ବିପଦ ଅବସ୍‌ତାରେ ବିଦ୍ୟୁତ ଖୁଁଟା: ଗାଁବାସୀକୁ ଘାରୁଛେ କ୍ଷୟକ୍ଷତିର ଭଏ

ଦେଓଗାଁ,୧୧ା୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡ଼ାର ପଁଚେତ୍‌ର ଶିରାବାହାଲ ଆର ସାଲେପାଲି ପଁଚେତ୍‌ ସଦରରେ ବହୁତ୍‌ଟେ ପୁରନା ବିଦ୍ୟୁତ ଖୁଁଟା ବିପଦ୍‌ ଅବସ୍‌ତାରେ ରହିଛେ। ଯେନ୍‌ଟା ଧନ୍‌ଜୀବନ୍‌ ଉପରେ ବିପଦ୍‌ ସୁରୁଷ୍‌ଟି କରୁଛେ। ଏନ୍‌ତାଥି ଗାଁବାସୀ ବି ଭଏଭିତ ଅବସ୍‌ତାରେ ରହୁଛନ୍‌। କେତେବେଲେ କାହାର ଉପରେ ଇ ବିଦ୍ୟୁତ୍‌ ଲୁହା ଖୁଁଟା ପଡ଼ବା ଆର ଜୀବନ୍‌ ଯିବା କିଛି କହି ନାଇଁହୁଏ। ବହୁତ୍‌ ଦିନୁ ଲାଗିଥିବାର ଇ ପୁରନା ଲୁହା ଖୁଁଟାମାନ ତଲିଫାଲୁ ମୁରଚା ଖାଇ ଅଧାତିଆ ଛିଡ଼ି ବିପଦ୍‌ ଅବସ୍‌ତାରେ ରହିଛେ। ଇ ବାବ୍‌ଦେ ବିଭାଗିୟ ଅଧ୍‌କାରୀମାନକୁ ବାରବାର ଅଭିଯୋଗ କଲେ ବି କଥାଟାକେ ଖାମଖିଆଲି ହିସାବେ ନେଉଛନ୍‌। ଯେନ୍‌ଥିରଲାଗି ସାଧାରନରେ ଅସନ୍‌ତୋଷ ଭାବ୍‌ ଦେଖ୍‌ବାକେ ମିଲୁଛେ। ଇ ବାବ୍‌ଦେ ଦେଓଗାଁ ବିଦ୍ୟୁତ ଗ୍ରୀଡର ଯନ୍ତ୍ରୀ ଅଂଶୁମାନ ସାହୁକୁଁ ପଚରାଲରୁ ଅଭିଯୋଗ ଆସିଛେ, ଦିନେ ଦୁଇଦିନ ଭିତରେ ଖୁଁଟା ବଦଲାବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।