Posted inଫୁରସତ

ବିଶ୍ୱର ସବୁଠୁ ଲମ୍ବା ବ୍ୟକ୍ତି

ଓ୍ବାଶିଂଟନ୍‌: ସାଧାରଣତଃ ବିଶ୍ୱରେ ଲମ୍ବା ବ୍ୟକ୍ତିଙ୍କ ରେକର୍ଡ ବାରମ୍ବାର ବଦଳିଥାଏ। କିନ୍ତୁ ଏକ ରେକର୍ଡ ଅଛି, ଯାହା ୮୦ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଛି। ୧୯୪୦ ପରଠାରୁ କେହି ସେହି ରେକର୍ଡ ଭାଙ୍ଗି ନାହାନ୍ତି। ଏହି ରେକର୍ଡ ହେଉଛି ରୋବର୍ଟ ଓ୍ବାଡ୍‌ଲୋ। ଯିଏ କି ଇତିହାସରେ ସବୁଠାରୁ ଉଚ୍ଚ ବ୍ୟକ୍ତି ଭାବରେ ଜଣାଶୁଣା। ତାଙ୍କର ଲମ୍ବ ୮ ଫୁଟ ୧୧.୧ ଇଞ୍ଚ ଥିଲା। ଏହିପରି ଲମ୍ବା ବ୍ୟକ୍ତି ଆଜି ପର୍ଯ୍ୟନ୍ତ ପୃଥିବୀରେ ଜନ୍ମ ହୋଇନାହାନ୍ତି। ତାଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ଲିପିବଦ୍ଧ ହୋଇଛି।
ରୋବର୍ଟ ଆମେରିକାର ଏଲ୍‌ଟନ (ଇଲିନୋଇସ୍‌) ସହରର ବାସିନ୍ଦା ଥିଲେ। ୨୨ ଫେବୃୟାରୀ ୧୯୧୮ରେ ସେ ଜନ୍ମ ନେଇଥିଲେ। ଜନ୍ମର କିଛି ମାସ ପରେ ତାଙ୍କର ଉଚ୍ଚତା ଅସ୍ବାଭାବିକ ଭାବରେ ବଢ଼ିବାରେ ଲାଗିଲା। ମାତ୍ର ଛଅ ମାସ ମଧ୍ୟରେ ତାଙ୍କର ଲମ୍ବ ୩ ଫୁଟ ପାଖାପାଖି ହୋଇଯାଇଥିଲା। ଯାହାକି ସାଧାରଣ ପିଲାଙ୍କୁ ଅତି କମ୍‌ରେ ଦୁଇ ବର୍ଷ ସମୟ ଲାଗେ।
ଯେତେବେଳେ ରୋବର୍ଟଙ୍କୁ ୧ ବର୍ଷ ହୋଇଥିଲା, ସେ ୩ ଫୁଟ ଛଅ ଇଞ୍ଚ ଲମ୍ବ ଥିଲେ। ଯାହା ଦୁଇ ବର୍ଷ ବେଳକୁ ୪ ଫୁଟ ୬ ଇଞ୍ଚରୁ ଅଧିକ ବଢ଼ିଥିଲା। ୫ ବର୍ଷ ବୟସରେ ସେ ୫ଫୁଟ ୬ ଇଞ୍ଚରୁ ଅଧିକ ଏବଂ ୧୨ ବର୍ଷ ବୟସରେ ୭ ଫୁଟ ଉଚ୍ଚର ହୋଇଯାଇଥିଲେ। ରୋବର୍ଟ ସେତେବେଳେ ବିଶ୍ୱର ସବୁଠାରୁ ଲମ୍ବା ବାଳକ ବୋଲି ରେକର୍ଡ ସୃଷ୍ଟି କରିଥିଲେ।
୧୯୩୬ ମସିହାରେ ମାତ୍ର ୧୮ ବର୍ଷ ବୟସରେ ସେ ବିଶ୍ୱର ସବୁଠାରୁ ଉଚ୍ଚ ବ୍ୟକ୍ତିଙ୍କ ରେକର୍ଡ ଭାଙ୍ଗିଥିଲେ। ସେତେବେଳେ ତାଙ୍କର ଉଚ୍ଚତା ୮ ଫୁଟ ୪ ଇଞ୍ଚ ଥିଲା। ଯଦିଓ ଲୋକମାନେ ସାଧାରଣତଃ ଲୋକେ ୯,୧୦ କିମ୍ବା ୧୧ ନଂ ଜୋତା ପିନ୍ଧନ୍ତି। ମାତ୍ର ଏକ ଜୋତା କମ୍ପାନୀ ରୋବର୍ଟଙ୍କ ୩୭ ନଂ ଜୋତା ତିଆରି କରିଥିଲା। ରୋବର୍ଟଙ୍କ ଅସାଧାରଣ ଲମ୍ବ ବୃଦ୍ଧି ହେବାର ମୁଖ୍ୟ କାରଣ ହେଲା ତାଙ୍କ ପିଟୁଇଟାରୀ ଗ୍ରନ୍ଥି ବୃଦ୍ଧି। ଅବଶ୍ୟ ରୋବର୍ଟଙ୍କ ପାଇଁ ତାହା ସାଂଘାତିକ ହୋଇଥିଲା। କାରଣ ତାଙ୍କର ଗୋଡ଼ ଦୁର୍ବଳ ଥିଲା, ଯାହା ତାଙ୍କୁ ଚାଲିବାରେ କଷ୍ଟ ହେଉଥିଲା। ତାଙ୍କ ଗୋଡରେ ଫୁଲା ମଧ୍ୟ ହୋଇଥିଲା। ପରେ ସଂକ୍ରମଣର କାରଣ ପାଲଟିଥିଲା। ଏପରି ସମସ୍ୟା ସହ ସଂଗ୍ରାମ କରୁଥିବାବେଳେ ସେ ୧୫ ଜୁଲାଇ ୧୯୪୦ରେ ମାତ୍ର ୨୨ ବର୍ଷ ବୟସରେ ପୃଥିବୀରୁ ସବୁଦିନ ପାଇଁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri