ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଅନ୍ତିମ ମ୍ୟାଚ୍‌ରେ ହୋଇପାରେ ଧୋନୀଙ୍କ କ୍ୟାରିୟରର ଶେଷ

ବର୍ମିଂହାମ,୩।୭(ପିଟି)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅନ୍ତିମ ମ୍ୟାଚ୍‌ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇପାରେ। ଯଦି ଭାରତୀୟ ଦଳ ଫାଇନାଲକୁ ଉନ୍ନୀତ ହୁଏ ଓ ବିଶ୍ୱକପ୍‌ ଜିତେ, ତେବେ ଏହା କିମ୍ବଦନ୍ତୀ ଭାରତୀୟ କ୍ରିକେଟରଙ୍କ ଶ୍ରେଷ୍ଠ ବିଦାୟୀ ହେବ। ଧୋନୀଙ୍କ ବିଷୟରେ କିଛି କହି ହେବ ନାହିଁ। କିନ୍ତୁ ବିଶ୍ୱକପ୍‌ ପରେ ଧୋନୀ ଭାରତୀୟ ଦଳରେ ଖେଳିବାର ସମ୍ଭାବନା ଖୁବ କମ୍‌। ସେ ଯେଉଁଭଳି ଅଧିନାୟକତ୍ୱରୁ ଅବସର ନେଇଥିଲେ, ତାହା ଦେଖିଲେ ଧୋନୀଙ୍କ ସମ୍ପର୍କରେ ଭବିଷ୍ୟବାଣୀ କରିହେବ ନାହିଁ। ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରେ ଧୋନୀଙ୍କୁ ଆଉ ୨ ବର୍ଷ ଅର୍ଥାତ ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ସମୟ ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଚଳିତ ଥର ଧୋନୀଙ୍କ ପ୍ରଦର୍ଶନ ସେତେଟା ଭଲ ନ ଥିଲେ ମଧ୍ୟ ଭାରତୀୟ ଦଳ ସେମିଫଇନାଲରେ ପ୍ରବେଶ କରିଛି। ଏଣୁ କୌଣସି ପରିସ୍ଥିତିରେ ତାଙ୍କୁ କେହି ଅବସର ଲାଗି ପଚାରି ପାରିବେ ନାହିଁ ବୋଲି ଜଣେ ସିନିୟର ବିସିସିଆଇ ଅଫିସିଆଲ କହିଛନ୍ତି। ବର୍ତ୍ତମାନ କାର୍ଯ୍ୟକାରୀ ଚୟନ କମିଟି ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବ। ଏହାପରେ ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ଲାଗି ଦଳକୁ ପ୍ରସ୍ତୁତ କରାଯିବ। ଏଣୁ ଦଳରେ କିଛି ପରିବର୍ତ୍ତନ ହୋଇପାରେ। ଧୋନୀ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୯୩ ଷ୍ଟ୍ରାଇକ ରେଟ୍‌ରେ ୨୨୩ ରନ୍‌ କରିଛନ୍ତି। ଧୋନୀଙ୍କ ଷ୍ଟ୍ରାଇକ ପରିବର୍ତ୍ତନ କରିବା ଓ ବଡ଼ ଶର୍ଟ ଖେଳିବା ଦକ୍ଷତା ଉପରେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ଭଳି ଖେଳାଳି ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri