ବୁଲ୍‌ବୁଲ୍‌ : ପ୍ରାଥମିକ କ୍ଷୟକ୍ଷତି ଆକଳନ, ୩ ଲକ୍ଷ ହେକ୍ଟର ଫସଲ ନଷ୍ଟ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ବାତ୍ୟା ‘ବୁଲ୍‌ବୁଲ୍‌’ ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର ଏବଂ ମୟୂରଭଞ୍ଜ ଆଦି ୬ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହିସବୁ ଜିଲାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ତନ୍ମଧ୍ୟରୁ ୨ ଲକ୍ଷ ହେକ୍ଟରରୁ ସାମାନ୍ୟ ଅଧିକ ଜମି ୩୩%ରୁ ଊର୍ଦ୍ଧ୍ୱ ପ୍ରଭାବିତ ହୋଇଛି। ସେହିପରି ବିଭିନ୍ନ ଗଣମାଧ୍ୟମରେ ୩ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ହେଲେ ତନ୍ମଧ୍ୟରୁ ୨ ମୃତ୍ୟୁ ବୁଲ୍‌ବୁଲ୍‌ ଦ୍ୱାରା ନୁହେଁ, ଅନ୍ୟ ଗୋଟିଏ ମୃତ୍ୟୁ ସମ୍ପର୍କିତ ତଦନ୍ତ ଜାରି ରହିଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ୬ ଜିଲାର ଜିଲାପାଳ ଏବଂ କୃଷି ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି। ଜିଲାପାଳଙ୍କୁ ୫ ଦିନ ମଧ୍ୟରେ କ୍ଷୟକ୍ଷତି ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ କୁହାଯାଇଛି।
ଅନ୍ୟପକ୍ଷରେ ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ‘ବୁଲ୍‌ବୁଲ୍‌’ ପ୍ରଭାବିତ ଅଞ୍ଚଳକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଦେଖିବେ। ଏହାପରେ ସନ୍ଧ୍ୟାରେ ଲୋକସେବା ଭବନରେ ‘ବୁଲ୍‌ବୁଲ୍‌’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ସହାୟତା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ। ବୈଠକ ପରେ କ୍ଷୟକ୍ଷତି ସହାୟତା ସମ୍ପର୍କିତ ବିଶେଷ ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି।
ବୁଲ୍‌ବୁଲ୍‌ ପ୍ରଭାବ କମିବା ପରେ ପ୍ରଭାବିତ ଜିଲାରେ ସ୍ଥାନୀୟ ପ୍ରଶାସନ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି), ଜିଲାପାଳ, ଉପଜିଲାପାଳ, ତହସିଲଦାର ପ୍ରମୁଖ ତୃଣମୂଳ ଅଞ୍ଚଳ ଗସ୍ତ କରିଥିବା ଜଣାପଡ଼ିଛି। ସେହିଭଳି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଏସ୍‌ଆର୍‌ସି ଜେନା ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାତ୍ୟା/ବର୍ଷା କାରଣରୁ ୮୬୬୦ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଶେଷ ଖବର ସୁଦ୍ଧା ସମସ୍ତେ ନିଜ ନିଜ ବାସସ୍ଥଳୀକୁ ଫେରିଛନ୍ତି। ବାତ୍ୟାରେ ବିଭ୍ରାଟ ହୋଇଥିବା ବିଜୁଳି ବ୍ୟବସ୍ଥାକୁ ୧୨ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସଜଡ଼ାଯିବ। ପ୍ରଭାବିତ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୧୫ ଲକ୍ଷଙ୍କୁ ବିଜୁଳି ଯୋଗାଇ ଦିଆଯାଇଛି। ୫୫୦୦ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବାବେଳେ କମ୍‌ସଂଖ୍ୟକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଏସ୍‌ଆରସି ଜେନା କହିଛନ୍ତି। ପ୍ରାଥମିକ ଭାବେ ଏସ୍‌ଆର୍‌ସି ଘରଭଙ୍ଗା ସହାୟତା ପ୍ରଦାନ କରିବେ, ଯଦି ପଞ୍ଚାୟତିରାଜ ବିଭାଗ ଅନ୍ତର୍ଗତ କୌଣସି ବିଷୟ ଉପୁଜେ, ତେବେ ବିଚାର କରାଯାଇ କ୍ଷୟକ୍ଷତି ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲାର କେତେକ ବୋଟ୍‌ ଏବଂ ଜଗତ୍‌ସିଂହପୁର ଜିଲାର ୮ଟି ବୋଟ୍‌ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ସମସ୍ତ ସ୍ଥାନରେ ପାନୀୟ ଜଳ ଯୋଗାଣ ଅବ୍ୟାହତ ରହିଛି। ପ୍ରଭାବିତ ୪୬ ବ୍ଲକ ଓ ୧୨ ପୌରାଞ୍ଚଳରେ ଗମନାଗମନ ପୂର୍ବ ସ୍ଥିତିକୁ ଫେରିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସଚିବ ଆର୍‌. ରଘୁପ୍ରସାଦ କହିଛନ୍ତି ଯେ, ୬୫ ପ୍ରାଣୀସମ୍ପଦ ନଷ୍ଟ ହୋଇଛି। ଏହା ମଧ୍ୟରେ ୧୧ ଗୋରୁ ଏବଂ ମଇଁଷି ଆଦି ବଡ଼ ଗୃହପାଳିତ ପଶୁ, ୪ଟି ଛେଳି, ମେଣ୍ଢା ଏବଂ ୫୦ କୁକୁଡା ଜାତୀୟ ଜୀବ ମରିଛନ୍ତି। ସର୍ବୋପରି ଚାଷଜନିତ କ୍ଷୟକ୍ଷତି ଆକଳନର ସ୍ବଚ୍ଛତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହିସବୁ କ୍ଷୟକ୍ଷତି ଆକଳନ ସମୟରେ ଭିଡିଓଗ୍ରାଫି ଓ ଚିତ୍ରୋତ୍ତୋଳନକୁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri