ବୀଭତ୍ସ ହତ୍ୟା ପଛରେ ଛଳ ପ୍ରେମ: ଶହୀଦନଗର ଥାନାଧିକାରୀ ବିରଞ୍ଚି ନାରାରଣ ପତି

ଅପରାଧ ଘଟାଇବା ପରେ ଅପରାଧୀ ଆଇନ ଆଖିରୁ ଖସିଯିବା ପାଇଁ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରେ। ହେଲେ କୌଣସି ନା କୌଣସି ସ୍ଥାନରେ ସେ ତା’ର ଅପରାଧର ପ୍ରମାଣ ଛାଡ଼ି ଦେଇଥାଏ। ଠିକଣା ଢଙ୍ଗରେ ତଦନ୍ତ ହେଲେ ପୋଲିସ ଅପରାଧୀ ନିକଟରେ ପହଞ୍ଚିବାରେ ସକ୍ଷମ ହୁଏ, ଯାହାର ଏକ ଉଦାହରଣ ହେଉଛି ଜଗତପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ଯେଉଁ ଅନୁଭୂତି ମିଳିଛି ତାହା ଅପାସୋରା ହୋଇରହିବ ବୋଲି କହିଛନ୍ତି  ଥାନାଧିକାରୀ ବିରଞ୍ଚି ନାରାରଣ ପତି।

ଉକ୍ତ ଘଟଣା ସମ୍ପର୍କରେ ଥାନାଧିକାରୀ ପତି କୁହନ୍ତି, ୨୦୧୮ ଜୁଲାଇ ୧୧ ରାତି ପ୍ରାୟ ୯ଟାରେ ଜଗତପୁର ଥାନା ଆଠମାଣିଆସ୍ଥିତ ବିରୂପା ନଦୀ କୂଳରୁ ଜଣେ ମହିଳାଙ୍କ ଗଳିତ ମୃତଦେହକୁ ଜବତ କରାଗଲା। ସେ ସମୟରେ ମୁଁ ସେଠାରେ ଥାନାଧିକାରୀ ଥିଲି। ମହିଳାଙ୍କୁ ଅତି ବୀଭତ୍ସଭାବେ ଗଳା କାଟି ହତ୍ୟା କରାଯାଇ ନଦୀକୂଳରେ ଫିଙ୍ଗି ଦିଆଯାଇଥିଲା। ମୃତଦେହ ପାଣିରେ ଫୁଲି ଯାଇଥିବାରୁ ମହିଳାଙ୍କୁ ଚିହ୍ନଟ କରିବା କଷ୍ଟକର ଥିଲା। ଏନେଇ ପୋଲିସ ଆଇପିସି ଦଫା ୩୦୨ ଅନୁଯାୟୀ କେସ୍‌ ନଂ-୧୮୬/୧୮ ରୁଜୁ କରି ତଦନ୍ତ କରୁଥିଲା। ମୃତକଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଥାନାକୁ ଫଟୋ ପଠାଯିବା ସହ ମିସିଂ ରିପୋର୍ଟ ଯାଞ୍ଚ କରାଯାଇଥିଲା। ହତ୍ୟାକାଣ୍ଡର ୧୫ ଦିନ ପରେ ବି ମହିଳାଙ୍କ ପରିଚୟ ମିଳିପାରି ନ ଥିଲା। ହଠାତ୍‌ ମାହାଙ୍ଗା ଥାନାରୁ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ରାଣୀ(ଛଦ୍ମନାମ)ଙ୍କ ନିଖୋଜ ଖବର ଆସିଥିଲା। ଜୁଲାଇ ୯ରେ ଜଗତ୍‌ପୁର ଯାଉଥିବା କହି ରାଣୀ ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହୋଇଯାଇଥିବାରୁ ପୋଲିସ ମୃତଦେହକୁ ପୋଡ଼ି ସାରିଥିଲା। କେବଳ ଚିହ୍ନଟ ପାଇଁ ମହିଳାଙ୍କ ଶାଢ଼ି, ଗହଣା ଓ ଚୁଡ଼ି ରଖିଥିଲା। ରାଣୀଙ୍କ ଭଉଣୀଙ୍କୁ ପୋଲିସ ଉକ୍ତ ଗହଣା ଓ ଶାଢ଼ି ଦେଖାଇବା ପରେ ମୃତକ ଜଣକ ରାଣୀ ବୋଲି ସ୍ପଷ୍ଟ ହେଲା। କିନ୍ତୁ ପରିଚୟ ଜାଣିବାଠାରୁ ଅଧିକ ଚ୍ୟାଲେଞ୍ଜ ଥିଲା ଅଭିଯୁକ୍ତଙ୍କୁ ଗିରଫ କରିବା। ରାଣୀଙ୍କ ମୋବାଲଇ ଫୋନ ସିଡିଆର(କଲ୍‌ ଡିଟେଲ ରିପୋର୍ଟ) ଯାଞ୍ଚ କରାଯାଇଥିଲା। ରାଣୀ ୫ଟି ଫୋନ୍‌ ନମ୍ବରରେ ସବୁଦିନ କଥା ହେଉଥିଲେ। ସେହି ୫ଟି ନମ୍ବରକୁ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ସେଥିରୁ ଗୋଟିଏ ହତ୍ୟାକାଣ୍ଡ ପରଠୁ ବନ୍ଦ ଥିଲା। ତେଣୁ ସେହି ନମ୍ବର ଉପରେ ସନ୍ଦେହ କରାଯାଇ ତାହାର ବ୍ୟବହାରକାରୀଙ୍କୁ ଖୋଜାଯାଇଥିଲା। କିନ୍ତୁ ଉକ୍ତ ନମ୍ବରର କାଗଜପତ୍ର ଜାଲ ଥିଲା। ତେଣୁ ଉକ୍ତ ନମ୍ବର ସହ ଯୋଗାଯୋଗରେ ଥିବା ଆଉ କେତେକ ଫୋନ ନମ୍ବରକୁ ଯାଞ୍ଚ କରାଯିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଯାଇଥିଲା। ସେ ଥିଲେ ସୁରେନ୍ଦ୍ର ବେହେରା(୪୦) ନାମକ ଜଣେ ରାଜମିସ୍ତ୍ରି। ହେଲେ ସେ କେଉଁଠି ରହୁଛନ୍ତି ତାହା ଜଣାପଡ଼ି ନ ଥିଲା। ତେଣୁ ସୁରେନ୍ଦ୍ରଙ୍କ ସହ କାମ କରୁଥିବା ସମସ୍ତ ରାଜମିସ୍ତ୍ରିଙ୍କୁ ଖବର ଦେବାକୁ କୁହାଯାଇଥିଲା। ହଠାତ୍‌ ଜଣେ ବ୍ୟକ୍ତି ଫୋନ କରି ଜଣାଇଥିଲେ ଯେ, ସୁରେନ୍ଦ୍ର ବାଇକ ଯୋଗେ ଶିଖରପୁର ଛକ ଦେଇ ଜଗତପୁର ଅଭିମୁଖେ ଯାଉଛନ୍ତି। କିନ୍ତୁ ଫକୀରପୁର ପଣ୍ଡାସାହିରେ ସେ କେଉଁଆଡ଼େ ପଳାଇଥିଲେ ଜଣାପଡ଼ି ନ ଥିଲା। କିନ୍ତୁ ସୁରେନ୍ଦ୍ର ସେହି ଅଞ୍ଚଳରେ ରହୁଥିବା ଆମେ ସ୍ପଷ୍ଟ ହୋଇଯାଇଥିଲୁ। ତା’ ପରଦିନ ଆମ ପୋଲିସ କର୍ମଚାରୀ ସୁରେନ୍ଦ୍ରଙ୍କ ଫଟୋ ଧରି ପଣ୍ଡାସାହିର ଘରକୁ ଘର ବୁଲି ପଚାରିଥିଲେ। ଫଳରେ ସୁରେନ୍ଦ୍ର ରହୁଥିବା ଘର ମିଳିଯାଇଥିଲେ ମଧ୍ୟ ଦୁଇ ଦିନ ପୂର୍ବରୁ ସେ ସେଠାରୁ ପଳାଇଥିଲେ। ଜଣେ ମହିଳାଙ୍କୁ ଘରକୁ ଆଣି ଅନୈତିକ ସମ୍ପର୍କ ରଖୁଥିବାରୁ ଘର ମାଲିକ ତାଙ୍କୁ ବାହାର କରି ଦେଇଥିଲେ। ଏହାପରେ ଗୋଟିଏ ଦିନ ସୁରେନ୍ଦ୍ର ତାଙ୍କର ଜଣେ ପୁରୁଣା ମିସ୍ତ୍ରିଙ୍କୁ ଫୋନ୍‌ କରି ଭୁବନେଶ୍ୱରରେ ଏକ ଘର କାମ ମିଳିଛି ବୋଲି କହିଲେ। ଉକ୍ତ ମିସ୍ତ୍ରି ଜଣକ ତୁରନ୍ତ ଆମକୁ ଫୋନ୍‌ କରି ଜଣାଇଥିଲେ। ଆମ କହିବା ଅନୁସାରେ ଉକ୍ତ ମିସ୍ତ୍ରି ଜଣକ ସୁରେନ୍ଦ୍ରଙ୍କୁ ଜଗତପୁର ଗୋଲେଇ ଛକ ନିକଟକୁ ଡାକିଥିଲେ। ସେପ୍ଟେମ୍ବର ୮ରେ ସୁରେନ୍ଦ୍ର ଉକ୍ତ ଛକକୁ ଆସିବା ପରେ ପୂର୍ବରୁ ଛକି ରହିଥିବା ଆମ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିଥିଲେ।

ସୁରେନ୍ଦ୍ର ପୋଲିସକୁ ହତ୍ୟାକାଣ୍ଡର କାରଣ କହିଥିଲେ। ସେ ରାଣୀଙ୍କ ଭାଇଙ୍କ ଇନ୍ଦିରାଆବାସ କାମ କରିବା ସମୟରେ ତାଙ୍କ ସହିତ ପରିଚିତ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ସୁରେନ୍ଦ୍ରଙ୍କ ପାଇଁ ତାହା ଥିଲା ଛଳ ପ୍ରେମ। ସେ ଟାଇମ୍‌ ପାସ ପାଇଁ ରାଣୀଙ୍କୁ ଭଲ ପାଉଥିଲେ। କିନ୍ତୁ ରାଣୀ ବାହାହେବାକୁ ସୁରେନ୍ଦ୍ରଙ୍କ ଉପରେ ଚାପ ପକାଇଥିଲେ। ବାହା ନ ହେଲେ ଗଁାରେ ହୋହଲ୍ଲା କରିବେ ଧମକ ଦେଇଥିଲେ। ତେଣୁ ରାଣୀଙ୍କୁ ହତ୍ୟା କରିବାକୁ ସୁରେନ୍ଦ୍ର ଯୋଜନା କରିଥିଲେ। ତଦନୁଯାୟୀ ବାହା ହେବା ପାଇଁ ରାଣୀଙ୍କୁ ଜୁଲାଇ ୯ରେ ଜଗତ୍‌ପୁରକୁ ଡାକିଥିଲେ। ରାଣୀ ଜଗତପୁରରେ ପହଞ୍ଚତ୍ବା ପରେ କିଛି କାମ ଥିବା ଦର୍ଶାଇ ସୁରେନ୍ଦ୍ର ତାଙ୍କୁ ବାଇକରେ ବସାଇ ବିରୂପା ନଦୀ ଅଭିମୁଖେ ଯାଇଥିଲେ। ସାଙ୍ଗରେ ସୁରେନ୍ଦ୍ରଙ୍କ ଜଣେ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ ନଦୀ କୂଳରେ ପହଞ୍ଚତ୍ବା ପରେ ସୁରେନ୍ଦ୍ର ଶୌଚ ପାଇଁ ଯିବାକୁ କହିଥିଲେ। ଏହାସହ ବିଳମ୍ବ ଘଟିବ ବୋଲି କହି ସାଙ୍ଗରେ ଥିବା ସହଯୋଗୀଙ୍କୁ ସେଠାରୁ ପଠାଇ ଦେଇଥିଲେ। ଏହାପରେ ସେ ରାଣୀଙ୍କୁ ନଦୀ ପାଖକୁ ଡାକି ନେଇ ଏକ ଛୁରିରେ ତାଙ୍କ ଗଳା କାଟି ଦେଇଥିବା ସେ ପୋଲିସ ଆଗରେ ସ୍ବୀକାର କରିଥିଲେ।

-ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri