ବିନା ମଷ୍ଟର ରୋଲ୍‌ରେ ଡ୍ରେନ୍‌ କାମ

ପରଜଙ୍ଗ, ୨୪।୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ପରେ ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ଗନ୍ଧ ବାରିହୋଇପଡ଼ିଛି। ଫାଇଲ ଖୋଲିନି, ସୂଚନା ଫଳକ ନାହିଁ। ବିନା ମଷ୍ଟର ରୋଲ୍‌ରେ ହେଉଛି କାମ। ପଥରଖମ୍ବ ପଞ୍ଚାୟତ କାମର୍ଦ୍ଦା ନୀଳାପଶି ସାହିରେ ଚାଲିଥିବା ଡ୍ରେନ୍‌ ନିର୍ମାଣରେ ଏପରି ଅନିୟମିତତା ହେଉଥିବା ଅଞ୍ଚଳବାସୀ ବ୍ଲକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ନୀଳାପଶି ସାହିରେ ଡ୍ରେନ୍‌ ନିର୍ମାଣ ଲାଗି ୩ଲକ୍ଷ ଟଙ୍କା ଏଷ୍ଟିମେଟ୍‌ ହୋଇଛି। ହେଲେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ କାମ ଚାଲିଛି। ବିନା ମଷ୍ଟର ରୋଲ୍‌ରେ କାମ କରିବା ନିୟମ ନ ଥିବାବେଳେ ଠିକାଦାର କାମ କରୁଛନ୍ତି। ଗ୍ରାମବାସୀଙ୍କ କହିବା କଥା, କାମ ହେଉଥିବା ସ୍ଥାନରେ ସୂଚନା ଫଳକ ଲେଖାଯାଇନାହିଁ। ନିର୍ମାଣ ସାମଗ୍ରୀ ନିୟମ ଅନୁଯାୟୀ ବ୍ୟବହାର କରାଯାଉନାହିଁ। ଚିପ୍‌ସ ସ୍ଥାନରେ ମେଟାଲ ବ୍ୟବହାର ହେଉଛି। ଡ୍ରେନ୍‌ ମଧ୍ୟ ଠିକ୍‌ ଭାବେ ନିର୍ମାଣ କରାଯାଉନାହିଁ। ଏହାକୁ ନେଇ ଅଭିଯୋଗ ହେବା ପରେ କନିଷ୍ଠ ଯନ୍ତ୍ରୀ ଗାୟତ୍ରୀ ସାହୁ, ଜିଆରଏସ୍‌ କାଳିନ୍ଦୀ ପରିଡ଼ା ପହଞ୍ଚତ୍ ତଦନ୍ତ କରିଛନ୍ତି। ବିନା ମଷ୍ଟର ରୋଲ୍‌ରେ କାମ ହେଉଥିବା କଥା ଅଧିକାରୀମାନେ ଜାଣିଛନ୍ତି। ତଥାପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଫାଇଲ ନ ଖୋଲି କାମ ହେଉଥିବା ଅଭିଯୋଗକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜନ ସାହୁ, ଜେଇ ଗାୟତ୍ରୀ ସାହୁ ସ୍ବୀକାର କରିଛନ୍ତି। ଏଥିସହ କାମ ବନ୍ଦ ରଖିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଠିକାଦାର ମନଇଚ୍ଛା କାମ କରୁଥିବା ଦୁଇ ଅଧିକାରୀ କହିଛନ୍ତି। ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, ବିନା ମଷ୍ଟର ରୋଲ୍‌ରେ କାମ ହେଉଥିବାରୁ ଠିକାଦାରଙ୍କ କୌଣସି ବିଲ୍‌ କରାଯିବନାହିଁ। ଏ ସମ୍ପର୍କରେ ଅବଗତ ଥାଇ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ କାମ ଦେଖିବାକୁ ଯାଇଥିଲେ। ସେଥିଲାଗି ଉଭୟଙ୍କୁ ତାଗିଦ୍‌ କରାଯାଇଛି। ଏପରି ତ୍ରୁଟି ଆଗକୁ ଯେପରି ନ ହୁଏ ସେଥିଲାଗି ସଚେତନ ହେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri