ଉପକୂଳ ଅଞ୍ଚଳରେ ସୁରକ୍ଷା ଢିଲା : ବିପଦକୁ ଆମନ୍ତ୍ରଣ କରୁଛି ମେରାଇନ୍‌ ପୋଲିସରେ ଅବ୍ୟବସ୍ଥା

ଭୁବନେଶ୍ୱର,୬।୯ : କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫-ଏ ହଟାଇବା ପରେ ବିଶେଷଭାବେ ପ୍ରତିକ୍ରୀୟାଶୀଳ ହୋଇ ଉଠିଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ। ପାକିସ୍ତାନ ସରକାର,ସେନା, ଗୁଇନ୍ଦା ସଂସ୍ଥା (ଆଇଏସ୍‌ଆଇ) ଓ ପାକିସ୍ଥାନ ଅଧିକୃତ କାଶ୍ମୀର(ପିଓକେ)ରେ ସକ୍ରିୟ ଥିବା ଜୈସ୍‌-ଇ-ଅହମ୍ମଦ, ଲସ୍କର-ଇ-ତୋଇବା ଆଦି ଆତଙ୍କବାଦୀ ସଂଗଠନ ଭାରତ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ବିଶେଷକରି ସେମାନେ ଜଳପଥରେ ଭାରତର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ନେଇ ଯୋଜନା ଚଳାଇଥିବା ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡିଶାର ୭ଟି ଉପକୂଳ ଜିଲାରେ ୪୮୭ କି.ମି. ଲମ୍ବର ଉପକୂଳରେ ସୀମା ରହୁଥିବାରୁ ଦେଶର ସୁରକ୍ଷା ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱ ବହନ କରୁଛି। ରାଜ୍ୟର ୭ଟି ଉପକୂଳ ଜିଲାରେ ୧୮ଟି ସାମୁଦ୍ରିକ ଥାନା ଉପକୂଳକୁ ସୁରକ୍ଷା ଦେଉଛି। କେନ୍ଦ୍ର ସରକାରଙ୍କ ୨୦୦୫ ସ୍ବତନ୍ତ୍ର ସ୍କିମ୍‌ ଅନୁଯାୟୀ ଉପକୂଳ ସୀମାରେ ସୁରକ୍ଷା ପାଇଁ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଯାଇଥିଲା। ଭାରତୀୟ ନୈାସେନା ସମୁଦ୍ର ଭିତର ଅଞ୍ଚଳଗୁଡ଼ିକରେ ନଜର ରଖିଥିବାବେଳେ ଭାରତୀୟ ତଟରକ୍ଷୀ ବାହିନୀ ସମୁଦ୍ର ତଟ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ନଜର ରଖେ। ଉପକୂଳ ଅଞ୍ଚଳରେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବା ନେଇ ସମୁଦ୍ର ଭିତରକୁ ୧୨ ନଟିକାଲ ମାଇଲ୍‌ ପର୍ଯନ୍ତ ମେରାଇନ ପୋଲିସ ଥାନା କର୍ମଚାରୀମାନେ ଯିବାର ବ୍ୟବସ୍ଥା ରହିଛି। ବିଗତ ଦିନରେ ପୁରୀକୁ ଅନେକ ବାହ୍ୟ ଶତ୍ରୁ ଆକ୍ରମଣ କରିଛନ୍ତି। ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ପୁରୀ ଶ୍ରୀମନ୍ଦିର ରହିଥିବା ଗୁଇନ୍ଦା ସୂଚନା ମିଳବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୀ ଜିଲାର ଉପକୂଳରେ ଅସ୍ତରଙ୍ଗ, ଚନ୍ଦ୍ରଭାଗା, ପେଣ୍ଠକଟା ଏବଂ ଅରଖକୁଦ ସାମୁଦ୍ରିକ ଥାନା ରହିଛି। ଅନେକ ସମୟରେ ବାଂଲାଦେଶରୁ ଅନୁପ୍ରବେଶକାରୀମାନେ ଟ୍ରଲର ବା ବୋଟ ନେଇ ପୁରୀ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳକୁ ପଶି ଆସୁଛନ୍ତି। ତେଣୁ ଏହା ପୁରୀର ସୁରକ୍ଷା ନେଇ ପ୍ର୍ରଶ୍ନବାଚୀ ସୃଷ୍ଟି କରୁଛି। ଉପକୂଳରେ କାର୍ଯ୍ୟରତ ଥିବା ଉକ୍ତ ୪ଟି ଥାନା ଅଞ୍ଚଳର ସମୁଦ୍ର ତଟ ଓ ଉପକୂଳ କେତେ ସୁରକ୍ଷିତ ରହିଛି, ଥାନାରେ କର୍ମଚାରୀ ଓ ତାଙ୍କ ସମସ୍ୟା କ’ଣ ରହିଛି ଏବଂ ଉପକୂଳବାସୀ ଓ ସମୁଦ୍ର ଭିତରକୁ ଯାଉଥିବା ମସତ୍ଜୀବୀଙ୍କ ସୁରକ୍ଷା ସମ୍ପର୍କରେ ସମ୍ପୃକ୍ତ ଥାନା ଅଞ୍ଚଳରେ ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନରୁ ଆବଶ୍ୟକ ଭିତ୍ତିଭୂମିର ଅଭାବ ସହ ବିଭିନ୍ନ ଥାନାରେ କର୍ମଚାରୀ, ଅସ୍ତ୍ରଶସ୍ତ୍ର ଓ ବୋଟର ଅଭାବ ରହିଥିବା ବେଳେ ପାଟ୍ରୋଲିଂ ପାଇଁ ପ୍ରଶିକ୍ଷିତ କର୍ମଚାରୀଙ୍କ ଘୋର ଅଭାବ ରହିଥିବା ଜାଣିବାକୁ ମିଳିଛି।

ଥାନାରେ ଆବଶ୍ୟକ କର୍ମଚାରୀ, ଭିତ୍ତିଭୂମିର ଅଭାବ

ମେରାଇନ ଥାନା ନିର୍ମାଣରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଏହାର ସୁପରିଚାଳନା ହୋଇପାରୁନାହିଁ। ଏପରିକି ଥାନାରେ ପୋଲିସ ବାରାକ ଓ ଜେଟି ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ। ଫଳରେ ୨୦୧୪ରେ ମାରାଇନ ଥାନାଗୁଡିକରେ ବୋଟ ରଖିବା ନେଇ ଜେଟି ନିର୍ମାଣ ପାଇଁ ଆସିଥିବା କୋଟି କୋଟି ଟଙ୍କା ଫେରି ମଧ୍ୟ ଯାଇଛି। ୨୦୧୯ରେ ମଧ୍ୟ ଉକ୍ତ ଜେଟି ନିର୍ମାଣ କାର୍ଯ୍ୟ ହୋଇପାରି ନାହିଁ। ଯାହାଫଳରେ ଥାନା ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହୋଇପାରୁ ନାହିଁ। ପ୍ରତ୍ୟେକ ମେରାଇନ ଥାନାରେ ୫୧ପୋଲିସ କର୍ମଚାରୀ ଓ ୩୬ଅବସରପ୍ରାପ୍ତ ନୌସେନା କର୍ମଚାରୀ କାର୍ଯ୍ୟ କରିବାର ବ୍ୟବସ୍ଥା ଥିବାବେଳେ ମେରାଇନ ଥାନାରେ କର୍ମଚାରୀ ସମସ୍ୟା ବହୁ ମାତ୍ରାରେ ରହିଛି। ପ୍ରତ୍ୟେକ ଥାନାରେ ଜଣେ ଥାନା ଅଧିକାରୀ, ଏସ୍‌ଆଇ ୬ଜଣ, ଏଏସ୍‌ଆଇ ୬, ହାବିଲଦାର ୧୬, କନଷ୍ଟେବଳ ୧୮, ଡ୍ରାଇଭର ୪ ସେହିପରି ଅବସରପ୍ରାପ୍ତ ନୌସେନାର ମାଷ୍ଟର ଇନ୍ସପେକକ୍ଟର ୬, ସେରାଙ୍ଗ ୬ଇଞ୍ଜିନ ଡ୍ରାଇଭର ୬, ଡଙ୍ଗା ଡ୍ରାଇଭର ୬, ଖଲାସି ୧୨ ଓ ଡ୍ରାଇଭର ୬ ଜଣ ରହିବାର ବ୍ୟବସ୍ଥା କରାଯାଇଛି। ହେଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୁର୍ଣ୍ଣ ଭିନ୍ନ।
ଅରଖକୁଦ ଥାନାରେ ଜଣେ ଥାନା ଅଧିକାରୀଙ୍କ ସମେତ ଜଣେ ଏସ୍‌ଆଇ, ଜଣେ କନଷ୍ଟେବଳ ଓ ହାବିଲାଦାରଙ୍କ ସହ ୧୧ଜଣ ହୋମଗାର୍ଡ ଡ୍ୟୁଟି କରୁଛନ୍ତି। କୌଣସି ଅବସରପ୍ରାପ୍ତ ନୌସେନା କର୍ମଚାରୀ ନ ଥିବାବେଳେ ସ୍ପିଡ୍‌ ଇଣ୍ଟରସେପ୍ଟର ବୋଟର ବ୍ୟବସ୍ଥା ନାହିଁ। ଏଥିସହ ସେଠାରେ ରହିବା ପାଇଁ ମଧ୍ୟ ପୋଲିସ ବାରାକ୍‌ର ବ୍ୟବସ୍ଥା ନ ଥିବାରୁ କର୍ମଚାରୀଙ୍କୁ ବାହାରକୁ ଶୌଚ ହେବାକୁ ଯିବାକୁ ପଡୁଛି। ଏପରକିି ଥାନା କର୍ମଚାରୀ ହାଜତ ଏବଂ ଅସ୍ତ୍ରାଗାରକୁ ରୋଷେଇ ଏବଂ ଶୋଇବା ଘରଭାବେ ବ୍ୟବହାର କରାଯାଉଛି। ଏପରକି ସ୍ପିଡ୍‌ ଇଣ୍ଟରସେପ୍ଟର ବୋଟ ରହିିବା ପାଇଁ ଜେଟିର ନିର୍ମାଣ ମଧ୍ୟ କରାଯାଇନାହିଁ।
ସେହିପରି ସମୁଦ୍ର ଠାରୁ ଅନେକ ଦୁରରେ ଥିବା ପେଣ୍ଠକଟାରେ ଥନା ଅଧିକାରୀଙ୍କ ସମତେ ୧୨ ଜଣ ପୋଲିସ କର୍ମଚାରୀ ଥିବାବେଳେ ସେମାନେ ସ୍ଥାନୀୟ ୫ଟି ପଞ୍ଚାୟତର ଆଇନ କାନୁନ ପରିସ୍ଥିତ ସମ୍ଭାଳିବାରେ ଅନେକ ସମୟ ଚାଲିଯାଉଛି ବୋଲି ସୂଚନା ଦେଇଛନ୍ତି। ସେଠାରେ ମଧ୍ୟ କୌଣସି ଅବସରପ୍ରାପ୍ତ ନୌସେନା କର୍ମଚାରୀ ଓ ସ୍ପିଡ୍‌ ଇଣ୍ଟରସେପ୍ଟର ବୋଟର ବ୍ୟବସ୍ଥା ନ ଥିବାରୁ ପାଟ୍ରୋଲିଂ କାର୍ଯ୍ୟ ହୋଇପାରୁନି। ଏଠାରେ ମଧ୍ୟ ବୋଟ ପାଇଁ ଜେଟି କିମ୍ବା ବାରାକ ବ୍ୟବସ୍ଥା କରାଯାଇ ନାହିଁ। ଚନ୍ଦ୍ରଭାଗା ମେରାଇନ ଥାନାରେ ଥାନା ଅଧିକାରୀଙ୍କ ସମେତ ଜଣେ ଏସ୍‌ଆଇ, ଜଣେ ହାବିଲଦାର ଓ କନଷ୍ଟେବଳ ଓ ୬ ଜଣ ହୋମଗାର୍ଡ କାର୍ଯ୍ୟ କରୁଛନ୍ତି। ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ରାମଚଣ୍ଡୀ ଥାନା ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ଏଠାରେ ସ୍ପିଡ ଇଣ୍ଟରସେପ୍ଟର ବୋଟ ଓ ଅବସରପ୍ରାପ୍ତ ଜଳବାହୀନୀ କର୍ମଚାରୀ ନ ଥିବାରୁ ତଟରେ ପାଟ୍ରୋଲିଂ କାର୍ଯ୍ୟ ବନ୍ଦ ପଡ଼ିିଛି। ଜେଟି ନିର୍ମାଣ ହୋଇ ନ ଥିବାରୁ ବୋଟ ବାଲିରେ ଦବିବାରୁ କୂଳକୁ ଆସିପାରୁ ନାହିଁ। ଫଳରେ ଯେଉଁ ଗୋଟିଏ ବୋଟ ଥିଲା ତାହା ତିନି ମାସ ରହିବା ପରେ ପାରାଦୀପ ପଠାଇ ଦିଆଯାଇଛି। ଏଠାରେ ବାରାକର ବ୍ୟବସ୍ଥା ନ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାର ଉଦ୍‌ଘାଟନ ହୋଇପାରି ନାହିଁ। ସେହିପରି ଅସ୍ତରଙ୍ଗ ମେରାଇନ ଥାନାରେ ଥାନା ଅଧିକାରୀଙ୍କ ସମେତ ଜଣେ ଏଏସ୍‌ଆଇ,୩ କନଷ୍ଟେବଳ ଓ ୩ ହାବିଲଦାର ଓ ୯ ଜଣ ହୋମଗାର୍ଡ ରହିଛନ୍ତି। ଏଥିସହ ଅବସରପ୍ରାପ୍ତ ନୌସେନାର ୬କର୍ମଚାରୀଙ୍କ ସମେତ ପାଟ୍ରୋଲିଂ ପାଇଁ ଗୋଟିଏ ବୋଟ ରହିଛି। ଯାହାକି ଥାନା ନିକଟରେ ଜେଟି ନ ଥିବାରୁ ବୋଟକୁ ଦୂରରେ ରଖିବାକୁ ପଡୁଛି। ମାସରେ ଖୁବ କମ୍‌ ପାଟ୍ରୋଲିଂ ହେଉଥିବା ସ୍ଥାନୀୟ ଲୋକେ କହିଥିଲେ। ପୋଲିସ ବାରାକ ନ ଥିବରୁ ଥାନା କର୍ମଚାରୀ ରହିବା ନେଇ ସମାନ ପରିସ୍ଥିତ ଦେଇ ଗତି କରୁଛନ୍ତି।

କାଷ୍ଟ ଗାର୍ଡ ଟ୍ରେନିଂ ନେବାରେ ଅବହେଳା
ମେରାଇନ ପୋଲିସରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଭାରତୀୟ ସାମୁଦ୍ରିକ କୋଷ୍ଟ ଗାର୍ଡ ଟ୍ରେନିଂ ବ୍ୟବସ୍ଥା ରହିଥିଲେ ମଧ୍ୟ ଅଳ୍ପ ସଂଖ୍ୟକ କର୍ମଚାରୀ ଏହି ଟ୍ରେନିଂ ନେଇଛନ୍ତି। ଆର୍‌ଟିଆଇ ତଥ୍ୟ ମୁତାବକ ୨୦୧୫ରୁ ୨୦୧୮ମଧ୍ୟରେ ରାଜ୍ୟ ପୋଲିସର ମେରାଇନ୍‌ ଥାନାରେ କାର୍ଯ୍ୟରତ କୌଣସି କର୍ମଚାରୀ ଟ୍ରେନିଂ ନେଇନାହାନ୍ତି।
ପରିଚୟ ପତ୍ର ବିନା ସମୁଦ୍ରକୁ
ଯାଉଛନ୍ତି ମତ୍ସଜୀବୀ
୨୦୧୭ରେ ରାଜ୍ୟ ସରକାର ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ପାଇଁ ଓ୍ବାଟରପ୍ରୁଫ ବାୟୋମେଟ୍ରିକ ପରିଚୟ ପତ୍ର କରିବାକୁ ବାଧ୍ୟତାମୂଳକ କରିଥିଲେ। ୩ଲକ୍ଷ ୪୬ହଜାର ୯୪୮ଜଣ ମତ୍ସ୍ୟଜୀବୀ ପରିଚୟ ପତ୍ର ନେଇ ଆବେଦନ କରିଥିବାବେଳେ ୩ଲକ୍ଷ ୪୫ହଜାର ୬୪୯ଜଣଙ୍କୁ ପରିଚୟ ପତ୍ର ମିଳିଛି। ଅସ୍ତରଙ୍ଗ ଅଞ୍ଚଳର ସୁରେନ୍ଦ୍ର କୁମାର ମଲ୍ଲିକଙ୍କ କହିବା ହେଲା ଯେ, ସେମାନେ ୩୦ବର୍ଷ ହେବ ସମୁଦ୍ର ଭିତରକୁ ଯାଉଛନ୍ତି। ଗତ ବର୍ଷ ୨୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଫଟୋ ଉଠାଇବା ସହ ବାୟୋମେଟ୍ରିକ କାର୍ଡ ପାଇଁ ଆବେଦନ କରିଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ଏବେବି ପରିଚୟ ପତ୍ର ମିଳିନି। ଫଳରେ ସେମାନେ ସମୁଦ୍ର ଭିତରକୁ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛନ୍ତି।
ଥାନାରେ ବୋଟ ନ ଥିବାରୁ କଡ଼ାକଡ଼ି ହୋଇପାରୁନି ପାଟ୍ରୋଲିଂ
ଅରଖକୁଦ ଥାନା ଅଞ୍ଚଳରେ ଅନେକ ଧୀବର ନିଜସ୍ବ ଉଦ୍ୟମରେ ଡଙ୍ଗା ତିଆରି କରି ସମୁଦ୍ର ଭତିରକୁ ଭିତରକୁ ଯିବାଆସିବା କରୁଛନ୍ତି। ଏନେଇ କୌଣସି କଟକଣା ମଧ୍ୟ ରହୁନି। ଅନେକ ସମୟରେ ବାଂଲାଦେଶ ନାଗରିକମାନେ ଲଞ୍ଚ ଯୋଗେ ମାଛ ମାରିବାକୁ ଏହି ଅଞ୍ଚଳକୁ ଆସୁଛନ୍ତି। ପୂବରୁ ୩ଟି ଡଙ୍ଗା ସମ୍ପର୍କରେ ସ୍ଥାନୀୟ ମତ୍ସଜୀବୀମାନେ ପୋଲିସକୁ ଖବର ଦେବାପରେ ସେଗୁଡିକ ଧରାହୋଇଥିଲା। ଏବେବି ଅନେକ ସ୍ପିଡ୍‌ ବୋଟରେ ଅଜଣା ଲୋକ ଆସୁଛନ୍ତି। ମାତ୍ର ଅରଖକୁଦ ଥାନାରେ ସ୍ପିଡ ବୋର୍ଟ ନ ଥିବାରୁ ସମୁଦ୍ର ମଧ୍ୟରେ ନିୟମିତ ପାଟ୍ରୋଲିଂ ହେଉ ନାହିଁ। ପୋଲିସ ସ୍ଥାନୀୟ ଲୋକଙ୍କଠାରୁ କେବଳ ସୂଚନା ନେଇ ଚୂପ ହୋଇ ବସିପଡ଼ୁଛି ବୋଲି ଧୀବର କୃଷ୍ଣ ବେହେରା ପ୍ରକାଶ କରିଛନ୍ତି। ଏପରି କି ଆମର ଲଞ୍ଚ ଓ ବୋଟ ଗୁଡ଼ିକ ନାଲି ରଙ୍ଗର ହେବାର ସ୍ବତନ୍ତ୍ର ନିୟମ ରହିଥିବାବେଳେ କେହି ଏହାକୁ ମାନୁ ନାହାନ୍ତି। ଫଳରେ କିଏ କୁଆଡେ ଯାଉଛି ବା ଆସୁଛି ତାହା ଜାଣିିବା କଷ୍ଟକର ହେଉଛି। ଏପରି କି ଅନେକ ସମୟରେ ବାହାର ଦେଶର ଲଞ୍ଚ ଓ ବୋଟଗୁଡ଼ିକ ଆମ ଅଞ୍ଚଳ ମଧ୍ୟକୁ ପଶିଆସୁଥିଲେ ସୁଦ୍ଧା ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି ବୋଲି କୃଷ୍ଣ କହିଛନ୍ତି।
ବିଦେଶୀ ବନ୍ଧୁକ ଧରି ନାଲି ଆଖି
ଦେଖାଇ ମାଛ ମାରୁଛନ୍ତି
ବାଂଲାଦେଶ, ମିୟାମାର, ଥାଇଲାଣ୍ଡ, ଶ୍ରୀଲଙ୍କା ପରି ଦେଶର ଜାହାଜ ଅନେକ ସମୟରେ ଭାରତୀୟ ସୀମାରେ ପ୍ରବେଶକରି ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନାଲି ଆଖି ଦେଖାଇ ମାଛ ମାରୁଛନ୍ତି। ହାତରେ ବନ୍ଧୁକ ଧରି ନାଲି ଆଖି ଦେଖାଇ ଟନ୍‌ ଟନ୍‌ ମାଛ ବୋହି ନେଉଛନ୍ତି। ଏନେଇ ବିରୋଧ କଲେ ସେମାନେ ଧମକ୍‌ ଦେଉଛନ୍ତି। କୋଷ୍ଟ ଗାର୍ଡଙ୍କୁ ସ୍ବତନ୍ତ୍ର ସାଟେଲାଇଟ ଫୋନ୍‌ ମାଧ୍ୟମରେ ଖବର ଦେବା ପରେ ସେମାନେ ପହଁଚି ଯାଞ୍ଚ କରୁଛନ୍ତି। ଏପରିକି ବାୟୁସେନାର ହେଲିକ୍ୟାପଟର ଆକାଶପଥରେ ଗୁଳି ବର୍ଷା କରିବା ପରେ ଅନେକ ବିଦେଶୀ ଯାହାଜ ଫେରି ଯାଇଥିବା ନଜିର ରହିଛି। ପ୍ରାୟ ୨ବର୍ଷ ତଳେ ମାଲେସିଆ ଓ ବାଂଲାଦେଶ ଅଞ୍ଚଳରୁ ଆସିଥିବା ଜାହାଜକୁ ଗୁଳି କରି କାବୁ କରାଯାଇଥିଲା।
ସାମୁଦ୍ରିକ ଉପକୂଳ ସୁରକ୍ଷା ନିତାନ୍ତ ଜରୁରୀ
ବାଂଲାଦେଶୀମାନେ ମାଛ ଧରିବା ନେଇ ଅନେକ ସ୍ପିଡ୍‌ ବୋଟ ବ୍ୟବହାର କରୁଛନ୍ତି। ଯାହାକି ବାଂଲାଦେଶରୁ ବାହାରୁଥିବା ଜାହାଜ ସମୁଦ୍ରପଥରେ ପ୍ରାୟ ୧୬ଘଣ୍ଟାରେ ସେମାନେ ଭାରତୀୟ ସୀମା ଡେଇଁ ପୁରୀ ସୀମା ଛୁଇଁ ପାରୁଛି। ଭିତରକୁ ମାସମାସ ଧରି ମାଛ ମାରିବାକୁ ଯାଉଥିବାବେଳେ ବାହାର ଦେଶର ଅନେକ ବୋଟକୁ ଦେଖିବାକୁ ପାଉଛୁ ବୋଲି ମତ୍ସ୍ୟଜୀବୀ କୃଷ୍ଣଚନ୍ଦ୍ର ସ୍ବାଇଁ କହିଛନ୍ତି। ସେମାନେ ବନ୍ଧୁକ ପିସ୍ତଲ ଧରି ଆସୁଥିବାରୁ ପୁରୀ ତଟସୁରକ୍ଷା ନିତାନ୍ତ ଜରୁରୀ ହୋଇ ପଡ଼ିଛି। ଏପରିକି ବାଂଲାଦେଶୀମାନେ ଅନେକ ସମୟରେ ବୋଟ ଓ ଲଞ୍ଚରେ କେନ୍ଦ୍ରପଡ଼ା ଓ ବାଲେଶ୍ୱର ଅଞ୍ଚଳକୁ ବେଆଇନ ପ୍ରବେଶ କରୁଛନ୍ତି। ତେଣୁ ସାମୁଦ୍ରକି ଥାନାଗୁଡ଼ିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହୋଇପଡ଼ିଛି।
ତଟ ସୁରକ୍ଷା ଅଧିକାରୀଙ୍କ ମତରେ…
ତଟ ସୁରକ୍ଷା ବିଭାଗର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ସାମୁଦ୍ରିକ ଥାନାର ଭିତ୍ତିଭୂମି ବିକାଶ ନେଇ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଉଛି। ସାମୁଦ୍ରିକ ଥାନାଗୁଡ଼ିକରେ ବାକିଥିବା କାର୍ଯ୍ୟକୁ ଶୀଘ୍ର ସମାପ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଇଜି, ଡିଆଇଜି ଏବଂ ଏସ୍‌ପିମାନେ ବିଭିନ୍ନ ମେରାଇନ ଥାନା ମାସକୁ ଥରେ ଗସ୍ତକରି ପାଟ୍ରୋଲିଂ ବ୍ୟବସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଆଚାର୍ଯ୍ୟ କହିଛନ୍ତି।

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri