ବିଳମ୍ବିତ ରାତିରେ ଆତଙ୍କ ଖେଳାଇଲେ ୫ ଯୁବକ : ବାର୍‌ରେ ପଶି ଆକ୍ରମଣ, ବାର୍‌ ଡ୍ୟାନ୍ସରଙ୍କୁ ପିଛା କରି ଲୁଟିଲେ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଛକରୁ ସତ୍ୟବିହାର ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିଲେ ୫ଜଣ ଯୁବକ। ପ୍ରଥମେ କଟକ ରୋଡ୍‌ରେ ଥିବା ରେନ୍‌ ଦି କ୍ଲବ୍‌ ବାର୍‌ରେ ପଶି ବାଉନ୍‌ସରଙ୍କୁ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସେଠାରେ ବହୁ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଅଟୋରେ ଘରକୁ ଫେରୁଥିବା ବାର୍‌ ଡ୍ୟାନ୍ସରମାନଙ୍କୁ ପିଛା କରି ସତ୍ୟବିହାର ଅଞ୍ଚଳରେ ଅଟକାଇ ତାଙ୍କଠାରୁ ଲୁଟ୍‌ପାଟ କରିଥିଲେ। ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ବାର୍‌ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଏକ ମାମଲା (ନଂ.୩୨୬/୧୯) ରୁଜୁ ହୋଇଛି। ସେହିଭଳି ଲୁଟ୍‌ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନାରେ ଆଉ ଏକ ମାମଲା (ନଂ୫୨୨/୧୯) ରୁଜୁ ହୋଇଛି। ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରହିଥିବା ଲକ୍ଷ୍ମୀସାଗର ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି।
ତାଙ୍କ ସୂଚନାନୁସାରେ, ରାତି ପ୍ରାୟ ୧୨ଟାରେ ହଠାତ୍‌ କେତେଜଣ ଯୁବକ ବାର୍‌ରେ ଉତ୍ପାତ କରିଥିଲେ। ବାର୍‌ ପକ୍ଷରୁ ନିୟୋଜିତ ବାଉନ୍‌ସରମାନେ ସେମାନଙ୍କୁ ବୁଝାଶୁଝା କରି ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ସେମାନେ ବାଉନ୍‌ସରଙ୍କୁ ଠେଲାପେଲା କରି ଆହୁରି ବିଶୃଙ୍ଖଳା ଘଟାଇଥିଲେ। ପରେ ସେମାନଙ୍କର ଆଉ କେତେଜଣ ସହଯୋଗୀ ପହଞ୍ଚତ୍ ସଂଘବଦ୍ଧ ଭାବେ ବାଉନ୍‌ସରମାନଙ୍କୁ ମାଡ଼ ମାରିଥିଲେ। ଏଥିସହ ବାର୍‌ ଭିତରେ ଥିବା ଟେବୁଲ ଓ ବିଭିନ୍ନ ସରଞ୍ଜାମକୁ ଫିଙ୍ଗାଫୋପଡ଼ା କରି ଭାଙ୍ଗି ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ବା ବେଳକୁ ସମ୍ପୃକ୍ତ ଯୁବକମାନେ ସେଠାରୁ ଖସି ପଳାଇଥିଲେ। ହେଲେ ବାର୍‌ ଆଖପାଖରେ ଲୁଚି ରହିବା ସହ ରାସ୍ତାରେ ଆଡ୍ଡା ଜମାଇଥିଲେ। ଘଟଣାର କିଛି ସମୟ ପରେ ୨ଜଣ ମହିଳା ବାର୍‌ ଡ୍ୟାନ୍ସର ଏକ ଅଟୋରେ ଘରକୁ ଫେରୁଥିଲେ। ସମ୍ପୃକ୍ତ ଯୁବକମାନେ ସେମାନଙ୍କୁ ପିଛା କରି ବାଟରେ ଅଟକାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସତ୍ୟବିହାର କଲୋନୀ ଅଞ୍ଚଳରେ ସେମାନଙ୍କୁ ଅଟକାଇ ଟଣାଓଟରା କରିବା ସହ ମୋବାଇଲ୍‌ ଫୋନ୍‌ ଓ ଭ୍ୟାନିଟି ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri