Cameron, LA 11-17-05 Lineman Marion Chappell from Utah repairs damaged powerr wires wipped out by Hurricane Rita. FEMA is helping Local governments get Roads, Bridges, and Utilities back in operation so residents can move back. MARVIN NAUMAN/FEMA photo
ଭୁବନେଶ୍ୱର,୨୧।୪(ବ୍ୟୁରୋ)- ସାରା ମାନବ ସମାଜ କରୋନା ମୁକାବିଲାରେ ଲାଗିପଡିଛି। ଏହି ଲଢେଇରେ ବିଦ୍ୟୁତ ବିଭାଗର ବହୁତ ଅବଦାନ ରହିଛି। ଏହା କେବଳ ଜରୁରୀ ନୁହେଁ, ଅତ୍ୟନ୍ତ ଆବଶ୍ୟକତା ମଧ୍ୟ। ସାମାଜିକ ଦୂରତା ରକ୍ଷା କରି ସୀମିତ ମାନବସମ୍ବଳରେ ବିଭାଗୀୟ କାର୍ଯ୍ୟ ଚାଲିଛି। ତେଣୁ ବିଭାଗୀୟ କର୍ମଚାରୀଙ୍କ ପ୍ରତି କେତେକ କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବାକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି।
ଏହାର ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ କହିଛନ୍ତି ଯେ, ବିଦ୍ୟୁତ ବିଭାଗର କର୍ମଚାରୀ ତଥା କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ କରୋନା ପ୍ରଭାବିତ ହଟସ୍ପଟରେ କାର୍ଯ୍ୟ କରୁଛନ୍ତି। ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ପ୍ରାଞ୍ଚାଇଜକମ୍ପାନୀମାନେ ଘରେ ରହିବାରୁ ଉପଯୁକ୍ତ ମଣିଛନ୍ତି। ଅସ୍ଥାୟୀ କର୍ମଚାରୀମାନେ ଗତ ନଭେମ୍ବରରୁ ଦରମା ପାଇନାହାନ୍ତି, ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି।କରୋନା ମୁକାବିଲାରେ ସାମିଲ ହୋଇଥିବା ବିଭିନ୍ନ ବିଭାଗୀୟ ଲୋକଙ୍କ ପାଇଁ ବୀମା ବ୍ୟବସ୍ଥା ରହିଛି। ହେଲେ ଏଯାବତ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ପାଇଁ ସେପରି କୌଣସି ଘୋଷଣା କରାଯାଇନାହିଁ ବୋଲି ଅକ୍ଷୟ କହିଛନ୍ତି। ସେହିପରି ତେଣୁ ବିଶେଷ ପରିସ୍ଥିତିରେ କାର୍ଯ୍ୟ କରୁଥିବା ବିଦ୍ୟୁତ କର୍ମଚାରୀଙ୍କ ପାଇଁ ସରକାର ସହାୟତା ଏବଂ ପ୍ରୋତ୍ସାହନ ରାଶି ଘୋଷଣା କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।