ବିନା ଲାଇସେନ୍ସରେ ଚାଲିଛି କରତକଳ :ଧ୍ୱଂସପାଉଛି ଗ୍ରାମ୍ୟ ଜଙ୍ଗଲ

ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ ଧ୍ୱଂସ ହେବା ସହ ସମୁଦ୍ରକୂଳ ଝାଉଁ ଜଙ୍ଗଲ ଶେଷ ହେବାକୁ ବସିଲାଣି। କରତକଳଗୁଡିକୁ ବନ୍ଦ ରଖିବା ନିମନ୍ତେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଅସାଧୁ କାଠ ମାଫିଆ ଓ କରତକଳ ମାଲିକମାନେ ବନ ବିଭାଗ କର୍ମଚାରୀଙ୍କ ସହିତ ସଲାସୁତୁରା କରି ସ୍ପଷ୍ଟ ଦିବାଲୋକରେ କରତକଳ ଚଳାଇଛନ୍ତି। ଏଥିଯୋଗୁ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ମଧ୍ୟ ପ୍ରଶାସନ ନୀରବ ରହିବା ଉଦ୍‌ବେଗର କାରଣ ହୋଇଛି।
ପୂର୍ବରୁ ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ ଅବବାହିକା ଓ ବଙ୍ଗୋପସାଗର କୂଳ ସରକାରୀ ଗ୍ରାମ୍ୟ ଜଙ୍ଗଲ, ରକ୍ଷିତ ଜଙ୍ଗଲ, ଗୋଚର, ଅନାବାଦୀ ଜାଗାମାନଙ୍କରେ ସରିସା, ଆମ୍ବ, ଜାମୁ, ଅର୍ଜୁନ, ନିଦ୍ରାବତୀ, ନିମ୍ବ, ପଣସ, ଶିମିଳି ଆଦି ଗଛ ଭରପୂର ହୋଇ ରହିଥିଲା। ଗରିବ ଲୋକେ ଜଙ୍ଗଲରୁ ଶୁଖିଲା ଜାଳେଣି କାଠ ସଂଗ୍ରହ କରି ରୋଷେଇ ବାସ କରୁଥିଲେ। ତାହାଛଡା ଉତ୍ସବ ଆଦି ସାର୍ବଜନୀନ କାର୍ଯ୍ୟରେ ଜଙ୍ଗଲ କାଠକୁ ବ୍ୟବହାର କରୁଥିଲେ। ମାତ୍ର ଦୀର୍ଘ କେତେବର୍ଷ ହେବ ବାଲିଆପାଳ ବ୍ଲକର କାଳିପଦା, ସିମୁଳିଆ, ଦାନ୍ତୁଣିଦା, ବ୍ଲକ ଛକ, ଲଙ୍ଗଳେଶ୍ୱର, ମାନ୍ଧାତାବଜାର, ପଞ୍ଚୁପାଲି ଆଦି ସ୍ଥାନରେ ବେଆଇନ ଭାବେ କରତକଳ ଗଢିଉଠିବାରୁ ଗ୍ରାମ୍ୟ ଜଙ୍ଗଲ ଏବେ ଧ୍ୱଂସ ହୋଇଚାଲିଛି। କାଠ ମାଫିଆ ଓ କରତକଳ ମାଲିକମାନେ ଚୋରାରେ ଦୈନନ୍ଦିନ ଟ୍ରକ ଓ ଟ୍ରାକ୍ଟର ଯୋଗେ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ସୁବର୍ଣ୍ଣରେଖା ଦ୍ୱିତୀୟ ସେତୁ, ପନ୍ତେଇ ଫେରିଘାଟ, ବଙ୍ଗୋପସାଗର ଡଗରା ଚୌମୁଖ ଦେଇ ଏହି ଚୋରାକାଠ ଯାଉଛି। ସ୍ଥାନୀୟ ପୋଲିସ କରତକଳ ମାଲିକଙ୍କୁ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ସାମାଜିକ ବନୀକରଣ ଯୋଜନାରେ ଯେଉଁ ଜଙ୍ଗଲ ସୃଷ୍ଟି କରାଯାଇଛି, କାଠ ମାଫିଆମାନେ ସମ୍ପୃକ୍ତ ଅଞ୍ଚଳର ମୁଷ୍ଟିମେୟ ଲୋକଙ୍କୁ ହାତ କରି ଜଙ୍ଗଲରୁ ଝାଉଁ, ଆକାଶିଆ, ଶାଗୁଆନ, ଶିଶୁ ପଟାସ ଆଦି ମୂଲ୍ୟବାନ କାଠକୁ କାଟି ଚୋରାରେ ବାହାରକୁ ପଠାଉଛନ୍ତି। ଏନେଇ ବାଲେଶ୍ୱର ଡିଏଫ୍‌ଓଙ୍କୁ ଯୋଗାଯୋଗ କରିବାରୁ ଆଇନ ଉଲ୍ଲଂଘନ ହେଉ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri