ବିଲ୍‌ଡରଙ୍କ କାମ କରୁଛନ୍ତି ଆର୍‌ଆଇ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ଅମିନ ଓ ଆର୍‌ଆଇ ମରୁଡ଼ି ପଡ଼ିଛି। ଆର୍‌ଆଇ ସର୍କଲରେ ଅମିନ ନାହାନ୍ତି। ଜମିବାଡ଼ି ମପାଚୁପା କାର୍ଯ୍ୟ ହୋଇପାରୁ ନାହିଁ। ଭୁବନେଶ୍ୱରରେ ଆର୍‌ଆଇ ଏବଂ ଅମିନ ବଡ଼ ବଡ଼ ବିଲ୍‌ଡରଙ୍କ ପାଇଁ କାମ କରୁଛନ୍ତି। ସହର ତଳି ଗ୍ରାମାଞ୍ଚଳ ବାତ୍ୟା ଫନୀରେ ଧ୍ୱଂସ ହୋଇଯାଇଛି। ଆଜିଯାଏ ଘରଭଙ୍ଗା ସର୍ଭେ କରାଯାଇ ପାରୁନାହିଁ। ଆର୍‌ଆଇ ନ ଥିବାରୁ ସର୍ଭେ କାମ ହୋଇପାରୁନି। ସରକାରଙ୍କ ପାଖରେ ରିପୋର୍ଟ ପହଞ୍ଚି ପାରୁନାହିଁ। ସେମାନେ ଘରଭଙ୍ଗା ଟଙ୍କା ପାଇପାରୁ ନାହାନ୍ତି।
ବିଭିନ୍ନ ଜିଲାରେ ଆର୍‌ଆଇ ସର୍କଲର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ଆର୍‌ଆଇ ଏବଂ ଅମିନ ପଦବୀ ଖାଲିପଡ଼ିଥିବା ନେଇ ବିଧାନସଭାରେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖାଲି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସଦସ୍ୟମାନେ ଦାବି କରିଛନ୍ତି।
ଗୁରୁବାର ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ ପଚାରିଥିବା ୩୧ ନମ୍ବର ପ୍ରଶ୍ନରୁ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ରାଜସ୍ବ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତକୁ ଏକ ଆର୍‌ଆଇ ସର୍କଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ। ଭଦ୍ରକ ଜିଲାରେ ୭ଟି ତହସିଲରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲିପଡ଼ିଛି, ତାହା କେବେ ସୁଦ୍ଧା ପୂରଣ ହେବ ବୋଲି ସେ ମୂଳ ପ୍ରଶ୍ନରେ ପଚାରିଥିଲେ। ରାଜସ୍ବମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହାର ଜବାବରେ କହିଥିଲେ ଯେ, ପ୍ରତ୍ୟେକ ପଞ୍ଚାୟତକୁ ଆର୍‌ଆଇ ସର୍କଲ କରିବା ପାଇଁ କୌଣସି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଜନସଂଖ୍ୟା, ଭୌଗୋଳିକ ଅବସ୍ଥିତି ଏବଂ କାର୍ଯ୍ୟର ଗୁରୁତ୍ୱକୁ ବିଚାରକୁ ନେଇ ଆବଶ୍ୟକ ସ୍ଥଳେ ଆର୍‌ଆଇ ସର୍କଲ ଗଠନ କରାଯାଉଛି। ଭଦ୍ରକ ଜିଲାର ୭ଟି ତହସିଲରେ ୮୨ଟି ଆର୍‌ଆଇ ପଦବୀ ମଧ୍ୟରୁ ୩୧ଟି ପଦବୀ ଖାଲି ରହିଛି। ମୋଟ ୫୧ ଅମିନ ପଦବୀରୁ ୨୫ଟି ଖାଲିପଡ଼ିଛି। ଏହା ଶୀଘ୍ର ପୂରଣ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ଜିଲାରେ ଆର୍‌ଆଇ ପଦବୀ ଖାଲିପଡ଼ିଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ଏହି ଜିଲାରେ ଆର୍‌ଆଇ ଏବଂ ଅମିନ ପଦବୀ ପୂରଣ ନେଇ ଦୁର୍ନୀତି ହୋଇଥିଲା। ଏହି କଥା ଜଣାପଡିବା ପରେ ନିଯୁକ୍ତିକୁ ସରକାର ରଦ୍ଦ କରିଛନ୍ତି। ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ସୁପ୍ରିମ କୋର୍ଟରେ କେସ କରିଥିଲେ। ସେଠାରେ ସେମାନେ ହାରିଛନ୍ତି। ଖାଲି ପଦବୀଗୁଡ଼ିକ କେବେସୁଦ୍ଧା ପୂରଣ ହେବ, ଜିଲାରେ କେତେ ପଦବୀ ଖାଲି ଅଛି ସେ ସମ୍ପର୍କରେ ମନ୍ତ୍ରୀ ଗୃହରେ ସୂଚନା ଦିଅନ୍ତୁ ବୋଲି ନରସିଂହ କହିଥିଲେ। ନୂତନ ନିଯୁକ୍ତି ହେବା ଯାଏ ଅବସରପ୍ରାପ୍ତ ଅମିନଙ୍କୁ କାମରେ ନିୟୋଜିତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ବଲାଙ୍ଗୀର ଜିଲାରେ ମୋଟ ମଞ୍ଜୁରୀ ପଦବୀ ୯୪। ସେଥିରୁ ୭୫ଟି ଖାଲି ରହିଛି। ଏହି ଜିଲାରେ ୮୬ଟି ଆର୍‌ଆଇ ପଦବୀ ଥିବାବେଳେ ଖାଲି ରହିଛି ୮୧। ନିର୍ବାଚନ ଯୋଗୁ ନୂତନ ନିଯୁକ୍ତି ହୋଇପାରି ନାହିଁ। ଷ୍ଟାଫ୍‌ ସିଲେକ୍ସନ୍‌ କମିଶନଙ୍କ ଜରିଆରେ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ବିଜେଡି ସଭ୍ୟ ନୃସିଂହ ସାହୁ, ଅମର ଶତପଥୀ, ସୁବ୍ରତ ତରାଇ, ଭାଜପା ସଭ୍ୟ କେ. ନାରାୟଣ ରାଓଙ୍କ ଅତିରିକ୍ତ ପ୍ରଶ୍ନରେ ଆର୍‌ଆଇ ଓ ଅମିନ ପଦବୀ କେବେ ସୁଦ୍ଧା ପୂରଣ କରାଯିବ।ସେହିପରି ଢେଙ୍କାନାଳ, ଯାଜପୁର ଓ ସୁନ୍ଦରଗଡ଼ ଜିଲାରେ କେତୋଟି ଆର୍‌ଆଇ ଓ ଅମିନ ପଦବୀ ଖାଲି ରହିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ଉପକଣ୍ଠ ଗ୍ରାମାଞ୍ଚଳରେ ଲୋକମାନେ ଆର୍‌ଆଇ ସେବା ପାଉ ନ ଥିବା ନେଇ ପ୍ରଶ୍ନକାଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱର ଜମି ରେଟ୍‌ ବଢ଼ିଛି। ଗ୍ରାମାଞ୍ଚଳ ଲୋକଙ୍କ କଥା ଆର୍‌ଆଇ ଶୁଣୁନାହାନ୍ତି। ବଡ଼ ବଡ଼ ବିଲ୍‌ଡରଙ୍କ ପାଖରେ କାମ କରୁଛନ୍ତି। ଆର୍‌ଆଇ ସର୍ଭେ ହୋଇପାରୁ ନ ଥିବାରୁ ଫନୀ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ମିଳିପାରୁ ନାହିଁ। ତୁରନ୍ତ ଆରଆଇ ଏବଂ ଅମିନ ପଦବୀ ପୂରଣ କରି ସେବା ଯୋଗାଇ ଦିଆଯାଉ। ଉତ୍ତରରେ ମନ୍ତ୍ରୀ ମାର୍ଣ୍ଡି କହିଥିଲେ ଯେ, ଓଡ଼ିଶାରେ ୨୪୫୩ ମଞ୍ଜୁରୀପ୍ରାପ୍ତ ଆର୍‌ଆଇ ପଦବୀ ରହିଛି। ସେଥିରୁ ୫୦୩ ଖାଲିପଡ଼ିଛି। ଢେଙ୍କାନାଳ ଜିଲାରେ ୫୫ଟି ପଦବୀରୁ ୧୦ଟି ଖାଲି ପଡ଼ିଥିବା ବେଳେ ଯାଜପୁର ଜିଲାରେ ୮୬ଟି ପଦବୀରୁ ୧୧ଟି ଖାଲି ପଡ଼ିଛି। ସୁନ୍ଦରଗଡ଼ ଜିଲାରେ ୧୧୬ଟି ପଦବୀରୁ ୧୭ଟି ଖାଲି ରହିଥିବା ବେଳେ କେବଳ ଅମିନ ପଦବୀ ୧୧୩ରୁ ୧୬ଟି ଖାଲି ରହିଛି। ପର୍ଯ୍ୟାୟକ୍ରମେ ସେଗୁଡ଼ିକ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri