଥିଲେ। ମୋ ବାପାଙ୍କୁ ବେଣୀପଦର ଗ୍ରାମର ସାନୁଜ ମଳିକ ଓ ତାଙ୍କ ଭାଇ ସରୋଜ ହତ୍ୟା କରିଥିବା ପ୍ରେମାନନ୍ଦ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନଂ.୨୦୨/୧୯ରେ ଏକ ହତ୍ୟା ମାମଲା ରୁଜୁକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସାନୁଜଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସରୋଜ ସହ ମିଶି ସେ ଧାରୁଆ ଅସ୍ତ୍ରରେ ଦାସୁଙ୍କୁ ହାଣି ହତ୍ୟା କରିଥିବା ସ୍ବୀକାର କରିଥିଲା। ତାଙ୍କ ପରିବାରରେ ଜଣଙ୍କ ଦେହ ଖରାପ ହେଉଥିବାବେଳେ ଦାସୁ ଗୁଣି କରୁଥିବାରୁ ଏପରି ହେଉଥିବା ସାନୁଜ ସନ୍ଦେହ କରୁଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ସେ ହତ୍ୟା କରିଥିବା ପୋଲିସ ଆଗରେ ସେ ସ୍ବୀକାର କରିଥିବା ଏସ୍‌ଡିପିଓ ମହାନ୍ତି ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିବା ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri