ବିଶ୍ୱକପ କ୍ରିକେଟ ପ୍ରଭାବ;ବଡ଼ ସ୍କ୍ରିନ୍‌ ଟିଭି ବିକ୍ରି ୧୦୦% ବୃଦ୍ଧି

ନୂଆଦିଲ୍ଲୀ,୧୭-୬: କ୍ରିକେଟପ୍ରେମୀଙ୍କ ମଧ୍ୟରେ ଏବେ ବିଶ୍ୱକପ୍‌ କ୍ରିକେଟ ଜ୍ୱର ବଢ଼ିବାରେ ଲାଗିଛି। ଏଥିଯୋଗୁ ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବର୍ଷା କାରଣରୁ ବିଶ୍ୱକପ୍‌ର କେତେକ ମ୍ୟାଚ୍‌ ରଦ୍ଦ ହୋଇଥିଲେ ହେଁ ଭାରତୀୟଙ୍କ ମଧ୍ୟରେ ବିଶ୍ୱକପ୍‌ କ୍ରିକେଟ ପ୍ରତି ଆକର୍ଷଣ ବେଶ୍‌ ବଢ଼ିବାରେ ଲାଗିଛି। ବଡ଼ ସଂଖ୍ୟାରେ ଭାରତୀୟ ଦର୍ଶକ ଏବେ ହାଇଏଣ୍ଡ ଟିଭି ପ୍ରତି ଆକର୍ଷିତ ହେଉଛନ୍ତି। ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ କମ୍ପାନୀ ସୋନୀ, ସାମସଙ୍ଗ,ଏଲ୍‌ଜି ଏବଂ ପାନାସୋନିକର ବଡ଼ ସ୍କ୍ରିନ୍‌(୫୫ ଇଞ୍ଚ ବା ତତୋଧିକ)ର ଟିଭି ସେଟ୍‌ ବିକ୍ରି ଗତବର୍ଷ ତୁଳନାରେ ୧୦୦ ପ୍ରତିଶତ ବଢ଼ିଥିବା ଦେଖାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ବଡ଼ ସ୍କ୍ରିନ୍‌ର ଟିଭି ସେଟ୍‌ ବିକ୍ରି କେବଳ ମହାନଗର ଅଥବା ବଡ଼ ସହର ମଧ୍ୟରେ ସୀମିତ ହୋଇ ରହିନାହିଁ। ଛୋଟ ସହରରେ ମଧ୍ୟ ଏଭଳି ଟିଭିର ଚାହିଦା ବେଶ୍‌ ବଢ଼ିଥିବା ଦେଖାଯାଇଛି। ବିଶ୍ୱକପ୍‌ର ନକ୍‌ଆଉଟ ମୁକାବିଲା ଆରମ୍ଭ ହେବା ମାତ୍ରେ ବଡ଼ ସ୍କ୍ରିନ୍‌ ଟିଭି ଚାହିଦା ଆହୁରି ବଢ଼ିବ ବୋଲି କମ୍ପାନୀଗୁଡ଼ିକ ଆଶାବ୍ୟକ୍ତ କରିଛନ୍ତି। କ୍ରିକେଟପ୍ରେମୀଙ୍କୁ ଆକର୍ଷିତ କରିବା ଲାଗି ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ଆକର୍ଷଣୀୟ ଉପହାର ଘୋଷଣା କରୁଛନ୍ତି। ସୋନୀ ଇଣ୍ଡିଆ ବ୍ରାବିୟାର ବ୍ୟବସାୟିକ ମୁଖ୍ୟ ସଚିନ ରାୟ କହିଥିଲେ ଯେ, ବିଶ୍ୱକପ ମାତ୍ର ୧୦ ଦିନ ହେଲା ଆରମ୍ଭ ହୋଇଛି। ଏହାରି ଭିତରେ ୫୫ ଇଞ୍ଚ ଏବଂ ୪କେ ଟିଭି ସେଟ୍‌ର ଚାହିଦା ୧୦୦ ପ୍ରତିଶତ ବଢ଼ିଛି। ସାମସଙ୍ଗ ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ମୁଖ୍ୟ ରାଜୀବ ଭୁଟାନୀଙ୍କ ମତରେ କ୍ୟୁଏଲ୍‌ଇଡି ଟିଭି ସହିତ ୫୫ ଇଞ୍ଚ ଓ ବଡ଼ ସ୍କ୍ରିନ୍‌ର ଟିଭି ଚାହିଦା ୫ଗୁଣା ବଢ଼ିଯାଇଛି। ସେହିପରି ପାନାସୋନିକ ଇଣ୍ଡିଆର ବ୍ୟବସାୟିକ ମୁଖ୍ୟ(ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ) ଶରତ ନାୟାର କହିନ୍ତନ୍ତି ଯେ, ପାର୍ବଣ ସିଜନ ପରେ ଖେଳ ସିଜନ କମ୍ପାନୀଙ୍କ ପାଇଁ ବଡ଼ ସୁଯୋଗ ଆଣିଦେଇଛି। ବିଶ୍ୱକପ କ୍ରିକେଟ କାରଣରୁ କମ୍ପାନୀର ବିକ୍ରି ୨୫% ବଢ଼ିବ ବୋଲି ଆଶାକରାଯାଉଛି। ଅନ୍ୟପକ୍ଷରେ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ମୁଖପାତ୍ର କହିଛନ୍ତି ଯେ, ଥିନକ୍ୟୁ ଏଆଇ ସହିତ ସ୍ମାର୍ଟ ଟିଭି ଜରିଆରେ କମ୍ପାନୀ ୩୫% ବିକ୍ରି ବୃଦ୍ଧି ଆଶାକରୁଛି। ବିକ୍ରି ବେଶ୍‌ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

ଯୁବ ଭାରତୀୟଙ୍କ ନିକଟରେ ବିରାଟ କୋହଲିଙ୍କ ଭଳି ମାନସିକତା…, କାହିଁକି ଏମିତି କହିଲେ ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ

ନୂଆଦିଲ୍ଲୀ,୧୭।୪: ଭାରତର ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର ରଘୁରାମ ରାଜନ ଦାବି କରିଛନ୍ତି ଯେ ବହୁ ସଂଖ୍ୟକ ଯୁବ ଭାରତୀୟ ବ୍ୟବସାୟ ପ୍ରତିଷ୍ଠା କରିବାକୁ ବିଦେଶ...

ଝାରସୁଗୁଡ଼ାରେ କ୍ୟାଲ୍‌ସିୟମ ଆଲୁମିନେଟ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍‌ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍‌ସିୟମ୍‌ ଆଲୁମିନେଟ୍‌ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍‌ଘାଟିତ ହୋଇଯାଇଛି।...

ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ...

ଶ୍ରୀଶ ସିବିଆଇର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୧୭।୪: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇ ଭୁବନେଶ୍ୱର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଶ୍ରୀଶ କୁମାର ଶର୍ମା ନିକଟରେ କାର୍ଯ୍ୟଭାର ଗ୍ରହଣ...

ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ...

୨୦୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୮%

ଭୁବନେଶ୍ୱର,୧୭।୪(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧିପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍‌ରେ ଏପରି ଆକଳନ ପ୍ରକାଶ କରିଛି।...

ରେକର୍ଡସ୍ତରରେ ସୁନା ଦର: ଏବେ ୧୦ ଗ୍ରାମକୁ ଗଣିବେ…

ଭୁବନେଶ୍ୱର,୧୬।୪: ପୁଣି ବଢ଼ିଲା ସୁନା ଦର। ପ୍ରଥମ ଥର ପାଇଁ ସୁନା ସର୍ବକାଳୀନ ନୂଆ ରେକର୍ଡ ସହ ୭୪ ହଜାର ଟଙ୍କା ପାର କରିଛି। ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri