ବୁଲ୍‌ବୁଲ୍‌ : ପ୍ରାଥମିକ କ୍ଷୟକ୍ଷତି ଆକଳନ, ୩ ଲକ୍ଷ ହେକ୍ଟର ଫସଲ ନଷ୍ଟ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ବାତ୍ୟା ‘ବୁଲ୍‌ବୁଲ୍‌’ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଏବଂ ମୟୂରଭଞ୍ଜ ଆଦି ୬ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହିସବୁ ଜିଲାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ତନ୍ମଧ୍ୟରୁ ୨ ଲକ୍ଷ ହେକ୍ଟରରୁ ସାମାନ୍ୟ ଅଧିକ ଜମି ୩୩%ରୁ ଊର୍ଦ୍ଧ୍ୱ ପ୍ରଭାବିତ ହୋଇଛି। ସେହିପରି ବିଭିନ୍ନ ଗଣମାଧ୍ୟମରେ ୩ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ହେଲେ ତନ୍ମଧ୍ୟରୁ ୨ ମୃତ୍ୟୁ ବୁଲ୍‌ବୁଲ୍‌ ଦ୍ୱାରା ନୁହେଁ, ଅନ୍ୟ ଗୋଟିଏ ମୃତ୍ୟୁ ସମ୍ପର୍କିତ ତଦନ୍ତ ଜାରି ରହିଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ୬ ଜିଲାର ଜିଲାପାଳ ଏବଂ କୃଷି ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି। ଜିଲାପାଳଙ୍କୁ ୫ ଦିନ ମଧ୍ୟରେ କ୍ଷୟକ୍ଷତି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ କୁହାଯାଇଛି।
ଅନ୍ୟପକ୍ଷରେ ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ‘ବୁଲ୍‌ବୁଲ୍‌’ ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଦେଖିବେ। ଏହାପରେ ସନ୍ଧ୍ୟାରେ ଲୋକସେବା ଭବନରେ ‘ବୁଲ୍‌ବୁଲ୍‌’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ସହାୟତା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ବୈଠକ ପରେ କ୍ଷୟକ୍ଷତି ସହାୟତା ସମ୍ପର୍କିତ ବିଶେଷ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି।
ବୁଲ୍‌ବୁଲ୍‌ ପ୍ରଭାବ କମିବା ପରେ ପ୍ରଭାବିତ ଜିଲାରେ ସ୍ଥାନୀୟ ପ୍ରଶାସନ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି), ଜିଲାପାଳ, ଉପଜିଲାପାଳ, ତହସିଲଦାର ପ୍ରମୁଖ ତୃଣମୂଳ ଅଞ୍ଚଳ ଗସ୍ତ କରିଥିବା ଜଣାପଡ଼ିଛି। ସେହିଭଳି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଏସ୍‌ଆର୍‌ସି ଜେନା ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାତ୍ୟା/ବର୍ଷା କାରଣରୁ ୮୬୬୦ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଶେଷ ଖବର ସୁଦ୍ଧା ସମସ୍ତେ ନିଜ ନିଜ ବାସସ୍ଥଳୀକୁ ଫେରିଛନ୍ତି। ବାତ୍ୟାରେ ବିଭ୍ରାଟ ହୋଇଥିବା ବିଜୁଳି ବ୍ୟବସ୍ଥାକୁ ୧୨ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସଜଡ଼ାଯିବ। ପ୍ରଭାବିତ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧୫ ଲକ୍ଷଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ୫୫୦୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ କମ୍‌ସଂଖ୍ୟକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଏସ୍‌ଆରସି ଜେନା କହିଛନ୍ତି। ପ୍ରାଥମିକ ଭାବେ ଏସ୍‌ଆର୍‌ସି ଘରଭଙ୍ଗା ସହାୟତା ପ୍ରଦାନ କରିବେ, ଯଦି ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ କୌଣସି ବିଷୟ ଉପୁଜେ, ତେବେ ବିଚାର କରାଯାଇ କ୍ଷୟକ୍ଷତି ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲାର କେତେକ ବୋଟ୍‌ ଏବଂ ଜଗତ୍‌ସିଂହପୁର ଜିଲାର ୮ଟି ବୋଟ୍‌ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ସମସ୍ତ ସ୍ଥାନରେ ପାନୀୟ ଜଳ ଯୋଗାଣ ଅବ୍ୟାହତ ରହିଛି। ପ୍ରଭାବିତ ୪୬ ବ୍ଲକ ଓ ୧୨ ପୌରାଞ୍ଚଳରେ ଗମନାଗମନ ପୂର୍ବ ସ୍ଥିତିକୁ ଫେରିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସଚିବ ଆର୍‌. ରଘୁପ୍ରସାଦ କହିଛନ୍ତି ଯେ, ୬୫ ପ୍ରାଣୀସମ୍ପଦ ନଷ୍ଟ ହୋଇଛି। ଏହା ମଧ୍ୟରେ ୧୧ ଗୋରୁ ଏବଂ ମଇଁଷି ଆଦି ବଡ଼ ଗୃହପାଳିତ ପଶୁ, ୪ଟି ଛେଳି, ମେଣ୍ଢା ଏବଂ ୫୦ କୁକୁଡା ଜାତୀୟ ଜୀବ ମରିଛନ୍ତି। ସର୍ବୋପରି ଚାଷଜନିତ କ୍ଷୟକ୍ଷତି ଆକଳନର ସ୍ବଚ୍ଛତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହିସବୁ କ୍ଷୟକ୍ଷତି ଆକଳନ ସମୟରେ ଭିଡିଓଗ୍ରାଫି ଓ ଚିତ୍ରୋତ୍ତୋଳନକୁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri