ବୀଭତ୍ସ ହତ୍ୟା ପଛରେ ଛଳ ପ୍ରେମ: ଶହୀଦନଗର ଥାନାଧିକାରୀ ବିରଞ୍ଚି ନାରାରଣ ପତି

ଅପରାଧ ଘଟାଇବା ପରେ ଅପରାଧୀ ଆଇନ ଆଖିରୁ ଖସିଯିବା ପାଇଁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରେ। ହେଲେ କୌଣସି ନା କୌଣସି ସ୍ଥାନରେ ସେ ତା’ର ଅପରାଧର ପ୍ରମାଣ ଛାଡ଼ି ଦେଇଥାଏ। ଠିକଣା ଢଙ୍ଗରେ ତଦନ୍ତ ହେଲେ ପୋଲିସ ଅପରାଧୀ ନିକଟରେ ପହଞ୍ଚିବାରେ ସକ୍ଷମ ହୁଏ, ଯାହାର ଏକ ଉଦାହରଣ ହେଉଛି ଜଗତପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ଯେଉଁ ଅନୁଭୂତି ମିଳିଛି ତାହା ଅପାସୋରା ହୋଇରହିବ ବୋଲି କହିଛନ୍ତି  ଥାନାଧିକାରୀ ବିରଞ୍ଚି ନାରାରଣ ପତି।

ଉକ୍ତ ଘଟଣା ସମ୍ପର୍କରେ ଥାନାଧିକାରୀ ପତି କୁହନ୍ତି, ୨୦୧୮ ଜୁଲାଇ ୧୧ ରାତି ପ୍ରାୟ ୯ଟାରେ ଜଗତପୁର ଥାନା ଆଠମାଣିଆସ୍ଥିତ ବିରୂପା ନଦୀ କୂଳରୁ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ଜବତ କରାଗଲା। ସେ ସମୟରେ ମୁଁ ସେଠାରେ ଥାନାଧିକାରୀ ଥିଲି। ମହିଳାଙ୍କୁ ଅତି ବୀଭତ୍ସଭାବେ ଗଳା କାଟି ହତ୍ୟା କରାଯାଇ ନଦୀକୂଳରେ ଫିଙ୍ଗି ଦିଆଯାଇଥିଲା। ମୃତଦେହ ପାଣିରେ ଫୁଲି ଯାଇଥିବାରୁ ମହିଳାଙ୍କୁ ଚିହ୍ନଟ କରିବା କଷ୍ଟକର ଥିଲା। ଏନେଇ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ କେସ୍‌ ନଂ-୧୮୬/୧୮ ରୁଜୁ କରି ତଦନ୍ତ କରୁଥିଲା। ମୃତକଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଥାନାକୁ ଫଟୋ ପଠାଯିବା ସହ ମିସିଂ ରିପୋର୍ଟ ଯାଞ୍ଚ କରାଯାଇଥିଲା। ହତ୍ୟାକାଣ୍ଡର ୧୫ ଦିନ ପରେ ବି ମହିଳାଙ୍କ ପରିଚୟ ମିଳିପାରି ନ ଥିଲା। ହଠାତ୍‌ ମାହାଙ୍ଗା ଥାନାରୁ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ରାଣୀ(ଛଦ୍ମନାମ)ଙ୍କ ନିଖୋଜ ଖବର ଆସିଥିଲା। ଜୁଲାଇ ୯ରେ ଜଗତ୍‌ପୁର ଯାଉଥିବା କହି ରାଣୀ ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହୋଇଯାଇଥିବାରୁ ପୋଲିସ ମୃତଦେହକୁ ପୋଡ଼ି ସାରିଥିଲା। କେବଳ ଚିହ୍ନଟ ପାଇଁ ମହିଳାଙ୍କ ଶାଢ଼ି, ଗହଣା ଓ ଚୁଡ଼ି ରଖିଥିଲା। ରାଣୀଙ୍କ ଭଉଣୀଙ୍କୁ ପୋଲିସ ଉକ୍ତ ଗହଣା ଓ ଶାଢ଼ି ଦେଖାଇବା ପରେ ମୃତକ ଜଣକ ରାଣୀ ବୋଲି ସ୍ପଷ୍ଟ ହେଲା। କିନ୍ତୁ ପରିଚୟ ଜାଣିବାଠାରୁ ଅଧିକ ଚ୍ୟାଲେଞ୍ଜ ଥିଲା ଅଭିଯୁକ୍ତଙ୍କୁ ଗିରଫ କରିବା। ରାଣୀଙ୍କ ମୋବାଲଇ ଫୋନ ସିଡିଆର(କଲ୍‌ ଡିଟେଲ ରିପୋର୍ଟ) ଯାଞ୍ଚ କରାଯାଇଥିଲା। ରାଣୀ ୫ଟି ଫୋନ୍‌ ନମ୍ବରରେ ସବୁଦିନ କଥା ହେଉଥିଲେ। ସେହି ୫ଟି ନମ୍ବରକୁ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ସେଥିରୁ ଗୋଟିଏ ହତ୍ୟାକାଣ୍ଡ ପରଠୁ ବନ୍ଦ ଥିଲା। ତେଣୁ ସେହି ନମ୍ବର ଉପରେ ସନ୍ଦେହ କରାଯାଇ ତାହାର ବ୍ୟବହାରକାରୀଙ୍କୁ ଖୋଜାଯାଇଥିଲା। କିନ୍ତୁ ଉକ୍ତ ନମ୍ବରର କାଗଜପତ୍ର ଜାଲ ଥିଲା। ତେଣୁ ଉକ୍ତ ନମ୍ବର ସହ ଯୋଗାଯୋଗରେ ଥିବା ଆଉ କେତେକ ଫୋନ ନମ୍ବରକୁ ଯାଞ୍ଚ କରାଯିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଯାଇଥିଲା। ସେ ଥିଲେ ସୁରେନ୍ଦ୍ର ବେହେରା(୪୦) ନାମକ ଜଣେ ରାଜମିସ୍ତ୍ରି। ହେଲେ ସେ କେଉଁଠି ରହୁଛନ୍ତି ତାହା ଜଣାପଡ଼ି ନ ଥିଲା। ତେଣୁ ସୁରେନ୍ଦ୍ରଙ୍କ ସହ କାମ କରୁଥିବା ସମସ୍ତ ରାଜମିସ୍ତ୍ରିଙ୍କୁ ଖବର ଦେବାକୁ କୁହାଯାଇଥିଲା। ହଠାତ୍‌ ଜଣେ ବ୍ୟକ୍ତି ଫୋନ କରି ଜଣାଇଥିଲେ ଯେ, ସୁରେନ୍ଦ୍ର ବାଇକ ଯୋଗେ ଶିଖରପୁର ଛକ ଦେଇ ଜଗତପୁର ଅଭିମୁଖେ ଯାଉଛନ୍ତି। କିନ୍ତୁ ଫକୀରପୁର ପଣ୍ଡାସାହିରେ ସେ କେଉଁଆଡ଼େ ପଳାଇଥିଲେ ଜଣାପଡ଼ି ନ ଥିଲା। କିନ୍ତୁ ସୁରେନ୍ଦ୍ର ସେହି ଅଞ୍ଚଳରେ ରହୁଥିବା ଆମେ ସ୍ପଷ୍ଟ ହୋଇଯାଇଥିଲୁ। ତା’ ପରଦିନ ଆମ ପୋଲିସ କର୍ମଚାରୀ ସୁରେନ୍ଦ୍ରଙ୍କ ଫଟୋ ଧରି ପଣ୍ଡାସାହିର ଘରକୁ ଘର ବୁଲି ପଚାରିଥିଲେ। ଫଳରେ ସୁରେନ୍ଦ୍ର ରହୁଥିବା ଘର ମିଳିଯାଇଥିଲେ ମଧ୍ୟ ଦୁଇ ଦିନ ପୂର୍ବରୁ ସେ ସେଠାରୁ ପଳାଇଥିଲେ। ଜଣେ ମହିଳାଙ୍କୁ ଘରକୁ ଆଣି ଅନୈତିକ ସମ୍ପର୍କ ରଖୁଥିବାରୁ ଘର ମାଲିକ ତାଙ୍କୁ ବାହାର କରି ଦେଇଥିଲେ। ଏହାପରେ ଗୋଟିଏ ଦିନ ସୁରେନ୍ଦ୍ର ତାଙ୍କର ଜଣେ ପୁରୁଣା ମିସ୍ତ୍ରିଙ୍କୁ ଫୋନ୍‌ କରି ଭୁବନେଶ୍ୱରରେ ଏକ ଘର କାମ ମିଳିଛି ବୋଲି କହିଲେ। ଉକ୍ତ ମିସ୍ତ୍ରି ଜଣକ ତୁରନ୍ତ ଆମକୁ ଫୋନ୍‌ କରି ଜଣାଇଥିଲେ। ଆମ କହିବା ଅନୁସାରେ ଉକ୍ତ ମିସ୍ତ୍ରି ଜଣକ ସୁରେନ୍ଦ୍ରଙ୍କୁ ଜଗତପୁର ଗୋଲେଇ ଛକ ନିକଟକୁ ଡାକିଥିଲେ। ସେପ୍ଟେମ୍ବର ୮ରେ ସୁରେନ୍ଦ୍ର ଉକ୍ତ ଛକକୁ ଆସିବା ପରେ ପୂର୍ବରୁ ଛକି ରହିଥିବା ଆମ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିଥିଲେ।

ସୁରେନ୍ଦ୍ର ପୋଲିସକୁ ହତ୍ୟାକାଣ୍ଡର କାରଣ କହିଥିଲେ। ସେ ରାଣୀଙ୍କ ଭାଇଙ୍କ ଇନ୍ଦିରାଆବାସ କାମ କରିବା ସମୟରେ ତାଙ୍କ ସହିତ ପରିଚିତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ସୁରେନ୍ଦ୍ରଙ୍କ ପାଇଁ ତାହା ଥିଲା ଛଳ ପ୍ରେମ। ସେ ଟାଇମ୍‌ ପାସ ପାଇଁ ରାଣୀଙ୍କୁ ଭଲ ପାଉଥିଲେ। କିନ୍ତୁ ରାଣୀ ବାହାହେବାକୁ ସୁରେନ୍ଦ୍ରଙ୍କ ଉପରେ ଚାପ ପକାଇଥିଲେ। ବାହା ନ ହେଲେ ଗଁାରେ ହୋହଲ୍ଲା କରିବେ ଧମକ ଦେଇଥିଲେ। ତେଣୁ ରାଣୀଙ୍କୁ ହତ୍ୟା କରିବାକୁ ସୁରେନ୍ଦ୍ର ଯୋଜନା କରିଥିଲେ। ତଦନୁଯାୟୀ ବାହା ହେବା ପାଇଁ ରାଣୀଙ୍କୁ ଜୁଲାଇ ୯ରେ ଜଗତ୍‌ପୁରକୁ ଡାକିଥିଲେ। ରାଣୀ ଜଗତପୁରରେ ପହଞ୍ଚତ୍ବା ପରେ କିଛି କାମ ଥିବା ଦର୍ଶାଇ ସୁରେନ୍ଦ୍ର ତାଙ୍କୁ ବାଇକରେ ବସାଇ ବିରୂପା ନଦୀ ଅଭିମୁଖେ ଯାଇଥିଲେ। ସାଙ୍ଗରେ ସୁରେନ୍ଦ୍ରଙ୍କ ଜଣେ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ ନଦୀ କୂଳରେ ପହଞ୍ଚତ୍ବା ପରେ ସୁରେନ୍ଦ୍ର ଶୌଚ ପାଇଁ ଯିବାକୁ କହିଥିଲେ। ଏହାସହ ବିଳମ୍ବ ଘଟିବ ବୋଲି କହି ସାଙ୍ଗରେ ଥିବା ସହଯୋଗୀଙ୍କୁ ସେଠାରୁ ପଠାଇ ଦେଇଥିଲେ। ଏହାପରେ ସେ ରାଣୀଙ୍କୁ ନଦୀ ପାଖକୁ ଡାକି ନେଇ ଏକ ଛୁରିରେ ତାଙ୍କ ଗଳା କାଟି ଦେଇଥିବା ସେ ପୋଲିସ ଆଗରେ ସ୍ବୀକାର କରିଥିଲେ।

-ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri