ବିନା କାମ୍‌ରେ ସୂଚନା ଫଲକ

କୁଚିଣ୍ଡା, ୧୯।୬ (ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଗୋଛରା ପଁଚେତ୍‌ ଅଧୀନ ଲଇଗୁରା ଗଁାର ପାଏନ୍‌ ଖିଆ ବଁଧର ଉନ୍‌ନତିକରନ କାମ୍‌ ୪ ଲାଖ୍‌ ଟଁକା ଖରଚ ଅଟକଲରେ କରାଯାଉଛେ। ଇଆଡ଼େ ସରକାରୀ ନିୟମକେ ଦେଖ୍‌ଲେ ଜୁନ ୧୫ ଉତାରୁ ମାଟି କାମ୍‌ ନାଇଁ ହେବାର କଥା। ହେଲେ ଟଁକା ଖାଏବାର ଉଦେଶ୍‌ରେ ଇ କାମ୍‌ ଚାଲୁଥିବାର ଅଂଚଲରେ ଏହେଦେ ଚରଚାର ବିଷେ ହେଇଛେ। ଇ କାମ୍‌କେ ନେଇ ଗଁାବାସୀକର ଭିତରେ ବି ଅସନ୍‌ତୋଷ ଦେଖାଦେଇଛେ। ବଁଧର ଉନ୍‌ନତିକରନ ନଁାରେ ଜେସିବିରେ ମାଟି କୁଡ଼ି ଟ୍ରାକ୍ଟରରେ ଇନେ ସେନେ ପକାଯାଇଛେ। ସେନ୍‌ତା ବଁଧେ ଗାଧୁଆ ଘାଟ ତିଆରି କରାଯାଇଥିବାର ନେଇ ପଁଚେତ୍‌ ତରଫୁ ୨୦୧୬-୧୭ ଆର୍‌ଥିକ ବଛର୍‌ର ଦୁଇଟା ସୂଚନା ଫଲକ ଲଗାଯାଇଛେ। ଗୁଟେ ସୂଚନା ଫଲକ୍‌ରେ ଅଟକଲ ଖରଚ୍‌ ୧ ଲାଖ୍‌ ୩୪ ହଜାର ଟଁକା ରହିଥିଲାବେଲେ ଆରଗୁଟେରେ ୨ ଲାଖ୍‌ ୯୩ ହଜାର ଟଁକା ରହିଛେ। ହେଲେ ଆଶିରିଯ୍‌ର କଥା ୨୦୧୯-୨୦ ଆରଥିକ୍‌ ବଛର ତକ୍‌ ବଁଧେ ଗାଧୁଆ ଘାଟର ଦେଖା ନଁାଇଁନ। ସେନ୍‌ତା ୨୦୧୭-୧୮ ଆରଥିକ୍‌ ବଛରରେ ଇ ବଁଧର ଉନ୍‌ନତିକରନ୍‌ ଲାଗି ୪ ଲାଖ୍‌ ଟଁକାର ଖରଚ୍‌ ଅଟକଲର ଗୁଟେ ସୂଚନା ଫଲକ ରହିଛେ। ପରକୁତରେ ଯେନ୍‌ ଜାଗାରେ ମାଟି କୁଡ଼ଲେ ପାଏନ୍‌ଟା ରହିପାରବା ସେ ଜାଗାରେ ନାଇଁ କୁଡ଼ାଯାଇ। ବଁଧ ଭିତରର ବହୁତ ଜାଗାର ମାଟିକେ ଜେସିବିରେ ସମାନ କରାଯାଇଥିବାର ଦେଖ୍‌ବାକେ ମିଲୁଛେ।
ଦେଖ୍‌ବାକେ ଗଲେ ଇ ସବୁ କାମ୍‌ ବରଷା ଆଏବାର ଆଗରୁ ଜୁନ ୧୫ ଭିତରେ ସରବାର କଥା। ହେଲେ ଏହେଦେ ଇ କାମ୍‌ ଟଁକା ଖାଏବାର ଲାଗି କି ଅଲଗ୍‌ କେନ୍‌ ଉଦେଶରେ କରାଯାଉଛେ ବଲି ଗଁାବାସୀ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ପ୍ରତାପ ସାକୁଁ ପଚରାଲାରୁ ଗଲା ୨୦୧୬-୧୭ ଆର୍‌ଥିକ ବଛର୍‌ରେ କାମ୍‌ ହେବାର ଥିଲା। କେତେଟା ଅସବିଧାର ଲାଗି କାମ୍‌ ନାଇଁ ହେଇପାରି, ଇଥର କାମ୍‌ ଆରମ୍‌ କରାଯାଇଛେ। ଯେତେ ମାଟି କାମ୍‌ ହେଇଛେ ସେତ୍‌କି ଟଁକାର ବିଲ କରାଯିବା ବଲି ସେ କହିଥିଲେ।