ବୁଢ଼ାବୁଢ଼ି ଭତା ପାଏଲେ କୁଆଦେଇ

ଲାଠୋର ୧୮ା୬(ଡି.ଏନ.ଏ.):
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗଁାର ୮୩ ବଛ୍‌ରିଆ ବିଧବା ବୁଢ଼ି କୁଆଦେଇକୁଁ ଶେଷେ ଲାଠୋର ପଁଚେତ୍‌ ପରଶାସନ ଭତା ଟଁକା ଦେଇଛେ। ଆପ୍‌ନେର ମୁର୍‌ତୁ ଉତାରୁ ସେ ଲାଠୋରରେ ଥିବାର ନିଜର ବିଧବା ଝି’ ଘରେ ଆଶ୍‌ରେ ନେଇ ରହୁଥିଲେ। ସେ ବିଧବା ଆର ବଏସ୍‌ ଅଧ୍‌କା ହେଇଥିଲେ ବି ଭତାରୁ ବଁଚିତ୍‌ ହେଇ ରହିଥିଲେ। ଇ ବାବ୍‌ଦେ ଗଲା ୯ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବଢ଼ୁଛେ ବଏସ୍‌, କମୁଛେ ଆଶ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲା ବିଜେପୁର ବ୍ଲକ ଜୋଖିପାଲି ଗଁାର ୟୁଥ ଏଗେନଷ୍ଟ କରପସନ ସଂଗଠନ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାର, ମହିଳା ଓ ଶିଶୁ ବିକାଶ ଆର ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ଜିଲାପାଳ ବଲାଙ୍ଗୀରକୁଁ ଟ୍ବିଟର ଜରିଆରେ ଅବଗତ୍‌ କରିଥିଲେ। ସେ କୁଆଦେଇକୁଁ ଯେତେ ଜଲଦି ହେବା ବୁଢ଼ାବୁଢ଼ି ଭତା ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ତାକର ଅନୁରୋଧରେ ବଲାଙ୍ଗୀର ଜିଲାପାଲ ଅରିନ୍ଦମ ଡାକୁଆ ଖପ୍ରାଖୋଲ ବିଡିଓକୁଁ ଘଟନାର ତଦଁତ୍‌ କରି ରିପୋର୍ଟ ଦେବାକେ ନିରଦେଶ ଦେଇଥିଲେ। ବିଡିଓ ତରଣୀ ସୁନା ତଦଁତ୍‌ ରିପୋର୍ଟ ଦେଲା ଉତାରୁ ଗଲା ୧୧ ତାରିଖ୍‌ ନିସାହା ବିଧବା କୁଆଦେଇକୁଁ ଭତା ଦେବାର ଲାଗି ମଂଜୁରି ମିଲିଥିଲା। ସୋମବାର କୁଆଦେଇକୁଁ ଲାଠୋର ପଁଚେତ୍‌ ଅଫିସରେ ଭତା ଦିଆଯାଇଛେ।