ବୁଢାବଳଙ୍ଗରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ିଲା

ବାଲେଶ୍ୱର ଅଫିସ, ୨୧।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ ଗୁରୁବାର ଅପରାହ୍ନ ସମୟରେ ଭୁଶୁଡ଼ି ପଡିଛି। ଏଥିରେ କୌଣସି ପ୍ରକାରେ କ୍ଷତି ନ ହୋଇଥିବା ବେଳେ କାର୍ଯ୍ୟରେ ପୁଣି ବିଳମ୍ବ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁୁହାଯାଇଛି।
ପୋଲରେ ଛାତ ପକାଇବା ପାଇଁ ବାତ୍ୟା ପୂର୍ବରୁ ସେଣ୍ଟ୍ରିଂ ସରିଥିଲା। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଇ ସେଣ୍ଟ୍ରିଂ ପାଇଁ ତଳେ ଦିଆଯାଇଥିବା ଖମ୍ବ ମଧ୍ୟରୁ ଗୋଟିଏ ଖମ୍ବ ଭାସିଯାଇଥିଲା। ଫଳରେ ଅନ୍ୟ ଖମ୍ବଗୁଡିକ ଭାରସାମ୍ୟ ହରାଇ ଖସିଯିବାରୁ ସେଣ୍ଟ୍ରିଂ ଭୁଶୁଡି ପଡିଥିଲା। ଅନ୍ୟପକ୍ଷରେ ଉକ୍ତ ପୋଲ ନିକଟରେ ଥିବା ବ୍ରିଟିଶ୍‌ ଅମଳର ଲୁହାପୋଲ ଗତ ୧୬ ତାରିଖ ସନ୍ଧ୍ୟାରେ ହଠାତ୍‌ ଦବି ଯାଇଥିଲା। ଉକ୍ତ ଦିନଠାରୁ ଯା’ଆସ ବନ୍ଦ ରହିଛି। ଏହି ଦୃଷ୍ଟିକୋଣରୁ ନୂତନ ପୋଲର କାର୍ଯ୍ୟ ଯଥାଶୀଘ୍ର ଶେଷ ହେବାର ଗୁରୁତ୍ୱ ରହିଛି। ଏହି ନଦୀପୋଲ ଉପରେ ଉତ୍ତରବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତା, ରୂପ୍‌ସା, ଫୁଲାଡ଼ିର ଲୋକେ ସହରକୁ ଆସିବା ପାଇଁ ନିର୍ଭର କରିଥାନ୍ତି। ଏବେ ପ୍ରାୟ ୧୫ କି.ମି. ବୁଲି ରେମୁଣା ଗୋଲେଇ ଦେଇ ଆସୁଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri