ବିଳମ୍ବ ହେବ ମୌସୁମୀ ଲେଉଟାଣି: ଆହୁରି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗି ରହିଛି। ନିର୍ଦ୍ଧାରିତ ସମୟର ୧୦ ଦିନ ପରେ ଅର୍ଥାତ ଜୁନ ୨୧ ତାରିଖରେ ମୌସୁମୀ ଓଡିଶା ଛୁଇଁଥିଲା। ତେବେ ଯେତିକି ପରିମାଣ ବର୍ଷା ହେବ କଥା ହେଲା ନାହିଁ। ଜୁନରୁ ଅଗଷ୍ଟ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହେଲା। ଜୁଲାଇରୁ ମୌସୁମୀ ବର୍ଷା ଲାଗି ରହିଛି। ଅକ୍ଟୋବର ପ୍ରଥମ ସପ୍ତାହ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଲାଣି। ଜୁନ ପହିଲାରୁ ସେପ୍ଟେମ୍ବର ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ସ୍ବାଭାବିକ ରହିଛି। ଏହି ସମୟରେ ସ୍ବାଭାବିକ ଭାବେ ୧୧୪୪.୯ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୧୯୪.୬ ମିଲିମିଟର। ଅର୍ଥାତ ସ୍ବାଭାବିକ ଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି।

ସାଧାରଣତଃ ମୌସୁମୀ ସେପ୍ଟେମ୍ବର ୧ ତାରିଖରୁ ରାଜସ୍ଥାନରୁ ଅପସାରଣ ଆରମ୍ଭ କରିଥାଏ । ଚଳିତ ବର୍ଷ ପ୍ରାୟ ମାସେ ହୋଇଗଲାଣି ଦେଶରେ ମୌସୁମୀ ବର୍ଷା ଲାଗି ରହିଛି। ଏଥିଯୋଗୁଁ ପାଣିପାଗ ବିଭାଗ ମୌସୁମୀ ଅପସାରଣ ନେଇ ଏ ପର୍ଯ୍ୟନ୍ତ ଘୋଷଣା କରିନାହିଁ। ଏଥର ସ୍ବାଭିବିକଠାରୁ ବହୁ ବଳମ୍ବରେ ମୌସୁମୀ ଦେଶ ଛାଡିବ ବୋଲି ପାଣିପାଗ ବିଶାରଦ ମତ ଦେଇଛନ୍ତି। ବର୍ଷା ଲାଗି ରହିଥିବାରୁ ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ମୁଖ୍ୟତଃ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯାଇଥାଏ। ଦେଶର ଅନ୍ୟାନ୍ୟ ଭାଗରୁ ମୌସୁମୀ ଅପସାରଣ ହୋଇ ନ ଥିବାରୁ ଓଡିଶାରେ ମଧ୍ୟ ଏହା ବିଳମ୍ବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଯାଜପୁର ଜିଲାର କେତେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେ ୨୦ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ଯୁଦ୍ଧ ମଧ୍ୟରେ ଭିଡ଼ିଓ ଜାରି କରି ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘ଜୀବିତ ନାହାଁନ୍ତି ଇରାନର ଟପ କମାଣ୍ଡର’

ଓ୍ବାଶିଂଟନ,୫।୪: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ବିରୁଦ୍ଧରେ କରାଯାଇଥିବା ଏକ ବଡ଼ ଆକ୍ରମଣରେ ଇରାନର ଅନେକ…

ଦ୍ୱିତୀୟ F-15E ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା, ଟ୍ରମ୍ପ କହିଲେ ଆମେ ଆମର ଯୋଦ୍ଧାଙ୍କୁ…

ଓ୍ବାଶିଂଟନ,୫।୪: ଗ୍ରାଉଣ୍ଡ ଅପରେଶନ ସମୟରେ ଆମେରିକା ଏହାର ଦ୍ୱିତୀୟ ପାଇଲଟଙ୍କୁ ଠାବ କରିଛି । ଦେଶରେ ସାମରିକ ଅଭିଯାନ ସମୟରେ ଇରାନ ଦ୍ୱାରା ଏକ ଆମେରିକୀୟ F-15E…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri