ସଜନାଗଡ଼, ୨୭।୩(ଡି.ଏନ.ଏ.)-କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଇଥିବା ବେଳେ ଶୁକ୍ରବାର ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଶୁକ୍ରବାର ହାତପାଣ୍ଠିରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା, ନୀଳଗିରି ଉପଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡା. ଅଜୟ କୁମାର ସାମଲ ଓ ନୀଳଗିରି ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ରତନ କୁମାର ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ। ଏଭଳି ମୁହୂର୍ତ୍ତରେ ବଣଭୂଇଁସ୍ଥିତ ଆଶ୍ରମ ସ୍କୁଲରେ ଆଇସୋଲେଶନ ସେଣ୍ଟର କରାଯାଇ ବାହାର ରାଜ୍ୟରୁ ଆସୁଥିବା ନୀଳଗିରିବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଅଧିକ ଅର୍ଥ ଯୋଗାଇ ଦିଆଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି।

