ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଦୀର୍ଘ ଏକମାସ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ମହୋତ୍ସବ ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗ ବେରଙ୍ଗ ଆଲୋକମାଳାରେ ସମଗ୍ର ଗାଁ ଝଲସି ଉଠିଛି।
କର୍ତ୍ତାଭାବେ ପଦ୍ମ ଲୋଚନ ପାଣିଗ୍ରାହୀ ଓ ତାଙ୍କ ସହଧର୍ମଣୀ ପ୍ରଭାସିନୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୁରୋହିତ ଚନ୍ଦନ ଶତପଥୀ,ପ୍ରମୋଦ ପୁରୋହିତ ସନ୍ଧ୍ୟାରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ପରେ ଯାତ୍ରା ପରିଚାଳନା କମିଟି ସଭାପତି ଟି. ବାବୁ ସୁବୁଦ୍ଧି,ସମ୍ପାଦକ ରଞ୍ଜନ ଖୁଣ୍ଟିଆ, ସହ ସମ୍ପାଦକ ଅରୁଣ ଖୁଣ୍ଟିଆ,କୋଷାଧ୍ୟକ୍ଷ ରଘୁନାଥ ବେହେରା,ଉପଦେଷ୍ଟା ଡ଼. କୈଳାସ ଚନ୍ଦ୍ର ସ୍ବାଇଁ , ଶଙ୍କର୍ଷଣ ସ୍ବାଇଁ, ଦିବାକର ପାଢ଼ୀ, ମୁକୁନ୍ଦ ଚନ୍ଦ୍ର ବରାଡ, କମିଟି ସଦସ୍ୟ ସିମାଞ୍ଚଳ ସେଠୀ, ଏମ. ମାଧବ ରେଡ୍ଡୀ,ନରେନ୍ଦ୍ର ରେଡ୍ଡୀ,ପରମାନନ୍ଦ ନାୟକ,ଶ୍ରୀକାନ୍ତ ଖୁଣ୍ଟିଆ, ଏମ. ଚିନ୍ମୟ ରେଡ୍ଡୀ ଓ ବହୁସଂଖ୍ୟକ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ମା’ଙ୍କୁ ମହାସ୍ନାନ କରାଯାଇଥିଲା। ନୂତନ ବସ୍ତ୍ର ଆବରଣ ପରେ ସେବା ପୂଜା କରାଯାଇ ସାନ୍ଧ୍ୟ ଆଳତି କରାଯାଇଥିଲା। ଭୋଗରାଗ ମଣୋହି ପରେ ଅସ୍ଥାୟୀ ଯାତ୍ରାପୀଠକୁ ଯିବା ନିମନ୍ତେ ମା’ଙ୍କୁ ଯାତ୍ରା କମିଟି ପକ୍ଷରୁ ବିଧି ମୁତାବକ ନିମନ୍ତ୍ରଣ କରାଯାଇଥିଲା। ସେବାୟତ ବୃନ୍ଦ ଓ ପୁରୋହିତ ଦୀର୍ଘ ସମୟ ପୂଜା ଆରାଧନା କରିବା ପରେ ମା’ଙ୍କ ମସ୍ତକରୁ ଆଜ୍ଞାମାଳ ଫୁଲମଣ୍ଡା ଖସିଥିଲା। ଏକ ସୁସଜ୍ଜିତ ତାଟରେ ଫୁଲମଣ୍ଡା ସହ ମା’ଙ୍କ ଚଳନ୍ତି ପ୍ରତିମାକୁ ରଖାଯାଇ ବାଦ୍ୟ ବାଜଣା ସହକାରେ ବାଘ, ଘୋଡ଼ା, ତାଳ କୀର୍ତ୍ତନ, ଦଶ ଅବତାର ବେଶ ପଟୁଆର ରେ ମାନସିକଧାରୀ ଶ୍ରଦ୍ଧାଳୁ ମହିଳା ବୃନ୍ଦ ମସ୍ତକରେ ଘଟ ଧରି ପାଟପୁର – ରାଧାଦେଇପୁର ଗ୍ରାମ ପରିକ୍ରମା କରିବା ପରେ ମା’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରାପୀଠ ରେ ପ୍ରବେଶ କରିଥିଲେ। ସେଠାରେ ଘୃତ ହୋମ କରାଯାଇ ମା’ଙ୍କୁ ସେବାପୂଜା କରାଯାଇଥିଲା।

ନିଶାର୍ଦ୍ଧରେ ମା’ଙ୍କ ପହୁଡ଼ ନୀତି ସମାପନ ହୋଇଥିଲା। ଠାକୁରାଣୀ ଯାତ୍ରା ନିମନ୍ତେ ସମସ୍ତ ସାହି ବସ୍ତିରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି। ଦୂରଦୂରାନ୍ତରେ ରହୁଥିବା ଲୋକେ ପରିବାର ସହ ଗାଁରେ ପହଞ୍ଚିଛନ୍ତି। ପାଟପୁରର ଗ୍ରାମଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ପୂଜା ଆରାଧନା ଯାତ୍ରା ପରମ୍ପରା ଗ୍ରାମରେ କେଉଁ ଆବାହମାନ କାଳରୁ ଚାଲିଆସିଛି। ଗ୍ରାମଦେବତୀ ବୁଢ଼ୀ ଠାକୁରାଣୀଙ୍କୁ ଗ୍ରାମର ସୁରକ୍ଷା ଓ ଗ୍ରାମବାସୀଙ୍କ ମଙ୍ଗଳର ପ୍ରତୀକ ରକ୍ଷାକର୍ତ୍ତି ଭାବେ ବିଶ୍ୱାସ କରାଯାଏ। ଗ୍ରାମର ଅତି ପ୍ରିୟ ଓ ସମଗ୍ର ଗ୍ରାମବାସୀଙ୍କ ହିତ ସାଧନ କରୁଥିବା ଦେବୀଙ୍କ ମଧ୍ୟରେ ଗ୍ରାମଦେବତୀ ଠାକୁରାଣୀ ପ୍ରଥମ ଆରାଧ୍ୟ୍ୟ ଦେବୀ। ପ୍ରାୟ ୬ ଶହ ବର୍ଷ ପୂର୍ବେ ପାଟପୁର ଗ୍ରାମ ସ୍ଥାପନ କରାଯାଇଥିଲା ବୋଲି ଗ୍ରାମର ପୁରୁଖା ବ୍ୟକ୍ତି ବୃନ୍ଦ ମତ ଦିଅନ୍ତି।

କଳା ସାହିତ୍ୟ ସଂସ୍କୃତି ଉଚ୍ଚ ଶିକ୍ଷା ସହ ସାମାଜିକ ଓ ଅର୍ଥନୈତିକ ବିକାଶର ନେତୃତ୍ୱ ନେଇଥିବା ଏହି ଗ୍ରାମରେ ବହୁ ବର୍ଷ ଧରି ଗ୍ରାମଦେବତୀ ମା, ବୁଢ଼ୀ ଠାକୁରାଣୀଙ୍କ ବାସନ୍ତୀକ ଯାତ୍ରା ମହୋତ୍ସବ ଖୁବ ଉତ୍ସାହ ଉଦ୍ଦୀପନାର ସହ ପାଳନ ହୋଇଆସୁଅଛି। ପ୍ରତି ସାହି ବସ୍ତିରେ ଆକର୍ଷଣୀୟ କଳାକୁଞ୍ଜ ନିର୍ମାଣ ପାଇଁ ଯୁବଗୋଷ୍ଠୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାତ୍ରା ନିମନ୍ତେ ପ୍ରତ୍ୟେକ ସାହି କମିଟି ପକ୍ଷରୁ ପୌରାଣିକ ରାମାୟଣ,ମହାଭାରତ,ସୁଭଦ୍ରା ପରିଣୟ, ରଜା ନାଟକ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ମହୋତ୍ସବ ବୈଶାଖ ଶୁକ୍ଳ ଦାଦଶୀ ତିଥି ଏପ୍ରିଲ ୨୮ ତାରିଖ ବିଳମ୍ବିତ ରାତିରେ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ଭୋରରେ ମା’ଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଦୁଇବର୍ଷ ପାଇଁ ଗ୍ରାମବାସୀ ମା’ଙ୍କୁ ମେଲାଣି ଦେବା ସହ ବାଦ୍ୟ ବାଜଣା ଆତସବାଜି ପଟୁଆର ମା’ ନିଜ ମନ୍ଦିରକୁ ବାହୁଡ଼ିବା କାର୍ଯ୍ୟକ୍ରମ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri