ଦାରିଙ୍ଗବାଡି, ୩୦।୧୦ (ଅରୁଣ ସାହୁ): କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତି ହୋଇଥିବା ଅଭିଯାନର ଆବାହକ ପ୍ରତାପ ପ୍ରଧାନ ନିଷ୍ପତି ଗ୍ରହଣ କରିଥିବା ଜଣାପଡିଛି।
ସେହି ଦାବି ମଧ୍ୟରେ କନ୍ଧମାଳ ଜିଲ୍ଲାର ମୁଖ୍ୟ ରାସ୍ତା ଗୁଡିକର ପ୍ରଶାସ୍ତିକରଣ, ଚଉଡା କରାଯିବା କୁ ଦାବି ରହିଛି ବିଶେଷ କରି କଳିଙ୍ଗିଆ ଘାଟି ଭୂସ୍ଖଳନ ପରେ ରାସ୍ତା ଖୋଲାଯିବା ମରାମତିରେ ବିଳମ୍ବ ଅଭିଯୋଗ ସହ ଦାରିଙ୍ଗବାଡିଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିକୁ ଶୀଘ୍ର ପ୍ରଶସ୍ତିକରଣ କରାଯିବା, ସିମନବାଡିଠାରୁ ରାଇକିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି। ତାକୁ ସମ୍ପୂର୍ଣ୍ଣ କରିବା ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ରହିଛି।
ସେହିପରି ଉକ୍ତ ବ୍ଲକ ଗଦାପୁର ପଞ୍ଚାୟତର ଡିମ୍ବୁଲି ନଦୀରେ ପୋଲ ନିର୍ମାଣ କରିବା ଏବଂ ଜିଲାର ଏହିପରି ବହୁ ଗ୍ରାମକୁ ପୋଲ ନ ଥିବାରୁ ହଜାର ହଜାର ଜନସାଧାରଣ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ତେଣୁ ତଥ୍ୟ ସଂଗ୍ରହ କରି ସମସ୍ତ ଗ୍ରାମକୁ ପୋଲ ଓ ରାସ୍ତା ନିର୍ମାଣ କରିବା। ଜିଲାର ସମସ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ କରିବା ଏବଂ ବୈଷୟିକ ଜ୍ଞାନ କୌଶଳରେ ତୁରନ୍ତ ନିରାକରଣ କରିବା ସହ ସମସ୍ତ ବୁଲାଣି ରାସ୍ତାକୁ ଚିହ୍ନଟ କରି ସତର୍କ ସଚେତନର ବୋର୍ଡ଼ ଲଗାଇବା ସହ ବିଭିନ୍ନ ଦାବି ରହିଥିବା କୁହାଯାଇଛି।