ବିଶ୍ୱାସରେ ବିଷ: ବୃଦ୍ଧାଙ୍କ ଏଟିଏମ୍‌ରୁ ଟଙ୍କା ହଡ଼ପ: ଜେଲ ଗଲେ ଅଭିଯୁକ୍ତ ଫାର୍ମାସିଷ୍ଟ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଶ୍ୱାସରେ ବିଷ ଦେଇ ଜଣେ ବୃଦ୍ଧାଙ୍କ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗରେ ନୟାଗଡ ଜିଲାର ମାନସ ରଞ୍ଜନ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ନୟାପଲ୍ଲୀ ଥାନା ଅଧୀନ ଇନ୍ଦ୍ରଧନୁ ମାର୍କେଟ ନିକଟ ଏକ ଘରୋଇ ହସ୍ପିଟାଲରେ ମାନସ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିଲେ। ନୟାପଲ୍ଲୀ ବେହେରା ସାହିର ଅଂଶୁମାଳିନୀ ମହାନ୍ତିଙ୍କର ମାର୍ଚ୍ଚରେ ସ୍ବାସ୍ଥ୍ୟ ଖରାପ ହେବାରୁ ସେହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଅଂଶୁମାଳିନୀଙ୍କ ସହ ମାନସଙ୍କ ପରିଚୟ ହୋଇଥିଲା। ପରେ ମାନସ ତାଙ୍କ ଘରକୁ ଯାଇ ଚିକିତ୍ସା କରୁଥିଲେ। ଆବଶ୍ୟକ ସମୟରେ ଟଙ୍କା ଉଠାଇବାକୁ ସେ ମାନସଙ୍କୁ ଏଟିଏମ୍‌ କାର୍ଡ ଦେଉଥିଲେ। ମାନସ ବୃଦ୍ଧାଙ୍କ ଆକାଉଣ୍ଟରୁ ପ୍ରାୟ ସାଢେ ୪ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ଗତ ୧୪ ତାରିଖରେ ବୃଦ୍ଧାଙ୍କ ପୁଅ ମାନସ ମୁମ୍ବାଇରୁ ଫେରିବା ପରେ ଏକଥା ଜାଣିବାକୁ ପାଇଥିଲେ। ତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିଲା। ସିସିଟିଭି ଫୁଟେଜ ଯାଞ୍ଚ ପରେ ମାନସଙ୍କୁ ଗୁରୁବାର ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହର୍ନ ବଜାଇ ଶୋଇଥିବା ଧଳା ଭାଲୁକୁ ଉଠାଇବାରୁ ଗଣିଲେ ମୋଟା ଅଙ୍କର ଜରିମାନା, ଅଭିଯୁକ୍ତ ଦୋଷ ସ୍ବୀକାର କରିବା ସହ…

ଓସ୍‌ଲୋ,୧୭ା୮: ଉତ୍ତର ମେରୁ ଠାରୁ ପ୍ରାୟ ୬୨୦ ମାଇଲ (୧,୦୦୦ କିଲୋମିଟର) ଦୂରରେ ଅବସ୍ଥିତ ନରୱେର ସୁଦୂର ଦ୍ୱୀପପୁଞ୍ଜ ‘ସ୍ବାଲବାର୍ଡ’ ଉପକୂଳରେ ଜାହାଜର ବିକଟାଳ ଫଗ୍‌ହର୍ନ ବଜାଇ…

ପ୍ରେମିକାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି କୁଆଡେ ଗଲେ ପ୍ରେମିକ? ଲିଭ ଇନ ରିଲେଶନର କରୁଣ ଚିତ୍ର…

ହାଇଦ୍ରାବାଦ,୧୭।୮: ୧୬ ଅଗଷ୍ଟ ରାତିରେ, ହାଇଦ୍ରାବାଦର ବାଲାପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଶାହିନ ନଗରର ବିସମିଲ୍ଲାହ କଲୋନି ଅଞ୍ଚଳରେ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ତାଙ୍କ…

ସ୍ବେରେଜ କାମବେଳେ ମିଳିଲା ୯ ମିଲିୟନ ୟୁରୋର ଗୁପ୍ତଧନ

ବ୍ରସେଲ୍ସ,୧୭।୮: ବେଲଜିୟମ୍‌ରେ ଶ୍ରମିକମାନେ ଏକ ସ୍ବେରେଜ ଲାଇନ୍‌ ଖୋଳୁଥିବା ସମୟରେ ବିପୁଳ ପରିମାଣର ସୁନା ବିସ୍କୁଟ ଏବଂ ଦୁର୍ଲଭ ମୁଦ୍ରା ପାଇଛନ୍ତି। ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ଆଜିଠାରୁ ଆରମ୍ଭ ହେବ ଜନଗଣନା; ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ ପ୍ରଶ୍ନ

ନୂଆଦିଲ୍ଲୀ,୧୭।୮: ଆଜିଠାରୁ ଅର୍ଥାତ ସୋମବାରଠାରୁ ଭାରତର 2027 ଜନଗଣନାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସୋମବାର ‘ସ୍ବ-ଗଣନା’ ସହିତ ଆରମ୍ଭ ହେବ – ଯେଉଁଠାରେ…

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତାରାପୀଠର ଏକ ହୋଟେଲରେ ସୋମବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ନିଆଁରେ ପୋଡ଼ିଯିବାରୁ ଅତି କମରେ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri