ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି। ଏଠାକାର ଶତକଡ଼ା ୭୦ ଭାଗ ବ୍ୟବସାୟ ଷ୍ଟିଲ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ। କିନ୍ତୁ ଦୁଃଖର ବିଷୟ, ବିଗତ ୧୨ ବର୍ଷ ଧରି ଓଡ଼ିଶାରେ ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡ଼ିକର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଯୋଗୁ ଷ୍ଟିଲ ଶିଳ୍ପଗୁଡ଼ିକ ଗୁରୁତର କ୍ଷତି ସହୁଛନ୍ତି। ଷ୍ଟିଲ ଶିଳ୍ପର ଉତ୍ପାଦନ କ୍ଷେତ୍ରରେ ବିଦ୍ୟୁତ୍‌ ଶକ୍ତି ହେଉଛି ମୁଖ୍ୟ କଞ୍ଚାମାଲ, ଯାହାର ମୂଲ୍ୟ ଷ୍ଟିଲ୍‌ ଉତ୍ପାଦନ ମୂଲ୍ୟର ୨୫ଭାଗ। ଏହିଭଳି ଭାବେ ଇଣ୍ଡେକ୍‌ସନ ଫର୍ନେସ ୟୁନିଟଗୁଡ଼ିକ ବିଦ୍ୟୁତ୍‌ ମୂଲ୍ୟ କମବେଶୀ ଉପରେ ନିର୍ଭରଶୀଳ। ମାତ୍ର ବିଦ୍ୟୁତ୍‌ ଶକ୍ତିର ଆକାଶଛୁଅଁା ଦରବୃଦ୍ଧି ଷ୍ଟିଲ୍‌ ଶିଳ୍ପର ମେରୁଦଣ୍ଡ ଭାଙ୍ଗି ଦେଇଛି। ମୂଳ ବିଦ୍ୟୁତ୍‌ ଶୁଳ୍କ ୨ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ପ୍ରତି ୟୁନିଟ ପିଛା ୫ଟଙ୍କା ୩୫ ପଇସା ହୋଇଛି, ଯାହାକି ୧୨ ବର୍ଷ ଭିତରେ ବିଦ୍ୟୁତ୍‌ ଶୁଳ୍କରେ ୧୬୭.୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୮ ପରଠାରୁ କ୍ରମାଗତ ବିଦ୍ୟୁତ୍‌ ମୂଲ୍ୟରେ ବୃଦ୍ଧି ଯୋଗୁ ଶିଳ୍ପ କାରଖାନା ତିଷ୍ଠି ରହିବାରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି। ଫଳସ୍ବରୂପ ୨୦୦୮ରେ କାର୍ଯ୍ୟକ୍ରମ ଥିବା ୬୨ଟି ୟୁନିଟ ମଧରୁ ଏବେ ୨୧ଟି କାର୍ଯ୍ୟକ୍ଷମ। ସେଥିମଧ୍ୟରୁ ମଧ୍ୟ କେତେକ ଦୟନୀୟ ପରିସ୍ଥିତିରେ ଚାଲିଛି। ସେଗୁଡ଼ିକ ମଧ୍ୟ ବନ୍ଦ ହେବା ଆଶଙ୍କା କରାଯାଉଛି। ୨୦୦୮ରେ ଷ୍ଟିଲ୍‌ ଶିଳ୍ପ ଉପରେ ପରୋକ୍ଷ, ପ୍ରତ୍ୟକ୍ଷ ଭାବେ ୯୫,୯୮୧ ଲୋକ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ। ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କାରଣରୁ ୧୨ବର୍ଷ ମଧ୍ୟରେ ୪୨ଟି ୟୁନିଟ ବନ୍ଦ ହୋଇଯିବାରୁ ଅନେକ ଲୋକ ଜୀବିକା ହରାଇ ବେକାର ହୋଇଯାଇଛନ୍ତି। ବର୍ତ୍ତମାନ ୪୬୦୫୦ ଲୋକ ଷ୍ଟିଲ ଶିଳ୍ପ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ଏହି ସମସ୍ୟାର ସମାଧାନ ନ ହେଲେ ଅବଶିଷ୍ଟ ଇଣ୍ଡେକ୍ସ ଫର୍ନେସ ୟୁନିଟଗୁଡ଼ିକ ବନ୍ଦ ହୋଇଯିବ।
୨୦୦୭ରେ ୬୨ଟି ଶିଳ୍ପ ସଂସ୍ଥା ମାସିକ ୧୩.୭୧ କୋଟି କିଲୋ ଓ୍ବାଟ ବିଦ୍ୟୁତ୍‌ ଖର୍ଚ୍ଚ କରୁଥିବାବେଳେ ଏବେ ୨୧ଟି ଶିଳ୍ପ ସଂସ୍ଥା ୬.୧୮ କୋଟି କିଲୋ ଓ୍ବାଟ ବିଦ୍ୟୁତ୍‌ ଶକ୍ତି ଖର୍ଚ୍ଚ କରୁଛନ୍ତି। ବଳକା ୭.୫ କୋଟି କିଲୋ ଓ୍ବାଟ ବିଦ୍ୟୁତ୍‌କୁ ଓ୍ବେସ୍କୋ ଅନ୍ୟ କୌଣସି ଉପାୟ ନ ପାଇ ଖୋଲା ବଜାରରେ ବିକୁଛି। ଓ୍ବେସ୍କୋ ଶିଳ୍ପ ସଂସ୍ଥାକୁ ଯେଉଁ ବିଦ୍ୟୁତ୍‌ ଅଧିକ ଦାମରେ ଦେଉଥିଲା । ବର୍ତ୍ତମାନ ଅତି କମ ମୂଲ୍ୟରେ ପ୍ରତି ୟୁନିଟ ପିଛା ୨ଟଙ୍କା ଦରରେ ବିକୁଛି। ଫଳସ୍ବରୂପ ଓ୍ବେସ୍କୋକୁ ବାର୍ଷିକ ୧୮୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ଅନୁରୂପ ଭାବେ ରାଜ୍ୟ ସରକାର ବିଦ୍ୟୁତ୍‌ ଶକ୍ତିରୁ ପାଉଥିବା ରାଜସ୍ବ ମଧ୍ୟ ହରାଉଛନ୍ତି। ଏହିଭଳି ଅବ୍ୟବସ୍ଥା ଯୋଗୁ ବେରୋଜଗାର, ବେକାରି ସଂଖ୍ୟା ବଢିବା ସହ ଶିଳ୍ପସଂସ୍ଥାଗୁଡ଼ିକ ରାଉରକେଲା ତଥା ସୁନ୍ଦରଗଡ଼ ଜିଲାରୁ ଅନ୍ୟ ପଡ଼ୋଶୀ ରାଜ୍ୟକୁ ଚାଲିଯିବା ଲାଗି ଉଦ୍ୟମ କରୁଛନ୍ତି। କେତେକ ପଡ଼ୋଶୀ ରାଜ୍ୟର ସରକାର ଶିଳ୍ପସଂସ୍ଥାଗୁଡ଼ିକୁ ପୁନଃଜୀବିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ବିଶେଷକରି ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇ ଥିବାରୁ ସୁନ୍ଦରଗଡ଼ ଜିଲାର ଷ୍ଟିଲ ଶିଳ୍ପ ସଂସ୍ଥାଗୁଡ଼ିକ ସେହି ରାଜ୍ୟମୁହାଁ ହୋଇଛନ୍ତି। ସେଠାକାର ସରକାର କିଲୋ ଓ୍ବାଟପିଛା ୮୦ ପଇସାରୁ ୧ଟଙ୍କା ୪୦ ପଇସା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ଏପରିକି କିଛି ଘରୋଇ ବିଦ୍ୟୁତ୍‌ କମ୍ପାନୀ ମଧ୍ୟ ଅତି ଶସ୍ତାରେ ବିଦ୍ୟୁତ୍‌ ଦେଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଓଡ଼ିଶାରେ ବିଦ୍ୟୁତ୍‌ ଶୁଳ୍କ ଛତିଶଗଡ଼, ଝାଡ଼ଖଣ୍ଡଠାରୁ ୮ପ୍ରତିଶତ ଅଧିକ।
ଏନେଇ ଟପ୍‌ଟେକ୍‌ ଷ୍ଟିଲର ମାଲିକ ଶିବଶଙ୍କର ପ୍ରସାଦ କହନ୍ତି, ରାଜ୍ୟ ସରକାରଙ୍କୁ ଅନୁରୋଧ ୟୁନିଟ ପିଛା ଅତିକମ୍‌ରେ ୧ଟଙ୍କା ୭୫ ପଇସା ପ୍ରୋତ୍ସାହନ ଦିଅନ୍ତୁ। ଏହି ବିଦ୍ୟୁତ୍‌ ଶୁଳ୍କ ୮ପ୍ରତିଶତରୁ ୨ ପ୍ରତିଶତ ହ୍ରାସ କରାଯାଉ। ଏହା ହେଲେ ଆମେ ବଜାରରେ ଅନ୍ୟ ରାଜ୍ୟର ଶିଳ୍ପସଂସ୍ଥା ସହ ଅଧିକ ପ୍ରତିଯୋଗିତା କରିପାରିବା। ଦୁର୍ବଳ ହୋଇଥିବା କମ୍ପାନୀକୁ ପୁନଃଜୀବିତ କରିପାରିବା। ସେହିପରି ରାଉରକେଲା ଶିଳ୍ପ ଓ ବାଣିଜ୍ୟ ସଙ୍ଗଠନର ସଭାପତି ପ୍ରବୀଣ ଗର୍ଗ କହନ୍ତି, ଓଡ଼ିଶାରେ ବିଦ୍ୟୁତ୍‌ ବିତରଣ କମ୍ପାନୀ ଏକଚାଟିଆ ଶୁଳ୍କ ବୃଦ୍ଧି କରୁଛି। ପଡ଼ୋଶୀ ରାଜ୍ୟରେ ଘରୋଇ ସଂସ୍ଥା ଓ ବିଦ୍ୟୁତ୍‌ ବିତରଣ କମ୍ପାନୀ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଥିବାରୁ ସିଧାସଳଖ ଭାବେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ହେଉନାହିଁ। ଲଘୁ ଉଦ୍ୟୋଗ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୬ ତାରିଖରେ ରାଉରକେଲା ଗସ୍ତରେ ଆସିଥିବାବେଳେ ରାଉରକେଲା ଶିଳ୍ପ ଓ ବାଣିଜ୍ୟ ସଙ୍ଗଠନର କର୍ମକର୍ତ୍ତା ତାଙ୍କ ସହ ଏହି ସମସ୍ୟା ନେଇ ଆଲୋଚନା କରିଥିଲେ। ଶିଳ୍ପସଂସ୍ଥାମାନଙ୍କର ଅସୁବିଧା ପରିସ୍ଥିତି ସମ୍ପର୍କରେ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଥିଲେ। ସରକାର ଏଥିପ୍ରତି ଦୃଷ୍ଟି ଦେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ ସୁନ୍ଦରଗଡ଼ ଜିଲାରେ କ୍ଷୁଦ୍ର, ମଧ୍ୟମ ଷ୍ଟିଲ ଶିଳ୍ପସଂସ୍ଥା ବନ୍ଦ ହୋଇଯିବା ଆଶଙ୍କା ସ୍ପଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri