ବିଭିନ୍ନ ପ୍ରାନ୍ତକୁ ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୮ା୧୧(ବ୍ୟୁରୋ):ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଟ୍ରେନ ପାଇଁ ଯାତ୍ରୀ ଆଗ୍ରହ ଦେଖାଇଛନ୍ତି। ପୁରୀ-ଅମୃତସର ସ୍ବତନ୍ତ୍ର ଟ୍ରେନରେ ପୂର୍ଣ୍ଣମାତ୍ରାରେ ସଂରକ୍ଷିତ ହୋଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ପୁରୀ-ଅମୃତସର-ପୁରୀ ସ୍ବତନ୍ତ୍ର ଟ୍ରେନ ଶନିବାରରୁ ରାତି ୧୨. ୩୫ରେ ପୁରୀରୁ ଛାଡ଼ି ଅମୃତସରରେ ସୋମବାର ରାତି ୧୨. ୩୦ରେ ପହଞ୍ଚତ୍ବ। ସେହିପରି ଅମୃତସରରୁ ମଙ୍ଗଳବାର ରାତି ୧୨. ୪୫ରେ ଛାଡ଼ି ପୁରୀରେ ଗୁରୁବାର ରାତି ସାଢେ ୧୦ରେ ପହଞ୍ଚତ୍ବ। ପାର୍ବଣ ସମୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନରେ ଯାତ୍ରୀ ଟିକେଟ ସଂରକ୍ଷଣ କରିପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ସେହିପରି ଅନ୍ୟ ପ୍ରାନ୍ତକୁ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ହେଉଛି, ପୁରୀ-ହବିବଗଞ୍ଜ (୦୧୬୬୧-୦୧୬୬୨), ଭୁବନେଶ୍ୱର-ବେଙ୍ଗାଲୁରୁ ସୁବିଧା ସ୍ବତନ୍ତ୍ର ଟ୍ରେନ (୮୨୮୪୩-୮୨୮୪୪), ପୁରୀ-ସାନ୍ତ୍ରାଗାଛି, ପୁରୀ-ଶାଲିମାର, ଭୁବନେଶ୍ୱର-ସିକନ୍ଦରାବାଦ ସାପ୍ତାହିକ ଓ ଦ୍ୱିସାପ୍ତାହିକ, ବିଶାଖାପାଟଣା-ସିକନ୍ଦରାବାଦ, ସମ୍ବଲପୁର-ବନସଓ୍ବାଡ଼ି, ବିଶାଖାପାଟଣା-ତିରୁପତି, ଶ୍ରୀକାକୁଲମ-କାଚେଗୁଡ଼ା, ବିଶାଖାପାଟଣା-ଆରକୁ, ଭୁବନେଶ୍ୱର – ଆନନ୍ଦବିହାର ଟର୍ମିନାଲ ସ୍ପେଶାଲ, ବିଶାଖାପାଟଣା – ଆଲାହାବାଦରେ ଯାତ୍ରୀ ଟିକେଟ ସଂରକ୍ଷଣ କରିପାରିବେ। ସ୍ପେଶାଲ ଟ୍ରେନଗୁଡ଼ିକର ମୂଳ ନମ୍ବର ‘୦’ ଓ ‘୮’ରୁ ଆରମ୍ଭ ହେଉଛି, ଯାହା ଯାତ୍ରୀଙ୍କୁ ଚିହ୍ନଟ କରିବାରେ ସହଜ ହେବ। ଏଥିସହ ନ୍ୟାଶନାଲ ଟ୍ରେନ ଇନକ୍ୱାରି ସିଷ୍ଟମ ଓ ଷ୍ଟେଶନର ଇନକ୍ୱାରି କାଉଣ୍ଟରରୁ ସ୍ବତନ୍ତ୍ର ଟ୍ରେନ ବିଷୟରେ ସବିଶେଷ ସୂଚନା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ଯୁଦ୍ଧ ମଧ୍ୟରେ ଭିଡ଼ିଓ ଜାରି କରି ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘ଜୀବିତ ନାହାଁନ୍ତି ଇରାନର ଟପ କମାଣ୍ଡର’

ଓ୍ବାଶିଂଟନ,୫।୪: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ବିରୁଦ୍ଧରେ କରାଯାଇଥିବା ଏକ ବଡ଼ ଆକ୍ରମଣରେ ଇରାନର ଅନେକ…

ଦ୍ୱିତୀୟ F-15E ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା, ଟ୍ରମ୍ପ କହିଲେ ଆମେ ଆମର ଯୋଦ୍ଧାଙ୍କୁ…

ଓ୍ବାଶିଂଟନ,୫।୪: ଗ୍ରାଉଣ୍ଡ ଅପରେଶନ ସମୟରେ ଆମେରିକା ଏହାର ଦ୍ୱିତୀୟ ପାଇଲଟଙ୍କୁ ଠାବ କରିଛି । ଦେଶରେ ସାମରିକ ଅଭିଯାନ ସମୟରେ ଇରାନ ଦ୍ୱାରା ଏକ ଆମେରିକୀୟ F-15E…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri